ଜଳେଶ୍ୱର,୧୧/୧୦: ମଶା ଧୂପ ନିଆଁରୁ ବାଣରେ ଲାଗିଲା ନିଆଁ । ବାଣ ବିସ୍ଫୋରଣରେ ମାଆ ପୁଅ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଶାଳିକୋଠା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ସମୟରେ ଶାଳ କୋଠା ଗାଁର ସୁନିତା ଦତ୍ତଙ୍କୁ ସେହି ଗାଁର ଜଣେ ବ୍ୟବସାୟୀ ବାଣ ତିଆରି କରିବା ପାଇଁ କଞ୍ଚା ବିସ୍ଫୋରକ ଦେଇ ଥିଲେ । ସୂନୀତା ବାଣ ତିଆରି କରୁଥିବା ବେଳେ ତାଙ୍କ ୧୦ ବର୍ଷର ପୁଅ ଅନୁରାଗ ଅସାବଧାନତା ହେତୁ ମଶା ଧୂପ ଜଳାଇ ଦେଇଥିଲେ । ଧୂପ ନିଆଁ ବାଣରେ ପଡ଼ିବାରୁ ବିସ୍ଫୋରଣ ହୋଇଥିଲା । ଫଳରେ ଘରେ ଥିବା ମାଆ ଓ ପୁଅ ଅନୁରାଗ ଦତ୍ତ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାଆ ପୁଅଙ୍କୁ ପ୍ରଥମେ ଜଳେଶ୍ୱର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନର କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଜଳେଶ୍ୱର ପୁଲିସ ଘଟଣାର ତଦନ୍ତ କରୁଛି।