ଉତ୍ତରପ୍ରଦେଶ ୦୨/୦୬: ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ‘ସରଦାର ଜୀ ୩’ର ମୋଶନ୍‌ ପୋଷ୍ଟର ରିଲିଜ୍‌ କରିଛନ୍ତି । ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟରକୁ ଦିଲଜିତ୍‌ ସେୟାର କରିଥିବାବେଳେ ସେଥିରେ ତାଙ୍କୁ ଅନେକ ଓଢ଼ଣା ପକାଇଥିବା ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । 

କ୍ୟାପସନ୍‌ରେ ସେ ଲେଖିଛନ୍ତି, ଏଥରକ ଡର, ପ୍ରେମ ଓ ହସ ତିନିଟି ଯାକର ତଡ୍‌କା ନେଇ ତିନି ଗୁଣା ମସ୍ତି ସହ ସର୍ଦ୍ଦାର ଜୀ ଆସୁଛି । ଫିଲ୍ମରେ ଦିଲଜିତ୍‌ଙ୍କ ବ୍ୟତୀତ ନୀରୁ ବାଜୱା ଓ ମାନବ ଭିଜ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଅମର ହୁନ୍ଦଲ ନିର୍ଦ୍ଦେଶନା ଦେଇଛନ୍ତି । ଚଳିତମାସ ୨୭ ତାରିଖରେ ଏହା ରିଲିଜ୍‌ ହେବ । ଏହି ଫିଲ୍ମ ଜରିଆରେ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିର ବଲିଉଡ୍‌ ଡେବ୍ୟୁ କରିବାର ଚର୍ଚ୍ଚା ହେଉଥିଲା । ତେବେ ପହଲଗାମ୍‌ ଆକ୍ରମଣ ଓ ପରବର୍ତ୍ତୀ ଉତ୍ତେଜନା ପରେ ତାଙ୍କୁ ଫିଲ୍ମରୁ ହଟାଇ ଦିଆଯାଇଥିଲା ।