ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୨୦୨୭ ଡିସେମ୍ବରରେ ଶେଷ ହେବ ମେଟ୍ରୋ ପ୍ରକଳ୍ପ, କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ ସାଂସଦ

ଭୁବନେଶ୍ବର, ୩୦।୧୧ : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମୀକ୍ଷା କରିଛନ୍ତି। ଡିସେମ୍ବର ୨୦୨୭ ରେ ମେଟ୍ରୋ ପ୍ରକଳ୍ପ  ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯାୟରେ ୨୬ କିମିରେ ମେଟ୍ରୋ କାମ ହେବା। ପ୍ରଥମ ୨୦ ଟି  ଷ୍ଟେସନ ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ତିଆରି ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ନଭେମ୍ବର ୨୦୨୩ ରେ ଡିପିଆର୍ ଅନୁମୋଦନ ପରେ କାମ ଆରମ୍ଭ ହୋଇଛି। ୨୬ କିମିରେ  ୨୦ ଟି ଷ୍ଟେସନ ରହିବ । ୧୩ ଟି ଟ୍ରେନ ଚାଲିବ। ଗୋଟିଏ ଟ୍ରେନରେ ୩ ଟି କୋଚ ରହିବ । ଏହି ପ୍ରକଳ୍ପ ପାଇଁ ବଜେଟ ୬ ହଜାର ୨୫୬ କୋଟି ରହିଛି । ନଭେମ୍ବର ରୁ ଆଜି ପର୍ଯ୍ୟନ୍ତ ୪୬୦ କୋଟି ଖର୍ଚ୍ଚ ସରିଛି । ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩ ଟି ଷ୍ଟେସନ, ମଧ୍ୟ ନିର୍ବାଚନ ମଣ୍ଡଳୀରେ  ୪ଟିଷ୍ଟେସନ, ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୦ଟି  ଷ୍ଟେସନ ଓ କଟକରେ ୩ ଟି ଷ୍ଟେସନ ରହିବ।

୯୫ ହଜାର ଲୋକ ପ୍ରତିଦିନ ଯାତାୟତର କ୍ଷମତା ରହିବ। ୯୨ ଏକର ଜମି ଦରକାର ଥିଲା। ସବୁ ଆସିଛି ଆଉ ମାତ୍ର ୧୫ ଏକର ଜମି ବାକି ଅଛି। ୪୦ ଏକର ଜମି ମଳିପଡାରେ ଦିଆଯାଇଛି। ଯେଉଁଠି ମେଟ୍ରୋ ଅଫିସ ଅଛି ଓ  ସେଠାରେ  କାମ ଚାଲିଛି।୨୫୦ କୋଟି ଟଙ୍କା ଅକ୍ଟୋବର ରେ ରାଜ୍ୟ ସରକାର ଦେଇଛନ୍ତି। ଆଉ ୩୫୦ କୋଟି ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ଦେବେ। ଆର୍ଥିକ ବର୍ଷ ୨୫ -୨୬ ରେ ୧୭୦୦ କୋଟି ଟଙ୍କା  ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଅର୍ଥରେ ଏହି ମେଟ୍ରୋ କାମ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.