ନୂଆଦିଲ୍ଲୀ: ଜଣେ ବରକୁ ତିନି କନ୍ୟା । ତିନିଜଣ ଯାକ ସଉତୁଣୀ ହେଉଛନ୍ତି ନିଜ ଭଉଣୀ । ତିନି ଭଉଣୀଙ୍କୁ ଜଣେ ଯୁବକ ବିବାହ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ବୁଧବାର ଏହି ଭିଡିଓଟି ନିଆଁ ଭଳି ବ୍ୟାପିବାରେ ଲାଗିଥିଲା । ଯାହାକୁ ଲୋକମାନେ କେବଳ ରିଲ୍ସ ବନାଇବାକୁ ପାଇଁ କରାଯାଇଥିବା ଦାବି କରିଥିଲେ । ମାତ୍ର ପରେ କ୍ୟାମେରା ସାମ୍ନାକୁ ଆସି ଏହା ସତ ବୋଲି କହିଛନ୍ତି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଅଧିକ ବଢ଼ିଯାଇଛି ।

ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଖବର । ବିକାଶ ନାମକ ଯୁବକ ରମେଶଙ୍କ ତିନି ଝିଅସରୋଜ(୨୦),ସାବିତ୍ରୀ(୧୯)ଏବଂସନ୍ତୋଷ(୧୮)ଙ୍କୁ ବିବାହ କରିଛନ୍ତି । ତେବେ ତିନି ଭଉଣୀଙ୍କୁ ବିକାଶ ବିବାହ କରିଥିବାବେଳେ ତାଙ୍କ ସୋସିଆଲ ମିଡିଆରେ ଏବେ ଟ୍ରୋଲ୍ କରାଯାଇଛି । ଏହାସହ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଏହି ଚାରିଜଣ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ତାଙ୍କ ଫଲୋର୍ସଙ୍କୁ ନିଜର ମନର କଥା କହିଛନ୍ତି ।

ତିନି ଭଉଣୀ କହିଛନ୍ତି କି, ଆମେ ନିଜ ଇଛାରେ ବିକାଶଙ୍କୁ ବିବାହ କରିଛୁ । ଆମେ ବେଶ ଖୁସିରେ ଅଛୁ । ଆମ ପରିବାର ଏହାକୁ କୌଣସି ବିରୋଧ କରୁନାହାନ୍ତି । ସମସ୍ତେ ଏହି ବିବାହରେ ବେଶ ଖୁସି ଅଛନ୍ତି । ଦୟାକରି ଆମକୁ କେହି ଟ୍ରୋଲ୍ କରନ୍ତୁ ନାହିଁ । ଏଭଳି ଭିଡିଓ ପୋଷ୍ଟ କରିଛନ୍ତି । ସେପଟେ ଏବେ ମଧ୍ୟ ଅନେକ ଏହାକୁ କେବଳ ଏକ ରିଲ୍ସ ଏବଂ ଭିୟ୍ୟୁ ପାଇଁ ବନାଯାଇଥିବା ଦାବି କରୁଛନ୍ତି । କାରଣ ବିବାହ ସମୟରେ ଫଟୋରେ ପୂଜକ ନାହାନ୍ତି । ଏହାସହ ଏଭଳି ଏକ ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ବିରୋଧ କରୁଥିବାବେଳେ ଅନେକ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଝିଅଙ୍କ ସଂଖ୍ୟା କମ୍ ଥିବାବେଳେ ଏଭଳି ନିଷ୍ପତ୍ତିକୁ ଟ୍ରୋଲ୍ କରାଯାଉଛି ।

ଏହାସହ ପଢ଼ନ୍ତୁ : ଗୋଟିଏ ପୁଅକୁ ବିବାହ କଲେ ତିନି ଭଉଣୀ; ବିବାଦ ପରେ ଲୋକଙ୍କ ଆଗରେ ରଖିଲେ ଅଦ୍ଭୁତ ତର୍କ