ନୂଆଦିଲ୍ଲୀ, ୧୬/୧୨ : ୟୁପି ଯମନା ଏକ୍ସପ୍ରେସ୍ ଓ୍ବେରେ ସିରିଜ୍ ଦୁର୍ଘଟଣା। ଜଳିଗଲା ୬ ଯାତ୍ରୀବାହୀ ବସ୍ ଓ ୩ କାର୍। ଅଗ୍ନିକାଣ୍ଡରେ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି। ପ୍ରାୟ ୧୫୦ ଲୋକ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି। ବିଳମ୍ବିତ ରାତିରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

​​​​​​​

ସୂଚନାନୁଯାୟୀ, ମଥୁରା ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ୍ ୱେରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁଁ ୭ଟି ବସ୍ ଓ ୩ଟି କାର୍ ପରସ୍ପର ସହ ଧକ୍କା ହୋଇଛନ୍ତି। ଏହାପରେ ଗାଡ଼ି ଗୁଡ଼ିକ ଜଳି ଯାଇଛି। ଏହି ଦୁର୍ଘଟଣାରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ୧୧ଟି ଅଗ୍ନିଶମ ବାହିନୀ ଓ ୧୪ଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଏକ୍ସପ୍ରେସ୍ ୱେରେ ଅସ୍ଥାୟୀ ଭାବରେ ଯାତାୟାତ ବନ୍ଦ ରଖାଯାଇଛି।  

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ କିଛି ଦେଖାଯାଉନଥିଲା । ଫଳରେ କାର୍ ଏବଂ ବସ୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୫ରୁ ଅଧିକ ଲୋକ ଜିଅନ୍ତା ଜଳିଯାଇଥିଲେ । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଖବରଟିକୁ ପଢନ୍ତୁ- ଘରୁ ରୋଜଗାର କରିବାର ସୁଯୋଗ... ହୋମଷ୍ଟେ ଟୁରିଜିମ୍ ପାଇଁ କେନ୍ଦ୍ରର ବଡ଼ ଯୋଜନା, ରାଜ୍ୟଗୁଡ଼ିକ ପାଖରେ ରହିଛି ଏହିସବୁ ରୋଡମ୍ୟାପ୍

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ସହ ଆହତଙ୍କ ତତ୍କାଳ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।