ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୫ର ପ୍ଲେଅଫରେ ପ୍ରବେଶ କରିଛି। ବୁଧବାର ଦଳ ୫୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ପ୍ଲେଅଫରେ ପହଞ୍ଚିବାରେ ମୁମ୍ୱାଇ ଚତୁର୍ଥ ଦଳ ହୋଇଛି। ଗୁଜୁରାଟ, ବେଙ୍ଗାଲୁରୁ ଏବଂ ପଞ୍ଜାବ ପୂର୍ବରୁ ପ୍ଲେଅଫରେ ପହଞ୍ଚି ସାରିଛନ୍ତି।

ୱାଙ୍ଖଡେ ଷ୍ଟାଡିୟମରେ ୧୮୧ ରନର ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀ ୧୮.୨ ଓଭରରେ ୧୨୧ ରନରେ ଅଲଆଉଟ୍ ହୋଇଯାଇଥିଲା। ସମୀର ରିଜଭି ସର୍ବାଧିକ ୩୯ ରନ ସଂଗ୍ରହ କରିଥିଲେ। ଜସପ୍ରିତ ବୁମରାହ ଏବଂ ମିଚେଲ ସାଣ୍ଟନର ୩ଟି ଲେଖାଏଁ ୱିକେଟ ନେଇଥିଲେ।

ଟସ୍ ହାରିବା ପରେ, ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲା। ସୂର୍ଯ୍ୟକୁମାର ଯାଦବ ୭୩ ରନ ସ୍କୋର କରିଥିଲେ। ସେ ନମନ ଧୀରଙ୍କ ସହ ମିଶି ଶେଷ ୧୨ ବଲରେ ୪୮ ରନ୍ ଯୋଡ଼ିଥିଲେ। ନମନ ୮ଟି ବଲରୁ ୨୪ ରନ୍ କରି ଅପରାଜିତ ରହିଥିଲେ। ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ ନେଇଥିଲେ।