ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ମହିଳାଙ୍କ ଦାବିକୁ ଖାରଜ କଲେ କୋର୍ଟ, ହେବ ନାହିଁ ରବି କିଶନଙ୍କ ଡିଏନଏ ପରୀକ୍ଷା

ମୁମ୍ୱାଇ : ଭୋଜପୁରୀ ତଥା ହିନ୍ଦୀ ସିନେମାର ଅଭିନେତା ରବି କିଶନଙ୍କୁ ମୁମ୍ୱାଇର କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ନିଜକୁ ରବି କିଶନଙ୍କ ଝିଅ କହୁଥିବା ୨୫ ବର୍ଷିୟା ମହିଳା ଶିନୋଭା କିଛି ସମୟ ପୂର୍ବରୁ ଅଭିନେତାଙ୍କ ଡିଏନଏ ଟେଷ୍ଟ ଦାବି କରି ଥିଲେ। ଶିନୋଭାଙ୍କ କହିବାନୁସାରେ, ସେ ରବି କିଶନଙ୍କ ଝିଅ। ସେ ଚାହୁଁଛନ୍ତି କି ରବି କିଶନ ନିଜର ଡିଏନଏ ଟେଷ୍ଟ କରାନ୍ତୁ , ଯଦି ସେ ମିଛ କହୁଛନ୍ତି ଏହା ଖୁଲାସା ହୋଇଯାଉ।  ହେଲେ ଏବେ ମୁମ୍ୱାଇର ଦିଣ୍ଡୋଶି ସେସନ କୋର୍ଟ ଶିନୋଭାଙ୍କ ଏହି ଅପିଲକୁ ଖାରଜ କରି ଦେଇଛନ୍ତି। 

ସୂଚନା ଅନୁସାରେ,୨୫ ବର୍ଷିୟ ଶିନୋଭା ଦାବି କରିଥିଲେ ଯେ, ରବି କିଶନ ତାଙ୍କର ବାୟୋଲଜିକାଲ ପିତା। କୋର୍ଟ କହିଛନ୍ତି କି ରବି କିଶନ ଓ ଦାବି କରୁଥିବା ମହିଳା ଶିନୋଭାଙ୍କ ମାଆଙ୍କର କୌଣସି ପାରିବାରିକ ସମ୍ୱନ୍ଧ ନଥିଲା, ଏଥିରେ ଏହାର କୌଣସି ମାମଲା ହେବ ନାହିଁ। ଏବେ କୋର୍ଟଙ୍କ ପୂରା ଆଦେଶକୁ ଜାରି କରାଯାଇ ନାହିଁ।

ଉଲ୍ଲେଖନୀୟ ଯେ, ଲକ୍ଷ୍ନୌରେ ଏକ ପ୍ରେସ୍‌ କନଫରେନ୍ସ କରି ଶିନୋଭା ଓ ତାଙ୍କର ମାଆ ଅପର୍ଣ୍ଣା ସୋନି ଓରଫ ଅପର୍ଣ୍ଣା ଠାକୁର ବଡ଼ ଦାବି କରି ଥିଲେ। ସେ ଦାବି କରି ଥିଲେ କି, ଅଭିନେତା ତଥା ବିଜେପି ପ୍ରାର୍ଥୀ ରବି କିଶାନ ତାଙ୍କର ଝିଅ ଶିନୋଭାଙ୍କ ପିତା। ଏହା ପରେ ଶିନୋଭା ଇନଷ୍ଟାଗ୍ରାମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ୍‌ କରି ଏକ ଭିଡ଼ିଓ ସେୟାର କରି ଥିଲେ। ଭିଡ଼ିଓରେ ସେ ଦାବି କରି ଅନୁରୋଧ କରି ଥିଲେ କି, ସେ ସମୟ ବାହାର କରି ଶିନୋଭାଙ୍କୁ ଭେଟନ୍ତୁ। ଶିନୋଭାଙ୍କ କହିବାର ଥିଲା ଯେ, ସେ ନିଜ ଦାବି ପଛର ପ୍ରମାଣ ବି ତାଙ୍କ ସାମନାରେ ରଖି ପାରିବେ। 

ଏହାର କିଛି ଦିନ ପରେ ରବି କିଶନଙ୍କ ପତ୍ନୀ ପ୍ରୀତି ଶୁକ୍ଳା ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ଥାନାରେ ଅପର୍ଣ୍ଣା ଠାକୁର, ତାଙ୍କର ଝିଅ ଶିନୋଭା, ସ୍ୱାମୀ ରାଜେଶ ସୋନି, ପୁଅ ସୈନକ ସୋନି, ସମାଜବାଦୀ ପାର୍ଟିର ନେତା ବିବେକ କୁମାର ପାଣ୍ଡେ ଓ ଜଣେ ଖୁର୍ଶିଦ ଖାନ ନାମକ ସାମ୍ୱାଦିକ ( ୟୁଟ୍ୟୁବର)ଙ୍କ ବିରୋଧରେ ଏଫଆଇଆର ରୁଜୁ କରାଇ ଥିଲେ। ପ୍ରୀତି ଶୁକ୍ଳା ନିଜ ଏଫଆଇଆରରେ ମହିଳା ଓ ତାଙ୍କ ଝିଅଙ୍କ ଉପରେ ଧମକ ଦେବା , ମିଛ ଦୋଷାରୋପ କରିବା ଓ ଜବରଦସ୍ତ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରିବାର ଅଭିଯୋଗ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.