ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଶବାନା ଆଜ୍‌ମୀ ପାଇବେ ସମ୍ମାନଜନକ ‘ଫ୍ରିଡମ୍‌ ଅଫ୍‌ ଦ ସିଟି ଅଫ୍‌ ଲଣ୍ଡନ’ ପୁରସ୍କାର

ମୁମ୍ବାଇ ୦୬/୦୫: ନିଜର ବଳିଷ୍ଠ ଅଭିନୟ ଲାଗି ସୁପରିଚିତ ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀ ପାଇବେ ସମ୍ମାନଜନକ ‘ଫ୍ରିଡମ୍‌ ଅଫ୍‌ ଦ ସିଟି ଅଫ୍‌ ଲଣ୍ଡନ’ ପୁରସ୍କାର । ଭାରତୀୟ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ଏବଂ ମହିଳାଙ୍କ ଅଧିକାର ଲାଗି ଜଣେ ପ୍ରଚାରକ ଭାବେ କାମ କରିଥିବା ଯୋଗୁ ସିଟି ଅଫ୍‌ ଲଣ୍ଡନ୍‌ କର୍ପୋରେସନ୍‌ ଦ୍ୱାରା ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଇଣ୍ଡଷ୍ଟ୍ରିରେ ଶବାନାଙ୍କର ୫୦ ବର୍ଷ ପୂର୍ତ୍ତି ହେଉଥିବା ଅବସରରେ ଚଳିତବର୍ଷର ୟୁକେ ଏସିଆନ୍‌ ଫିଲ୍ମ ମହୋତ୍ସବରେ ତାଙ୍କୁ ଏହା ପ୍ରଦାନ କରାଯିବ । 

ଆସନ୍ତା ୧୦ ତାରିଖରେ ଲଣ୍ଡନର ଗିଲ୍ଡହଲ୍‌ଡରେ ସେହି ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ପୁରସ୍କାର ପାଇବା ଲାଗି ଲଣ୍ଡନ ଅଭିମୁଖେ ଯାତ୍ରା କରିବା ସମୟରେ ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଶବାନା କହିଛନ୍ତି, ଏହା ନିଶ୍ଚିତ ଭାବେ ଏକ ଗୌରବର କଥା । ମୋତେ ମିଳିଥିବା ରାଷ୍ଟ୍ରୀୟ ପୁରସ୍କାର ଭଳି ଏହା ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ଆଗକୁ ମଧ୍ୟ ମୁଁ ସିନେମାର କାହାଣୀ ମାଧ୍ୟମରେ ସାମାଜିକ ପ୍ରସଙ୍ଗ ସଂପର୍କରେ ନିଜର ସ୍ୱର ଉଠାଇବାକୁ ଚାହିଁବି । ସାର୍ବଜନୀନ ଜୀବନରେ ଉତ୍କୃଷ୍ଟ ଯୋଗଦାନ ଲାଗି ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ‘ଫ୍ରିଡମ୍‌ ଅଫ୍‌ ଦ ସିଟି ଅଫ୍‌ ଲଣ୍ଡନ’ ପୁରସ୍କାର ପ୍ରଦାନ କରାଯାଇଥାଏ । 

ସୂଚନାଥାଉକି, ଶବାନା ଆଜ୍‌ମୀ ଉଭୟ କଳାତ୍ମକ ଓ ବ୍ୟାବସାୟିକ ସିନେମାରେ ତାଙ୍କର ଉତ୍କର୍ଷତା ପ୍ରକାଶ କରିଛନ୍ତି । ଶେଷଥର ଲାଗି ତାଙ୍କୁ କରନ୍‌ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କୀ ପ୍ରେମ୍‌ କହାନି’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ରୋମାନ୍ସ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆଗକୁ ତାଙ୍କୁ ‘ବନ୍‌ ଟିକ୍କି’ରେ ଦେଖିବାକୁ ମିଳିବ । ସେହି ଫିଲ୍ମରେ ତାଙ୍କ ସହିତ ଅଭିନେତ୍ରୀ ଜିନତ୍‌ ଅମାନ୍‌ ଓ ଅଭୟ ଦେଓଲଙ୍କ ଭଳି କଳାକାର ନଜର ଆସିବେ । କବି କୈଫି ଆଜ୍‌ମୀଙ୍କ ଝିଅ ଶବାନା ଜାଭେଦ୍‌ ଅଖତାରଙ୍କୁ ବିବାହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.