ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

'ହାଉସଫୁଲ ୫' ରେ ଅଭିଷେକ ବଚ୍ଚନଙ୍କ ଏଣ୍ଟ୍ରି, ଏହି ଦିନ ହେବ ରିଲିଜ

Published By : Prameya | May 6, 2024 6:06 PM

ମୁମ୍ବାଇ,୬।୫:'ହାଉସଫୁଲ' ଲୋକପ୍ରିୟ ଫିଲ୍ମ  ଫ୍ରାଞ୍ଚାଇଜ ମଧ୍ୟରୁ ଅନ୍ୟତମ। ଫିଲ୍ମର ଲଗାତାର ୪ଟି ସିକ୍ୱେଲ ଦମଦାର ସଫଳତା ପରେ ବର୍ତ୍ତମାନ ନିର୍ମାତା ଏହାର ୫ମ ଭାଗ ସହ ପରଦାକୁ ଫେରୁଛନ୍ତି । ଗତବର୍ଷ 'ହାଉସଫୁଲ ୫' ଫିଲ୍ମର ଘୋଷଣା ସହ ଏହାର ରିଲିଜ ତାରିଖ ଘୋଷଣା କରାଯାଇଥିଲା । ଫିଲ୍ମ ରିଲିଜକୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ବିଷୟରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ଏଣ୍ଟ୍ରି ହୋଇଛି । ଏନେଇ ସୋସିଆଲ ମିଡିଆରେ ଅଭିନେତା ଏକ ପୋଷ୍ଟ ସେୟାର କରି ନିର୍ମାତା ସୂଚନା ଦେଇଛନ୍ତି ।

ସାଜିଦ ନାଦିୟାଡଓ୍ବାଲା ନିଜ ଇନଷ୍ଟାଗ୍ରାମରେ ଅଭିଷେକ ବଚ୍ଚନଙ୍କ ଏକ ଫଟୋ ସେୟାର କରି   କ୍ୟାପସନରେ ଲେଖିଛନ୍ତି ଯେ, ''ଅଭିଷେକଙ୍କୁ ହାଉସଫୁଲ ଫ୍ରାଞ୍ଚାଇଜକୁ ଆଣି ମୁଁ ବହୁତ ଖୁସି । ତାଙ୍କର ସମର୍ପଣ, କମିକ ଟାଇମିଂ ଏବଂ ସଚ୍ଚୋଟତା ଆମ ଚଳଚ୍ଚିତ୍ରକୁ ଉନ୍ନତ କରିବ ।'' 

ସେହିପରି ଅନ୍ୟପଟେ ଅଭିଷେକ ବଚ୍ଚନ କହିଛନ୍ତି, ''ହାଉସଫୁଲ ମୋର ପ୍ରିୟ କମେଡି ଫ୍ରାଞ୍ଚାଇଜ୍ ମଧ୍ୟରୁ ଅନ୍ୟତମ। ଏଥିସହ ମୋତେ ମୋ ଘରକୁ ଫେରିବା ଭଳି ଲାଗିଲା । ସାଜିଦ ନାଦିଆଡୱାଲାଙ୍କ ସହ କାମ କରିବା ସବୁବେଳେ ବହୁତ ଖୁସିର ବିଷୟ । ମୁଁ ମୋର ସହ-ଅଭିନେତା ଅକ୍ଷୟ ଏବଂ ରିତିଶଙ୍କ ସହ ସେଟ୍‌ରେ ବହୁତ ମଜା କରିବାକୁ ଅପେକ୍ଷା କରିଛି । ମୋର ପ୍ରିୟ ବନ୍ଧୁ ତରୁଣ ମାନସୁଖାନୀଙ୍କ ସହ ପୁନର୍ବାର କାମ କରିବାକୁ ମୁଁ ବହୁତ ଉତ୍ସାହିତ । ଦୋସ୍ତାନା ପରେ ମୁଁ ତାଙ୍କ ସହ ପୁଣିଥରେ କାମ କରିବାକୁ ଆଗ୍ରହୀ ରହିଛି ।''

ହାଉସଫୁଲ ୫ମ ଭାଗ ପର୍ଯ୍ୟନ୍ତ ପହଞ୍ଚିଥିବା ପ୍ରଥମ ହିନ୍ଦୀ ଫିଲ୍ମ ଫ୍ରାଞ୍ଚାଇଜ ଅଟେ। ଏହା ପୂର୍ବରୁ ରିଲିଜ ହୋଇଥିବା ସମସ୍ତ ଫିଲ୍ମ ସୁପରହିଟ ହୋଇଛି। ଏଥିସହ ବକ୍ସ ଅଫିସରେ ସାନନ୍ଦାର ପ୍ରଦର୍ଶନ କରିଛି। 'ହାଉସଫୁଲ ୫' ଆସନ୍ତା ବର୍ଷ ଅର୍ଥାତ ୨୦୨୫ ମସିହା ଜୁନ ୬ ତାରିଖରେ ରିଲିଜ ହେବ । ସେହିପରି ଅଭିଷେକ ବଚ୍ଚନ ହାଉସଫୁଲ ୩ରେ ନଜର ଆସିଥିଲେ । ସେ ବଣ୍ଟି ଚରିତ୍ରରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

ପ୍ରଥମ ହାଉସଫୁଲ ଫିଲ୍ମ ୨୦୧୦ ରେ ରିଲିଜ ହୋଇଥିଲା । ଏଥିରେ ଅକ୍ଷୟ କୁମାରଙ୍କ ସହିତ ଜିୟା ଖାନ, ଅର୍ଜୁନ ରାମପାଲ, ଜ୍ୟାକଲିନ,ଲାରା ଦତା ଓ ଚଙ୍କି ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଉସଫୁଲ ୫ର ସୁଟିଂ ଅଗଷ୍ଟ ମାସରେ ବ୍ରିଟେନରେ ଆରମ୍ଭ ହେବ । ୪୫ ଦିନର ଏକ ସୁଟିଂ କାର୍ଯ୍ୟସୂଚୀ ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.