ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାମ୍ନାକୁ ଆସିଲା ପ୍ରଭାସଙ୍କ ଏନିମେଟେଡ ସିରିଜ ‘ବାହୁବଳୀ : ଦ କ୍ରାଉନ ଅଫ ବ୍ଲଡ ’ ରିଲିଜ ଡେଟ, ଏହି ଓଟିଟିରେ ହେବ ରିଲିଜ

ନୂଆଦିଲ୍ଲୀ, ୬/୫ : ପ୍ରଭାସ ପ୍ୟାନ ଇଣ୍ଡିଆ ଷ୍ଟାର ଅଟନ୍ତି । ପ୍ରଭାସଙ୍କୁ ପୂରା ଦେଶରେ ବହୁତ ପସନ୍ଦ କରିଥାନ୍ତି । ତାଙ୍କ ଅଭିନୟର ବି ଚାରିଆଡ଼େ ତାରିଫ୍ ଶୁଣିବାକୁ ମିଳିଥାଏ । ଏବେ ପର୍ଯ୍ୟନ୍ତ ଅଭିନେତା କେତେକ ବ୍ଲକବଷ୍ଟର ଫିଲ୍ମ ଦେଇ ସାରିଛନ୍ତି । ଦର୍ଶକଙ୍କୁ ବି ଅଭିନେତାଙ୍କ ଆଗାମୀ ଫିଲ୍ମର ଅପେକ୍ଷା ରହିଥାଏ । ତାଙ୍କ ବ୍ଲକବଷ୍ଟର ଫିଲ୍ମର ଲିଷ୍ଟରେ ସବୁଠାରୁ ଉପର ନାଁ ରହିଛି ‘ବାହୁବଳୀ’। ଏହି ଫିଲ୍ମର ୨ପାର୍ଟ ଆସିଥିଲା ଏବଂ ଦୁଇ ପାର୍ଟ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ସେହିଭଳି ଏବେ ଏହା ଉପରେ ଏକ ଓ୍ବେବ ସିରିଜ ହେବାକୁ ଯାଉଛି ।

ପିଲାମାନେ ପ୍ରଭାସଙ୍କୁ ତାଙ୍କର ସାନଦାର ଅଭିନୟ, ସ୍କ୍ରିନ ପ୍ରେଜେଂସ ଏବଂ ପପୁଲାର ଫିଲ୍ମ ସିରିଜରେ ‘ବାହୁବଳୀ’ର ଭୂମିକା କାରଣରୁ ପସନ୍ଦ କରିଥାନ୍ତି । ୭ବର୍ଷ ପରେ ଏବେ ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ଏକ ଏନିମେଟେଡ ଭର୍ସନ ସହ ଓ୍ବେବସିରିଜ ରୂପରେ ରିଲିଜ ହେବାକୁ ଯାଉଛି ।

ଆଜ୍ଞା ହଁ ଏବେ ପିଲାମାନେ ଫିଲ୍ମକୁ ଏନିମେଟେଡ ଭର୍ସନରେ ପ୍ରଭାସଙ୍କୁ ପୁଣି ଥରେ ଜବରଦସ୍ତ ଆକ୍ସନ କରିବାର ଦେଖିବେ । ଏହି ସିରିଜର ଟାଇଟଲ ‘ବାହୁବଳୀ : ଦ କ୍ରାଉନ ଅଫ ବ୍ଲଡ’ ରଖାଯାଇଛି । ଫ୍ୟାନ୍ସ  ଏବଂ ଦର୍ଶକ ବାହୁବଳୀର ଭୂମିକା ନିଭାଇବାର ଦେଖିବା ପରେ ବହୁ ଉତ୍ସାହିତ ଅଛନ୍ତି । 

‘ବାହୁବଳୀ: ଦ କ୍ରାଉନ ଅଫ ବ୍ଲଡ ‘ର ରିଲିଜ କଥା ଯଦି ଆମେ କହିବା ତେବେ ୧୭ମଇ ୨୦୨୪ରେ ପପୁଲାର ଓଟିଟି ପ୍ଲାଟଫର୍ମ ଡିଜ୍ନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି । ଏହା ପ୍ରଭାସଙ୍କ ଫ୍ୟାନ୍ସ ବିଶେଷ କରି ପିଲାମାନଙ୍କ ଲାଗି ଏକ ସାନଦାର ସମର ଟ୍ରିଟ ହେବାକୁ ଯାଉଛି । ଲୋକେ ଏନିମେଟେଡ ସିରିଜରେ ପ୍ରଭାସଙ୍କୁ ବାହୁବଳୀଙ୍କ ନୂଆ ଅବତାରରେ ଦେଖିବେ। ଲୋକେ ବାହୁବଳୀଙ୍କୁ ପୁଣି ଥରେ ଦେଖିବା ଲାଗି ବହୁତ ଉତ୍ସାହିତ ଅଛନ୍ତି, କିନ୍ତୁ ଏଥର ଡିଜିଟାଲ ଫର୍ମାଟରେ ଏବଂ ସେ ବି ନିଜ ହୋମ୍ ସ୍କ୍ରିନରେ ।  

ପ୍ରଭାସଙ୍କ କଥା ଯଦି ଆମେ କହିବା ତେବେ‌ ସୁପରଷ୍ଟାରଙ୍କୁ ଶେଷ ଥର ପାଇଁ ‘ସଲାର ପାର୍ଟ ୧ : ସିଜଫାୟର’ ରେ ଦେଖାଯାଇଥିଲା । ଏବେ ଅଭିନେତା ଚଳିତ ବର୍ଷ ୨୭ଜୁନରେ ନିଜ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘କଲ୍କି ୨୮୯୮ ଏଡି’ ରିଲିଜ ଲାଗି ପ୍ରସ୍ତୁତ ଅଛି । ଏହା ବ୍ୟତୀତ ପ୍ରଭାସ ମାଳବିକା ମୋହନନଙ୍କ ସହ ‘ଦ ରାଜା ସାବ’, ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ସହ ‘ସ୍ପିରିଟ’ ଏବଂ ‘ସଲାର ୨’ରେ ବି ଦେଖାଯିବାକୁ ଅଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.