ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବ କଂଗ୍ରେସ: ରାହୁଲ ଗାନ୍ଧୀ

Image Courtesy: livemint

ଭୋପାଳ: ଲୋକସଭା ନିର୍ବାଚନ ୨୦୨୪ରେ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରରେ ସଂରକ୍ଷଣ ପ୍ରସଙ୍ଗ ଉଠାଉଛନ୍ତି । ଏହାରି ମଧ୍ୟରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।ମଧ୍ୟପ୍ରଦେଶରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ରାହୁଲ କହିଛନ୍ତି ଯେ, ବଞ୍ଚିତଙ୍କ ପାଖରୁ ସଂରକ୍ଷଣ ଛଡ଼ାଇ ନେଇ ୦% କରିବା ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ତିମ ଲକ୍ଷ୍ୟ  । କିନ୍ତୁ ଆମେ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଭାଙ୍ଗି ଦେଶରେ ସାମାଜିକ ନ୍ୟାୟ କରି ଦେଖାଇବୁ । ଏହା କଂଗ୍ରେସର ଗ୍ୟାରେଣ୍ଟି । ନରେନ୍ଦ୍ର ମୋଦୀ ଆପଣଙ୍କ ସଂରକ୍ଷଣ ସମାପ୍ତ କରିବାକୁ ଚାହୁଁଛନ୍ତି ବୋଲି ଉପସ୍ଥିତ ଜନତାଙ୍କୁ କହିଛନ୍ତି ରାହୁଲ ଗାନ୍ଧୀ ।

ଜନସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ବିଜେପି ନେତା ସ୍ପଷ୍ଟ କରିଛନ୍ତି ଦେଶରେ ପୁଣି ଥରେ ବିଜେପି ସରକାର ଆସିବା ମାତ୍ରେ ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କ ସଂରକ୍ଷଣ ଛଡ଼ାଇ ନେବେ । ଯେଉଁଠି ବିଜେପି ସଂରକ୍ଷଣ ଛଡ଼ାଇ ନେବ ବୋଲି କହୁଛି ଆମେ (କଂଗ୍ରେସ) ସଂରକ୍ଷଣର ୫୦ ପ୍ରତିଶତ ସୀମାକୁ ଡେଇଁ ଏହାକୁ ବଢ଼ାଇ ଦେବୁ ।’  ସେ ଆହୁରି କହିଛନ୍ତି, ଇଏ ଲଢ଼େଇ ଦୁଇ ବିଚାରଧାରା ମଧ୍ୟରେ ହେଉଛି । ଏଥିରେ କଂଗ୍ରେସ ସମ୍ବିଧାନ ରକ୍ଷା କରୁଛି । ହେଲେ ବିଜେପି ସମ୍ବିଧାନକୁ ସମାନ୍ତ କରିବାକୁ ଚାହୁଁଛି। କିନ୍ତୁ କଂଗ୍ରେସ ଯେକୌଣସି ପରିସ୍ଥିତିରେ ସମ୍ବିଧାନକୁ ରକ୍ଷା କରିବ। 

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ମିଡିଆ କହୁଛି ମନରେଗାରେ ଲୋକଙ୍କ ଅଭ୍ୟାସ ଖରାପ ହେଉଛି । କିନ୍ତୁ କୋଟିପତିଙ୍କ ଋଣ ଛାଡ଼ କରି ଏହାକୁ ବିକାଶ ବୋଲି କୁହାଯାଉଛି । ଆମ ସରକାର ଆସିବା ପରେ ମନରେଗାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦୈନିକ ମଜୁରି ୪୦୦ ଟଙ୍କା କରିଦିଆଯିବ । ସେ ଆହୁରି କହିଛନ୍ତି, ନରେନ୍ଦ୍ର ମୋଦୀ ଯଦି ଆସନ୍ତି ତାଙ୍କୁ କହିଦେବ ସେ କୋଟିପତିଙ୍କ ପାଇଁ ଯାହା କରିଛନ୍ତି, ସେହି କାମ କଂଗ୍ରେସ ଦେଶର ଗରିବମାନଙ୍କ ପାଇଁ କରିବ ।

 

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.