ଝାରସୁଗୁଡ଼ା, ୦୧/୦୩ : ଦୀର୍ଘ ପ୍ରୀତକ୍ଷାର ଅନ୍ତ। ଆରମ୍ଭ ହେଲା ମୁମ୍ବାଇ-ଝାରସୁଗୁଡ଼ା ବିମାନ ସେବା। ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇ ସିଧାସଳଖ ଉଡିଲା ବିମାନ। ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ । ଆଜି ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ୧ ଟାରେ ଝାରସୁଗୁଡା ପହଁଚିଛି। ଝାରସୁଗୁଡାରୁ ପୁଣି ୨ ଟାରୁ ବାହାରି ଅପରାହ୍ନ ୪ ଟା ୧୫ରେ ମୁମ୍ବାଇ ପହଞ୍ଚିବ ବିମା। ଆଜି ପ୍ରଥମ ଦିନରେ ୯୦ ଜଣ ଯାତ୍ରୀ ଝାରସୁଗୁଡା ଆସିଥିବା ବେଳେ ୯୦ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ମୁମ୍ବାଇ ଯିବେ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍‌ରେ ଚଳାଚଳ କରିବ। ୨୩୨ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ l  

ଅପରାହ୍ନ ପ୍ରାୟ ୧ଟାରେ  ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରରେ ଇଣ୍ଡିଗୋ ବିମାନ  ପହଞ୍ଚିବା ପରେ ୱାଟର କେନନ ଦ୍ୱାରା ସ୍ୱାଗତ କରାଯାଇଥିଲା। ଏଥି ସହିତ ଏୟାରପୋର୍ଟରେ ଯାତ୍ରୀଙ୍କୁ ମଧ୍ୟ ଭବ୍ୟ ସ୍ୱାଗତ  କରାଯାଇଥିଲା।

ପ୍ରକାଶଯୋଗ୍ୟ ଝାରସୁଗୁଡ଼ା  ସହ ଦେଶର ପ୍ରମୁଖ ମେଟ୍ରୋ ସିଟି  ଆକାଶମାର୍ଗରେ ଯୋଡ଼ି ହୋଇଛି ।  ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା  ଜାରି ରହିଛି । ସେହିପରି ଷ୍ଟାର୍‌ ଏୟାର  ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ  ଲକ୍ଷେ୍ନøକୁ ବିମାନସେବା ଆରମ୍ଭ  ହୋଇଛି । ଏଲାୟନ୍ସ ଏୟାର ପକ୍ଷରୁ  ଭୁବନେଶ୍ୱର-ଝାରସୁଗୁଡ଼ା ମଧ୍ୟରେ  ବିମାନ ସେବା ସପ୍ତାହକୁ ତିନି ଦିନ  ଜାରି ରହିଛି । ଝାରସୁଗୁଡ଼ା-ମୁମ୍ବାଇ  ସେକ୍ଟରରେ ବିମାନ ସପ୍ତାହର ସବୁଦିନ ବିମାନ ଚଳାଚଳ ନେଇ  ଯାତ୍ରୀଙ୍କ ଉତ୍ସୁକତା ବୃଦ୍ଧି ପାଇଛି ।