ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବଡା ପାଓ ବିକ୍ରି କରି ଲକ୍ଷପତି , ମାସକୁ ରୋଜଗାର କରୁଛନ୍ତି ୨ଲକ୍ଷ ଟଙ୍କା ...ଭିଡ଼ିଓ ଭାଇରାଲ

Published By : Prameya | October 8, 2024 9:13 PM

ନୂଆଦିଲ୍ଲୀ  : ସୋସିଆଲ ମିଡ଼ିଆ ଏବେ ପାଲଟିଛି ରୋଜଗାର ଓ କ୍ୟାରିୟର ଗଢିବାର ଏକ ପ୍ରମୁଖ ମାଧ୍ୟମ। ଏଥିପାଇଁ ଏହି କଥା କହୁଛୁ ଯେ, ଏଥିରେ ପ୍ରତିଦିନ ଅନେକ ଜୀବନ ଉପଯୋଗୀ ଟିପ୍‌ସ ( ଉପଦେଶ , ପରାମର୍ଶ) ସବୁ ଦିଆଯାଉଛି। ଅନେକ ଲାଇଫ୍‌ ଚେଞ୍ଜିଂ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି ଯେ, ନୂଆ କାମ ଆରମ୍ଭ କରିବା ଦ୍ୱାରା ସେମାନଙ୍କର ଜୀବନ ବଦଳି ଯାଇଛି। ଏମିତି ହିଁ ଏକ ଭିଡ଼ିଓ ମୁମ୍ୱାଇର ଜଣେ ଯୁବକଙ୍କର ଭାଇରାଲ ହେଉଛି। ଯିଏ କି ବଡା ପାଓ ବିକ୍ରିକରି ମାସକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। 

ଉକ୍ତ ଭାଇରାଲ ଭିଡ଼ିଓରେ ବଡା ପାଓ ବିକ୍ରି କରୁଥିବା ଯୁବକ ଜଣଙ୍କ କହୁଛନ୍ତି , ସେ ପ୍ରତି ମାସରେ ୨ଲକ୍ଷ ଟଙ୍କା ଆୟ କରନ୍ତି । ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଷ୍ଟ୍ରିଟ୍‌ ଭେଣ୍ଡିଂରେ ସମ୍ଭାବିତ ଏତେ ଅଧିକ ଆୟକୁ ନେଇ ,ସନ୍ଦେହ ସୃଷ୍ଟ ହୋଇଛି, ଆଉ ଅନେକ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଛି। କିଛି ବିଶ୍ୱାସ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ମିଛ ଭାବୁଛନ୍ତି। 

ମୁମ୍ୱାଇର ଏହି ବଡ଼ା ପାଓ ବିକାଳୀ ଯୁବକଙ୍କ ଭିଡ଼ିଓ ,ବର୍ତ୍ତମାନ ଇଣ୍ଟରନେଟ୍‌ରେ ତେହଲକା ସୃଷ୍ଟି କରିଛି। ସେ ମୁମ୍ୱାଇର ଏକ ଷ୍ଟ୍ରିଟ୍‌ରେ ବଡା ପାଓ ବିକ୍ର କରି ଆଶ୍ଚର୍ଯ୍ୟଜନକ ଆୟ କରୁଥିବା ଖୁଲାସା କରିଛନ୍ତି। ଭାଇରାଲ ଭିଡ଼ିଓରେ ବଡା ପାଓ ବିକ୍ରି କରୁଥିବା ଯୁବକଙ୍କ ଠେଲା ପାଖରେ ଖୁବ୍‌ ଭିଡ଼ ନଜର ଆସୁଛି। ଦାବି କରାଯାଇଛି ଯେ, ଭିଡ଼ିଓ କରୁଥିବା ବ୍ୟକ୍ତି ତାଙ୍କ ସହ ପୂରା ଦିନ ବିତାଇଛନ୍ତି।  ଆଉ ସତ୍ୟତାକୁ ପାଖରୁ ପରଖିଛନ୍ତି। 

ଫୁଡ୍‌ ବ୍ଲଗର କହିଛନ୍ତି କି , ସକାଳୁ ନେଇ ଦ୍ୱିପ୍ରହର ଯାଏ ଯୁବକ ଜଣଙ୍କ ରାସ୍ତା କଡ଼ରେ ପାଖାପାଖି ୨୦୦ ବଡା ପାଓ ବିକ୍ରି କରିଛନ୍ତି। ଯେତେ ଯେତେ ଦିନ ବଢୁଥିଲା, ବଡା ପାଓର ବିକ୍ରି ମଧ୍ୟ ବଢୁଥିଲା । ଦିନ ସରିବା ଯାଏ ଯୁବକ ଜଣଙ୍କ ମୋଟ ୬୨୨ଟି ବଡା ପାଓ ବିକ୍ରି କରି ସାରିଥିଲେ। ଏଥିରେ ପ୍ରତ୍ୟେକର ଦାମ୍‌ ଥିଲା ୧୫ଟଙ୍କା। ଏହି ହିସାବରେ ଦିନକୁ ଆୟ ୯,୩୦୦ଟଙ୍କା ହୋଇଥିଲା। ଯଦି ଏମିତି ପ୍ରତିଦିନ ସେ ବଡା ପାଓ ବିକ୍ରି କରୁଥାନ୍ତି , ତ ମାସରେ ଆନୁମାନିକ ଆୟର ପରିମାଣ ମଧ୍ୟ ବାହାରିବା ନଜର ଆସିଛି। ଆନୁମାସିକ ହିସାବରେ ସେ ମାସକୁ  ୨.୮ ଲକ୍ଷ ଟଙ୍କା ଆୟ କରୁଥିବା କୁହାଯାଇଛି। 

ଉକ୍ତ ଭିଡ଼ିଓରେ ଏହା ମଧ୍ୟ କୁହାଯାଇଛି କି, ମୁମ୍ୱାଇରେ ବଡା ପାଓର ଚାହିଦା କେତେ ଅଧିକ ରହିଛି। ଯାହାକି ଏହି ଯୁବକ ଜଣଙ୍କ କୌଣସି ବଡ଼ ଚାକିରି କି ବଡ଼ ବ୍ୟବସାୟ ନକରି ବି ଭଲ ଆୟ କରି ପାରୁଛନ୍ତି। ଆଉ ସେ ଏହା ମାଧ୍ୟମରେ ଅନେକଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.