ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସାଇବର ଠକେଇର ଶିକାର ହେଲେ ମହିଳା , ଭିଡିଓ କଲ୍‌ରେ ଓହ୍ଲାଇଲେ ପୋଷାକ : ଠକି ନେଲେ ଲକ୍ଷ ଲକ୍ଷ ଟଙ୍କା

Published By : Prameya | November 30, 2024 5:10 PM

ମୁମ୍ୱାଇ : ମୁମ୍ୱାଇରେ ସାଇବର ଠକେଇର ଆଉ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଜଣେ ୨୬ ବର୍ଷିୟା ମହିଳା , ଯିଏ ବୋରିଭଲି ଇଷ୍ଟରେ ରୁହନ୍ତି ଏବଂ ଏକ ଫାର୍ମା କମ୍ପାନୀରେ କାମ କରନ୍ତି, ତାଙ୍କର ସାଇବର ଅପରାଧିମାନେ ପ୍ରଥମେ ଭିଡ଼ିଓ କଲ୍‌ରେ ପୋଷାକ ଓହ୍ଲାଇଲାବାକୁ କହିଲେ ଏବଂ ଏହାପରେ ୧.୭୮ ଲକ୍ଷ ଟଙ୍କାର ଠକି ନେଲେ। ଏହି ଠକ ଦିଲ୍ଲୀ ପୁଲିସ ଅଧିକାରୀ ସାଜି ମହିଳାଙ୍କୁ ସଂପର୍କ କଲେ। ସେ ମହିଳାଙ୍କୁ କହିଲେ କି ତାଙ୍କ ନାଁ ଏକ ମନି ଲଣ୍ଡରିଂ କେସ୍‌ରେ ଆସିଛି,ଯିଏ ନରେଶ ଗୋୟଲଙ୍କ ସହ ଜଡ଼ିତ। ଠକମାନେ ଧମକ ଦେଇଛନ୍ତି କି ଯାଞ୍ଚ ପାଇଁ ତାଙ୍କୁ ତୁରନ୍ତ ସହଯୋଗ କରିବାକୁ ହେବ, ନୁହେଁତ ତାଙ୍କୁ ଗିରଫ କରିନିଆ ଯିବ। 

ମହିଳା ନିଜର ଅଭିଯୋଗର କହିଛନ୍ତି କି ଏହି ଘଟଣା ୧୯ ଓ ୨୦ ନଭେମ୍ୱର ୨୦୨୪ ମଧ୍ୟରେ ହୋଇଛି। ଠକମାନେ ଅନେକ ଅଲଗା ଅଲଗା ମୋବାଇଲ ନମ୍ୱରରୁ କଲ୍‌ କରିଥିଲେ ଏବଂ ତାଙ୍କୁ ଡ଼ରାଇ ଧମକାଇ ଏକ ହୋଟେଲ ରୁମ୍‌ ବୁକ୍‌ କରିବାକୁ କହିଲେ। ସେଠାରେ ସେ ଭିଡ଼ିଓ କଲ୍‌ରେ ମହିଳାଙ୍କ ସହ କଥା ହେଲେ ଏବଂ ବ୍ୟାଙ୍କ ଆକାଉଣ୍ଟ ଭେରିଫିକେସନ ନାମରେ ୧.୭୮ଲକ୍ଷ ଟଙ୍କା ଟ୍ରାନ୍ସଫର କରାଇଲେ। 

କେବଳ ଏତିକି ନୁହେଁ , ସେମାନେ ବଡ଼ି ଭେରିଫିକେସନ ବାହାନାରେ ମହିଳାଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କଲେ। ମହିଳା ଏହି ପୂରା ଘଟଣାରେ ଖୁବ୍‌ ଡ଼ରି ଯାଇ ପରେ ପୁଲିସରେ ଅଭିଯୋଗ କରିଥିଲେ। 

ଦହିସର ପୁଲିସ ଷ୍ଟେସନରେ ମହିଳାଙ୍କ ଅଭିଯୋଗ ରୁଜୁ କରାଗଲା , ଏହାପରେ ଅନ୍ଧେରୀ ପୁଲିସ ଷ୍ଟେସନକୁ ଟ୍ରାନ୍ସଫର କରିଦିଆ ଗଲା। କେସ୍‌ ଭାରତୀୟ ଦଣ୍ଡ ସଂହିତାର ଧାରା ୩୧୯ (୨) , ୩୧୮ (୪), ୨୦୪ ,୭୪,୭୮,୭୯, ୩୫୧(୨) ଓ ଆଇଟି ଆକ୍ଟର ଧାରା ୬୬(ଏ) ଓ ୬୫ (ଡି) ଅନୁସାରେ ରୁଜୁ କରାଯାଇଛି।

ପୁଲିସ ଏବେ ଏହି ଅଜଣା ଅପରାଧିକ ନାଁକୁ ପତ୍ତା କରିବାକୁ ଚେଷ୍ଟା କରୁଛି। ଏହି ମାମଲା ପୁଣି ଥରେ ଏହି ପ୍ରଶ୍ନ ଉଠାଇଛି କି, କେମିତି ସାଇବର ଅପରାଧୀ ଲୋକଙ୍କୁ ଡରାଇ ଓ ଭ୍ରମିତ କରି ତାଙ୍କ ସହ ଠକେଇ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.