ମୁମ୍ବାଇ,୨୩/୪ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ । ଦୁଇ ସଫଳ ଦଳ ମୁମ୍ବାଇ ଓ ଚେନ୍ନାଇ ୱାଙ୍ଖଡ଼େ ଷ୍ଟାଡ଼ିୟମ୍ରେ ପରସ୍ପରକୁ ସାମ୍ନା କରିବେ । ଟୁର୍ଣ୍ଣାମେଣ୍ଟର ଏହି ୩୩ତମ ଲିଗ୍ ମ୍ୟାଚକୁ ନେଇ ଦର୍ଶକ ମହଲରେ ବେଶ୍ ଉତ୍କଣ୍ଠା ଲାଗି ରହିଛି । ଅନ୍ୟପଟେ ଯଦି ଦେଖିବା ତେବେ ଧୋନୀ ଏବଂ ରୋହିତ ଆଜି ବି ଖେଳୁନାହାନ୍ତି । ଯାହା କିଛି ମାତ୍ରାରେ ତାଙ୍କର ଫ୍ୟାନ୍ସଙ୍କୁ ନିରାଶ ହେବାକୁ ପଡ଼ିପାରେ ।
ପଏଣ୍ଟ ତାଲିକାରେ ମୁମ୍ବାଇ ଓ ଚେନ୍ନାଇ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ଆଜିର ଫଳାଫଳ ପଏଣ୍ଟ ତାଲିକାକ ପ୍ରଭାବିତ କରିବ । ମୁମ୍ବାଇ ଜିତିଲେ ପଞ୍ଚମ ସ୍ଥାନକୁ ଉନ୍ନୀତ ହେବ । ଚେନ୍ନାଇ ଜିତିଲେ ଷଷ୍ଠ ସ୍ଥାନ ଦଖଲ କରିପାରିବ । ତେଣୁ ଉଭୟ ବିଜୟ ପାଇଁ ସବୁ ଶକ୍ତି ଲଗାଇବେ ।
ଯଦି ଆମେ ଧୋନିଙ୍କ କଥା କହିବା ତେବେ ବୁଧବାର ପାଖାପାଖି ୪୫ମିନିଟ୍ ସମୟ ୱିକେଟ୍ କିପିଂ କରିଥିଲେ ଓ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ । ମୁମ୍ବାଇ ଦଳର ପ୍ରତ୍ୟେକ ଖେଳାଳି ସମୟ ସମୟରେ ଧୋନିଙ୍କ ନିକଟକୁ ଯାଇ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା । ମାତ୍ର ଆଜିର ମ୍ୟାଚ୍ ଖେଳିବେ ନାହିଁ । ଯାହା ଫଳରେ ମାହିଙ୍କ ଫ୍ୟାନ୍ସ ନିରାଶ ହୋଇଛନ୍ତି ।