ବରଗଡ଼, ୦୩/୦୧ : ବରଗଡ଼ ସହର ସ୍ଥିତ ଘୁଲିପାଲିରେ ବିଭତ୍ସ ହତ୍ୟାକାଣ୍ଡ। ରାସ୍ତାରେ ପଡ଼ିଛି ମୃତଦେହ। ଯୁବକଙ୍କ ଗଳା କାଟିବା ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୃତକ ଜଣଙ୍କ ହେଉଛନ୍ତି ବରଗଡ଼ ସହର ବାନ୍ଦୁଟିକ୍ରାର ଚନ୍ଦନ ରାଉତ। 

​​​​​​​

ସୂଚନାନୁଯାୟୀ, ବରଗଡ଼ ପୌରାଞ୍ଚଳ ଘୁଲିପାଲି ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିବା ପରେ ରାସ୍ତାରେ ଫିଙ୍ଗି ଦେଇଛନ୍ତି। ଘଟଣା ସ୍ଥଳରେ ବରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ବରଗଡ଼ ସହର ବାନ୍ଦୁଟିକ୍ରାର ଚନ୍ଦନ ରାଉତ ବୋଲି ଜଣାପଡ଼ିଛି। ନିଶା ଦ୍ରବ୍ୟ କାରବାର ପାଇଁ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ମା' ଅଭିଯୋଗ କରିଛନ୍ତି। ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହରେ ୪ ଜଣ ଯୁବକଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। 

ଏହି ଖବରଟିକୁ ପଢନ୍ତୁ- ରୁପାଲି ଛକରେ ଛାତିଥରା ଦୁର୍ଘଟଣା, ନୂଆବର୍ଷରେ ମୁଣ୍ଡ ନେଲା ଆମ ବସ୍