ଘଟଗାଁ,୦୪/୧୦: କେନ୍ଦୁଝର ଘଟଗାଁ ଥାନା ଅଧୀନ ମେଦିନୀପୁର ଗାଁରେ ହତ୍ୟାକାଣ୍ଡ । ଘର ବାରଣ୍ଡାରେ ଶୋଇଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ବେକକୁ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତ । ମୃତକ ୫୫ ବର୍ଷୀୟ ଭଦ୍ରୁ ମହାକୁଡ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଘଟଗାଁ ପୁଲିସ ଓ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
ସୂଚନା ମୁତାବକ, ଭଦ୍ରୁ ମହାକୁଡ ଗୁରୁବାର ରାତିରେ ନିଜ ଘର ବାରଣ୍ଡାରେ ଶୋଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ବେକକୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଶୁକ୍ରବାର ସକାଳୁ ପରିବାର ଲୋକେ ମୃତଦେହ ଦେଖି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ଘଟଗାଁ ପୁଲିସ ଓ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ଜଣେ ନିରୀହ ଲୋକଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ।