ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ଜଣେ ଅଭିଯୁକ୍ତ ଗିରଫ

Published By : Harapriya Sethi | November 25, 2024 2:11 PM

ଭୁବନେଶ୍ୱର, ୨୫/୧୧: ରାଜଧାନୀରେ ଲୁଟ ପାଇଁ ମହିଳାଙ୍କୁ ହତ୍ୟା ଘଟଣାରେ ଜଣେ କୁଖ୍ୟାତ ଲୁଟେରାକୁ ଝାଡଖଣ୍ଡରୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ରାଜୁ ନାଇଡ଼ୁ ବୋଲି ସୂଚନା ମିଳିଛି । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । 

ସୂଚନା ମୁତାବକ, ନଭେମ୍ୱର ୧୧ ତାରିଖରେ ସ୍ୱାମୀ ବିଷ୍ଣୁ ପାତ୍ରଙ୍କ ସହ ମହିଳା ଜଣକ ବାଇକ୍‌ରେ ଯାଉଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ମହିଳାଙ୍କ ଠାରୁ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ । ଲୁଟ୍‌ ବେଳେ ମହିଳା ଜଣକ ଗାଡ଼ିରୁ ପଡ଼ି ଯାଇ ପ୍ରାଣ ହରାଇଥିଲେ । ଏନେଇ ତାଙ୍କ ସ୍ୱାମୀ ଏୟାରଫିଲଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାର ତଦନ୍ତ ପାଇଁ ୨୬୮ଟି ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ତେବେ ତଦନ୍ତର ୧୪ ଦିନ ପରେ ଜଣେ ଲୁଟେରାକୁ ଝାଡଖଣ୍ଡରୁ ବାନ୍ଧିବାରେ ସଫଳ ହୋଇଛି କମିସନରେଟ ପୋଲିସ । ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ଅଞ୍ଚଳରେ ଜାଲ ବିଛାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.