ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୋରାପୁଟରେ ଅଘଟଣ, ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ ପ୍ରାଣ ହରାଇଲେ ବୃଦ୍ଧା

Published By : Harapriya Sethi | November 9, 2024 11:34 AM

ନାରାୟଣପାଟଣା,୦୯/୧୧: ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇଥିବା ବେଳେ ଅଘଟଣ । ଶୀତ କାକରରେ ପଡି ରହି ପ୍ରାଣ ହରାଇଲେ  ୮୩ ବର୍ଷର ବୃଦ୍ଧା କାନ୍ତା ମେଲେକା । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ମୁତାବକ, ବାଉଁଶପୁଟ ଗ୍ରାମର ନିଜ ଭଉଣୀ ସୋନାଇ ମେଲେକାଙ୍କ ସହ ରହୁଛନ୍ତି କାନ୍ତା ମେଲେକା । ଶୁକ୍ରବାର ଦୁଇ ଭଉଣୀ ମିଶି ବନ୍ଧୁଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଭତ୍ତା ପାଇଁ ଆସିଥିଲେ । ବ୍ୟାଙ୍କରେ ପହଞ୍ଚି ନପାରି ବନ୍ଧୁଗାଁ ଇନ୍ଦଲମା ଠାକୁରାଣୀ ମନ୍ଦିର ନିକଟରେ କାନ୍ତା ମେଲେକା ଅସୁସ୍ଥ ହୋଇପଡ଼ି ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ବନ୍ଧୁଗାଁ ଇନ୍ଦଲମା ଠାକୁରାଣୀ ମନ୍ଦିର ନିକଟରେ ବସି ରହିଥିଲେ  । ଶୀତ କାକର ସମ୍ଭାଳି ନପାରି ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିଲେ କାନ୍ତା ମେଲେକା । ଏନେଇ ତାଙ୍କ ଭଉଣୀ ସୂଚନା ଦେଇଛନ୍ତି । ଉଉଣୀକୁ ଏପରି ଅବସ୍ଥାରେ ଦେଖି ସୋନାଇ ମେଲେକା ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପଟେ ଏପରି ସ୍ଥିତିରେ ବୟସ୍କ ମାନଙ୍କୁ ଘରେ ଘରେ ଭତ୍ତା ପହଞ୍ଚାଇବା ବ୍ୟବସ୍ଥା କରାଯିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ନେତା ଡି ଏଙ୍କାଟି I 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.