ନୂଆଦିଲ୍ଲୀ, ୧୯/୨ : ଜଣାଶୁଣା ଟିଭି ଅଭିନେତ୍ରୀ ଆଦା ଖାନ୍ । ବହୁ ଚର୍ଚ୍ଚିତ ନାଗିନ୍ ଫେମ୍ ଆଦା ଖାନ୍ ଘରେ ଘରେ ପରିଚିତ । ୩୬ ବର୍ଷୀୟ ଏହି ଅଭିନେତ୍ରୀ ଏଯାବତ ବିବାହ କରିନାହାନ୍ତି । ନିକଟରେ ଏକ ପ୍ରତିକ୍ରିୟାରେ କହିଥିଲେ କି, ସମସ୍ତେ କେବଳ ସେହି ଗୋଟିଏ ପ୍ରଶ୍ନ ପଚାରୁଛନ୍ତି । ଯାହା ଶୁଣି ଶୁଣି ବିରକ୍ତ ଲାଗିଲାଣି । ଏହାସହ ସେ କହିଛନ୍ତି କି, ଯେତେବେଳେ କାହା ସମ୍ପର୍କ ଯୋଡ଼ିବ ଯେତେବେଳେ କାହଳାସହ ମନ ମିଶିବ ।

ଆଦା ପୂର୍ବରୁ ଅଭିନେତା ଅଙ୍କିତଙ୍କ ସହ ଡେଟ୍ କରୁଥିଲେ । ଯେଉଁ ଖବର ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଥିଲା । ଅନେକ ଦିନ ସମ୍ପର୍କରେ ରହିବା ପରେ ଆଦା ଦାବି କରିଥିଲେ କି, ଅଙ୍କିତ ତାଙ୍କୁ ଠକୁଛନ୍ତି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ବ୍ରେକଅପ୍ ମଧ୍ୟ ହୋଇଥିଲା । ଆଉ ସେବେଠାରୁ ସେ ଅବିବାହିତ ଅଛନ୍ତି ।

ଏକ ଗଣମାଧ୍ୟମ ସହ ଇଣ୍ଟରଭିୟୁ ସମୟରେ ଆଦା କହିଥିଲେ କି, ଲୋକମାନେ ବାହାଘର ବାହାଘର କହି ଖାଲି ଚାପ ପକାଉଛନ୍ତି । ବିବାହ କରିବା ଏକ ଦାୟିତ୍ବ । ମାତ୍ର ଆମ ଉପରେ ଅନେକ ଗୁଡ଼ିଏ ଦାୟିତ୍ବ ମଧ୍ୟ ରହିଛି । କିନ୍ତୁ ସମସ୍ତେ କେବେ ବିବାହ କରିବ କହି କହି ଚାପ ପକାନ୍ତି । ମାତ୍ର ଯେତେବେଳେ ମନ ହେବ ସେତେବେଳେ ବିବାହ କରିବା ଠିକ୍ । ଏହାସହ ସେ କହିଛନ୍ତି କି, ବିବାହ କରିବା ଭଗବାନଙ୍କ ଇଛା । ଯେତେବେଳେ ଭଗବାନ ଚାହିଁବେ ମୁଁ ବିବାହ କରିବି । ଆଦା କହିଛନ୍ତି କି, ମୁଁ ଯେପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ସେବେ ଯାଏ ବିବାହ କରିବି ନାହିଁ ।

ଏହାସହ ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି, ଚାଷୀପୁଅକୁ ବାହା ହେଉଥିବା ଝିଅଙ୍କୁ ମିଳୁ ଭତ୍ତା