ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନବ ଦାସଙ୍କ ହତ୍ୟା ବେଳେ ଦୀପାଳି ଚୁପ୍‌ ରହିଲେ, ଆଉ ଏବେ ଆଳୁ ଖୋଳୁଛନ୍ତି...

Published By : Prameya | January 18, 2025 12:54 PM

ଭୁବନେଶ୍ୱର ୧୮/୦୧: ବହୁ ଚର୍ଚ୍ଚିତ ସ୍ବର୍ଗତ ନବ ଦାସ ହତ୍ୟାକାଣ୍ଡକୁ ନେଇ ଥମୁନି ବିବାଦ। ଆରୋପ ପ୍ରତ୍ୟାରୋପକୁ ନେଇ ଚାଲିଛି ରାଜନୀତି। ନବ ଦାସ ଘଟଣାରେ ଦୀପାଳି ମୁହଁ ଖୋଲିବା ପରେ ଉଷ୍ମମ ହୋଇଛି ରାଜ୍ୟ ରାଜନୀତି। ଏହି ପ୍ରସଙ୍ଗ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣାମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ କହିଛନ୍ତି। ଦୀପାଳି ଏବେ ଆଳୁ ଖୋଳୁଛନ୍ତି। ଦେଖାଇବା ମହାଦେବ ବାହାରୁଛନ୍ତି କି ନାହିଁ। 

ସେ ଆହୁରି କହିଛନ୍ତି ଯେ, ଯେବେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟିଥିଲା ସେତେ ବେଳେ ଦୀପାଳି ଦାସ ଚୁପ ରହିଲେ । ପରେ ବିଧାୟକ ଟିକେଟ୍ ପାଇ ମଧ୍ୟ ନିରବ ରହିଲେ। ବର୍ତ୍ତମାନ ଆମ ସରକାର ଆସିଲା ଦୀପାଳି ଏବେ ଆଳୁ ଖୋଳୁଛନ୍ତି। ଦେଖାଇବା ମହାଦେବ ବାହାରୁଛନ୍ତି କି ନାହିଁ।  ସେ ଖୋଳୁ ଖୋଳୁ ଖୋଳୁଛନ୍ତି। ଦେଖାଯାଉ କିଏ ସାହାର୍ଯ୍ୟ କରୁଛି। ମହାଦେବ ତ ନିଶ୍ଚିତ ବାହାରି। 


ତେବେ ନବ ଦାସଙ୍କ ହତ୍ୟାକାଣ୍ଡ ପିଛର ଷଡ଼ଯନ୍ତ୍ର ଉପର ପରଦା ଉଠିବା ଦରକାର। ଗୋପାଳ ଦାସ ପଛରେ କିଏ ରହିଥିଲେ ସେ ଧରାପଡିବା ଦରକାର। ସାଧାରଣ ଓଡ଼ିଆ ନାଗରୀକ ଚାହିଁକି ରହିଛନ୍ତି। ତେବେ ପୂର୍ବ ସରକାର ସମୟରେ କ୍ରାଇମ ବ୍ରାଞ୍ଚ ଠିକ ସେ ତଦନ୍ତ କରି ନଥିଲା।। ଏବେ ସରକାର ବଦଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଠିକ ନିଷ୍ପତି ନେବେ।

ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା : ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼, ଆଉ କାହାର ସମ୍ପୃକ୍ତି ନେଇ ବଢିଲା ସନ୍ଦେହ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.