ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସାତ ଜନ୍ମର ସାଥୀ ହେବେ ନାଗା ଚୈତନ୍ୟ ଓ ଶୋଭିତା ଧୂଲିପାଲ, ଯୋଗ ଦେବେ ଖାସ ଅତିଥି

Published By : Anindita Ratha | December 4, 2024 1:16 PM

ମୁମ୍ବାଇ,୦୪/୧୨: ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୂଲିପାଲ । ପାରମ୍ପାରିକ ରୀତିନୀତି ଅନୁଯାୟୀ ଦମ୍ପତି କରିବେ ବିବାହ । ଏନେଇ ବିବାହ ପୂର୍ବର ରୀତିନୀତି ଆରମ୍ଭ ହୋଇଯାଇଛି ।  ଏହା ବ୍ୟତୀତ ବିବାହ କାର୍ଯ୍ୟକ୍ରମ ପ୍ରାୟ ୮ ଘଣ୍ଟା ଧରି ଚାଲିବ । ଯେଉଁଥିରେ ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ବଡ ତାରକା ଯୋଗଦେବାକୁ ଯାଉଛନ୍ତି । ତେବେ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଆଇକନିକ୍ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ନାଗା ଏବଂ ଶୋଭିତା ବିବାହ କରିବେ ବିବାହ । 

ତେବେ ନାଗା ଏବଂ ଶୋଭିତାଙ୍କ ବିବାହ ସମାରୋହରେ ଭାରତୀୟ ସିନେମାର ବଡ ବଡ ତାରକା ସାମିଲ ହେବେ । ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ପରିବାର, ପ୍ରଭାସ, ଏସ.ଏସ୍ ରାଜାମୌଲି, ଅକ୍କିନେନି ପରିବାର ଏବଂ ଚିରଞ୍ଜୀବୀ ପରିବାର, ଅର୍ଥାତ୍ ଚିରଞ୍ଜୀବୀ ଏବଂ ତାଙ୍କ ପତ୍ନୀ ସୁରେଖା, ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ସହ ଯୋଗଦେବେ । ଏଥିସହ ମହେଶ ବାବୁ ଏବଂ ନମ୍ରତା ଶିରୋଦକର ମଧ୍ୟ ଏହି କପଲଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ରହିବେ । ଜୁନିଅର ଏନଟିଆର ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ, ନୟନତାରାଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଏହି ଉତ୍ସବରେ ଯୋଗଦେବେ ବୋଲି ଆଶା କରାଯାଉଛି । ପ୍ରକାଶ ଥାଉକି, ନାଗା ଚୈତନ୍ୟ ପୂର୍ବରୁ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ ୨୦୧୦ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହାପରେ ଉଭୟ  ୨୦୧୭ ଅକ୍ଟୋବରରେ ବିବାହ କରିଥିଲେ । ଆଉ ୨୦୨୧ରେ ହୋଇଥିଲେ  ଅଲଗା । ତେବେ ବିବାହ ବିଚ୍ଛେଦ ପରେ   ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ କରୁଥିଲେ ଡେଟ । ଆଉ ଦୀର୍ଘ ଦିନର ଡେଟ୍ ପରେ ଉଭୟ ବିବାହ କରିବାକୁ ଯାଉଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.