ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

୨୧ ପ୍ରକାର ଶୃଙ୍ଗାରରେ ନିଜକୁ ସଜାଇଥାନ୍ତି ନାଗାସାଧୁ, ଜାଣନ୍ତୁ କ’ଣ ରହିଛି ଏହି ଶୃଙ୍ଗାର

Published By : Prameya | January 20, 2025 10:02 AM

ନୂଆଦିଲ୍ଲୀ ୨୦/୦୧: ତୀର୍ଥରାଜ ପ୍ରୟାଗରେ ଚାଲିଛି ମହାକୁମ୍ଭ ମେଳା  । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି ସଙ୍ଗମରେ ପବିତ୍ର ବୁଡ଼ ପକାଇ ମନୁଷ୍ୟ ଜନ୍ମକୁ ସାର୍ଥକ କରିବାକୁ । ଅନେକେ ମଧ୍ୟ ବିଶ୍ୱର ଏହି ସର୍ବବୃହତ ଆଧ୍ୟାତ୍ମିକ ସମ୍ମେଳନରେ ସାମିଲ ହେଉଛନ୍ତି ହିନ୍ଦୁଧର୍ମର ସାଂସ୍କୃତିକ, ଆଧ୍ୟାତ୍ମିକ ବୈଭବକୁ ନିକଟରୁ ପରଖିବା ଲାଗି । ତେବେ ଯିଏ ଯେଉଁ ଉଦ୍ଦେଶ୍ୟରେ ଆସିଥାନ୍ତୁ ନା କାହିଁକି, ମହାକୁମ୍ଭ ମେଳାରେ ସମସ୍ତଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ନାଗାସାଧୁ । ଭୌତିକ ଜୀବନର ସମସ୍ତ ମୋହକୁ ତ୍ୟାଗ କରି ଭଗବାନ୍‌ ଶଙ୍କରଙ୍କର ଶରଣାପନ୍ନ ନାଗାସାଧୁମାନଙ୍କର ବେଶଭୁଷା ଲୌକିକ ଦୃଷ୍ଟିକୋଣରୁ ଯେତିକି ଅଦ୍ଭୁତ, ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସେତିକି ଅନନ୍ୟ ।

ହିନ୍ଦୁଧର୍ମରେ ଜଣେ ସୁହାଗିନୀ ନାରୀ ଷୋହଳପ୍ରକାର ଶୃଙ୍ଗାର କରୁଥିବାବେଳେ ଜଣେ ନାଗାସାଧୁ ନିଜକୁ ୨୧ପ୍ରକାର ଶୃଙ୍ଗାରରେ ସଜାଇଥାନ୍ତି । ନାଗାସାଧୁମାନଙ୍କର ଶୃଙ୍ଗାର ଭଗବାନ୍‌ ଶଙ୍କରଙ୍କ ସଦୃଶ ହୋଇଥାଏ ।  

କ୍ଷଣଭଙ୍ଗୁର ଜୀବନର ସତ୍ୟତାକୁ ହୃଦୟଙ୍ଗମ କରାଇଥାଏ । ଭସ୍ମକୁ ସେମାନେ ନିଜ ଶରୀର ସାରା ବୋଳି ହୋଇଥାନ୍ତି ।

ହଳାହଳ ପାନ କରିଥିବା ଭଗବାନ୍‌ ଶିବଙ୍କୁ ଶୀତଳତା ପ୍ରଦାନ ଲାଗି କଣ୍ଠରେ ଚନ୍ଦନ ଲେପ କରାଯାଇଥାଏ । ନାଗାସାଧୁ ମଧ୍ୟ ମସ୍ତକ,ଗଳା ଏବଂ ହାତରେ ଚନ୍ଦନ ଲେପ କରିଥାନ୍ତି । 

ମସ୍ତକରେ ତିଳକ ଭକ୍ତିର ପ୍ରତୀକ । 

ମହାଦେବଙ୍କ ଅଶ୍ରୁରୁ ସୃଷ୍ଟି ରୁଦ୍ରାକ୍ଷ ନାଗାସାଧୁମାନଙ୍କ ଶୃଙ୍ଗାରର ବିଶେଷ ଅଂଶ ଅଟେ । 

ନାଗାସାଧୁ ଆଖିରେ କଜଳ ପିନ୍ଧି ସଜାଇ ହେବାର ପରମ୍ପରା ରହିଛି । 

ମାନ୍ୟତା ରହିଛି ଯେ ଭଗବାନ୍‌ ଶିବ ପାଦରେ କଙ୍କଣ ଧାରଣ କରିଥାନ୍ତି । ଏଣୁ ନାଗାସାଧୁମାନେ ମଧ୍ୟ ପିତ୍ତଳ,ତମ୍ବା,ସୁନା ଏବଂ ରୁପା କିମ୍ବା ଲୁହାରେ ତିଆରି କଙ୍କଣ,କଡ଼ା ଧାରଣ କରିଥାନ୍ତି । 

ଚିମୁଟା ନାଗାସାଧୁମାନଙ୍କର ଅସ୍ତ୍ର ତଥା ସାଧନାର ଅଂଶବିଶେଷ ଅଟେ । ନାଗାସାଧୁମାନେ ସର୍ବଦା ଏହି ଅସ୍ତ୍ର ଦ୍ୱାରା ସଜ୍ଜିତ ହୋଇଥାନ୍ତି ।

ଭଗବାନ୍‌ ଶିବଙ୍କର ପ୍ରିୟ ବାଦ୍ୟ ଡମ୍ବରୁ ହୋଇଥିବାରୁ ନାଗାସାଧୁମାନେ ମଧ୍ୟ ଡମ୍ବରୁ ଧାରଣ କରି ବଜାଇବା ଦେଖିବାକୁ ମିଳେ ।

କମଣ୍ଡଳୁ ଧରିବା ନାଗାସାଧୁଙ୍କର ଅନ୍ୟ ଏକ ଶୃଙ୍ଗାର । କମଣ୍ଡଳରେ ଜଳ ରହିଥାଏ । 

ନାଗାସାଧୁମାନଙ୍କର ଜଟା ସବୁଠୁ ନିଆରା । ପ୍ରାକୃତିକ ଉପାୟରେ ଗୁନ୍ଥା ଜଟା ପାଞ୍ଚଥର ଗୁଡ଼ା ହେବା ଅବସ୍ଥାରେ ପଞ୍ଚକେଶ ଶୃଙ୍ଗାର କରାଯାଇଥାଏ । 

ନାଗାସାଧୁମାନେ ସେମାନଙ୍କ ସାଧକ ଜୀବନର ଶେଷ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ବସ୍ତ୍ର ତ୍ୟାଗ କରିଥାନ୍ତି । ନଚେତ ସେମାନେ ଗେରୁଆ ରଙ୍ଗର ଲେଙ୍ଗୁଟୀ ଧାରଣ କରିଥାନ୍ତି । 

ନାଗା ସାଧୁମାନେ ବିଭିନ୍ନ ପ୍ରକାରର ଅଙ୍ଗୁଠି ବା ମୁଦି ପିନ୍ଧିଥିବା ଦେଖାଯାଇଥାଏ । ଏହି ମୁଦିଗୁଡ଼ିକ ବିଭିନ୍ନ ତତ୍ତ୍ୱର ପ୍ରତୀକ ଅଟନ୍ତି । 

ନାଗାସାଧୁମାନେ ଶରୀରରେ ଭସ୍ମ ବ୍ୟତୀତ ରୋଲି (ହଳଦୀ ସହିତ ଚୂର୍ଣ୍ଣରେ ମିଶ୍ରିତ କୁଙ୍କୁମ) ଲେପନ କରିଥାନ୍ତି । 

ନାଗାସାଧୁମାନଙ୍କ କାନରେ ଶୋଭାପାଉଥିବା କୁଣ୍ଡଳ ଚନ୍ଦ୍ର,ସୂର୍ଯ୍ୟଙ୍କର ପ୍ରତୀକ ଅଟେ । 

ମାଳା ନାଗାସାଧୁମାନଙ୍କର ଶୃଙ୍ଗାରର ଏକ ଅଂଶବିଶେଷ ହୋଇଥାଏ । ଅଣ୍ଟା,ଗଳାରେ ମାଳା ଧାରଣ କରିଥାନ୍ତି ।  

ପ୍ରବଚନ ବା ଆଶୀର୍ବଚନ ମଧ୍ୟ ନାଗାସାଧୁଙ୍କର ଶୃଙ୍ଗାରର ଅଂଶବିଶେଷ ଅଟେ ।

ନାଗାସାଧୁମାନଙ୍କ ପାଇଁ ମଧୁର ବାଣୀ କହିବା ଅନ୍ୟତମ ଶୃଙ୍ଗାର ଭାବେ ଗଣ୍ୟ ।  ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ନାଗାସାଧୁମାନଙ୍କ ସାଧନା ଉଦ୍ଦିଷ୍ଟ ହୋଇଥିବାବେଳେ ଏହା ସେମାନଙ୍କର ସବୁଠୁ ବଡ଼ ଶୃଙ୍ଗାର ଅଟେ ।  ସେହିପରି ସେବା ଭାବ ନାଗାସାଧୁମାନଙ୍କର ଅନ୍ୟତମ ଶ୍ରେଷ୍ଠ ଶୃଙ୍ଗାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.