ଭୁବନେଶ୍ବର: କ୍ରାଇମବ୍ରାଞ୍ଚ କରିବ ନାଇଡ଼ୁ କମିଶନ ରିପୋର୍ଟ ଫାଇଲ ଗାଏବ ଘଟଣାର ତଦନ୍ତ । ଏହି ବହୁ ଚର୍ଚ୍ଚିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଫାଇଲଟି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁ ମାମଲା ତଦନ୍ତ ସମ୍ପର୍କିତ ଫାଇଲ୍ । ଏହି ଫାଇଲ୍ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରୁଥିଲା । ମାତ୍ର ଏବେ ମୁଖ୍ୟମନ୍ତ୍ରୀ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ।