ନୂଆଦିଲ୍ଲୀ,୬।୧: ଉତ୍ତର ପ୍ରଦେଶରେ ହୋଇଥିବା ଏସ୍ଆଇଆର ପରେ ଜାରି ଡ୍ରାଫ୍ଟ ଭୋଟର ଲିଷ୍ଟରେ ବିହାରଠାରୁ ଅଧିକ ଲୋକଙ୍କ ଛଟେଇ ହୋଇଛି। ନିର୍ବାଚନ କମିଶନ୍ ଯେଉଁ ଡ୍ରାଫ୍ଟ ସୂଚୀ ତିଆରି କରିଥିଲେ ସେଥିରେ ପ୍ରାୟ ତିନି କୋଟି ଭୋଟରଙ୍କ ନାଁ କଟିଛି। ଏହା ବିହାରର ଡ୍ରାଫ୍ଟ ସୂଚୀଠାରୁ ବହୁତ ଅଧିକ। ତେବେ ନିର୍ବାଚନ କମିଶନ୍ କହିଛନ୍ତି, ଯେଉଁ ଭୋଟରଙ୍କ ନାଁ କଟିବା ଉପରେ ଆପତ୍ତି ରହିଛି ସେ ୬ ଫେବୃଆରୀ ପର୍ଯ୍ୟନ୍ତ ନିଜର ଅଭିଯୋଗ ଦାଖଲ କରିପାରିବେ। ୧୨ ମାର୍ଚ୍ଚରେ ଫାଇନାଲ ଭୋଟର ଲିଷ୍ଟ ଜାରି କରାଯିବ।
ମଙ୍ଗଳବାର ଲୋକସଭା ଭବନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ୟୁପିର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନବଦ୍ବୀପ ରିନଭା ଡ୍ରାଫ୍ଟ ଭୋଟର ଲିଷ୍ଟ ଜାରି କରି କହିଛନ୍ତି, ଏସଆଇଆର ସମୟରେ ପ୍ରାୟ ୧୫.୪୪ କୋଟି ମତଦାତା ଥିଲେ, କିନ୍ତୁ ଏସ୍ଆଇଆର ପକ୍ରିୟା ପରେ ୨.୮୯ କୋଟି ମତଦାତାଙ୍କ ନାଁ କାଟି ଦିଆଯାଇଛି। ଏବେ ଡ୍ରାଫ୍ଟ ମତଦାନ ସୂଚୀରେ ବର୍ତ୍ତମାନ ୧୨.୫୫ କୋଟି ମତଦାତାଙ୍କ ନାଁ ରହିଛି। ଯେଉଁ ଭୋଟରଙ୍କ ନାଁ କଟିଛି, ତାଙ୍କ ଭିତରେ ୪୬.୨୩ ଲକ୍ଷ ମୃତ, ୨.୧୭ କୋଟି ସ୍ଥାନାନ୍ତରିତ ଓ ୨୫.୪୭ ଲକ୍ଷ ନକଲି,୭୯.୫୨ ଲକ୍ଷ ଭୋଟର ରହିଛନ୍ତି।
ରିନଭା କହିଛନ୍ତି, ନିର୍ବାଚନ କମିଶନ୍ ଘରକୁ ଘର ଯାଇ ଗଣିବା ଅଭିଯାନ ଚଳାଇଥିଲେ,ଯେଉଁଥିରେ ଭୋଟର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଗଣତି ଫର୍ମ ଭରିବା ଓ ସାଇନ୍ କରିବା ଥିଲା। ତେବେ ଏହି ଏକ୍ସରସାଇଜ୍ ମୂଳ ରୂପରେ ୧୧ ଡିସେମ୍ବରରେ ଶେଷ ହେବାର ଥିଲା,କିନ୍ତୁ ରାଜ୍ୟ ଦେଖିଥିଲା ଯେ, ବହୁ ସଂଖ୍ୟାରେ ଭୋଟର ପ୍ରାୟ ୨.୯୭ କୋଟିଙ୍କ ନାଁ ଡ୍ରାଫ୍ଟ ଲିଷ୍ଟରୁ ବାହାର ହେଉଥିଲା, ଯାହାପରେ ରାଜ୍ୟ ଅତିରିକ୍ତ ୧୫ ଦିନର ସମୟ ମାଗିଥିଲା। ସେ କହିଛନ୍ତି, ଡ୍ରାଫ୍ଟ ସୂଚୀରେ ପ୍ରାୟ ୧୮.୭୦% ଭୋଟରଙ୍କ ନାଁ କଟାଯାଇଛି। ସବୁ ଜିଲ୍ଲାରେ ଡ୍ରାଫ୍ଟ ମତଦାନ ସୂଚୀ ପ୍ରକାଶ କରାଯାଇଛି। ୬ ଫେବୃଆରୀ ପର୍ଯ୍ୟନ୍ତ ମତଦାତା ସୂଚୀରେ ଦାବି ଓ ଆପତ୍ତି କରାଯିବ। ସେଭଳି ମଙ୍ଗଳବାରରୁ ନେଇ ୨୭ ଫେବୃଆରୀ ପର୍ଯ୍ୟନ୍ତ ଏହି ଦାବି ଓ ଆପତ୍ତିକୁ ପ୍ରଦାନ କରାଯିବ। ଅନ୍ତିମ ମତଦାତା ସୂଚୀ ୬ମାର୍ଚ୍ଚରେ ପ୍ରକାଶ କରାଯିବ।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସବୁଠାରୁ ଅଧିକ ୧୨ ଲକ୍ଷ ମତାଦାତାଙ୍କ ନାଁ ଲକ୍ଷ୍ନୌରେ କଟିବ। ସେଭଳି ପ୍ରୟାଗରାଜରେ ୧୧.୫୬ଲକ୍ଷ, କାନପୁରରେ ୯ ଲକ୍ଷ, ଆଗ୍ରାରେ ୮.୩୬ ଲକ୍ଷ,ଗାଜିଆବାଦରେ ୮.୧୮ ଲକ୍ଷ, ବରେଲିରେ ୭.୧୪ ଲକ୍ଷ, ମିରଟରେ ୬.୬୫ ଲକ୍ଷ, ସୀତାପୁର୬.୨୩ ଲକ୍ଷ ଓ ଯୌନପୁରରେ ୫.୮୯ ଲକ୍ଷ ମତାଦାତଙ୍କ ନାଁ କାଟି ଦିଆଯାଇଛି। ସେ କହିଛନ୍ତି, ୧୨.୫୫ କୋଟିରୁ ୯୧ ପ୍ରତିଶତ ମ୍ୟାପିଂ ହୋଇଛି। ଏବେ୧.୦୪ କୋଟିଙ୍କୁ ନୋଟିସ୍ ଦିଆଯିବ। ସିଇଓ କହିଛନ୍ତି ଫର୍ମ ୬ ଭରି ନୂଆ ମତଦାତା ହେବାକୁ। କରେକ୍ସନ ଓ ସିଫ୍ଟ ହେଉଥିବା ଫର୍ମ ୮ ଭରନ୍ତୁ। ଯଦି କୌଣସି ସଦସ୍ୟ ଯେଉଁମାନେ ଏବେ ଜୀବିତ ନାହାନ୍ତି କିମ୍ବା ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି ନାଁ ହଟାଇବା ପାଇଁ ଫର୍ମ ୭ ଭରନ୍ତୁ। ଏପର୍ଯ୍ୟନ୍ତ ନୂଆ ମତଦାତା ହେବାକୁ ୧୫.୭୮ କୋଟି ଫର୍ମ ଭରି ରହିଛି।