ନୂଆଦିଲ୍ଲୀ,୨୨/୧୨: ନମୋ ଭାରତ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି  ଖବର । ଏବେ ଏ ଟ୍ରେନ୍‌ରେ ଶସ୍ତାରେ ଯାତ୍ରା କରିପାରିବେ ଯାତ୍ରୀ । ଏଥିପାଇଁ ଏନ୍‌ସିଆର୍‌ଟିସି ଏକ ଲୟାଲ୍‌ଟି ପଏଣ୍ଟ୍‌ ପ୍ରୋଗ୍ରାମ ଆରମ୍ଭ  କରିଛି । ଏହାଦ୍ୱାରା ଯାତ୍ରୀମାନଙ୍କୁ ଭଡ଼ାରେ ୧୦%  ରିହାତି ମିଳିବ । ଏହାର ଲାଭ ଉକ୍ତ ଯାତ୍ରୀଙ୍କୁ  ମିଳିବ,ଯେଉଁମାନେ ନିୟମିତ ଭାବେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ଏହି ନୂଆ ପ୍ରୋଗ୍ରାମ୍‌ର ଆରମ୍ଭ ଶନିବାର ଏନ୍‌ସିଆର୍‌ଟିସିର ଏମ୍‌ଡି ଶଲଭ  ଗୋୟଲ ସାହିବାବାଦ ଆର୍‌ଆର୍‌ଟିଏସ୍‌ ଷ୍ଟେସନ୍‌ରେ  କରିଛନ୍ତି । ଏ ପ୍ରୋଗ୍ରାମ ବ୍ୟତୀତ ଶନିବାର ଏନ୍‌ସିଆର୍‌ଟିସିର ଦ୍ୱିମାସିକ ନ୍ୟୁଜ୍‌ଲେଟର ବି  ଲଞ୍ଚ୍‌ ହୋଇଛି । ଏହାର ନାଁ ନମୋ ଭାରତ ଟାଇମ୍ସ ରହିଛି । 

ଏହା ସମସ୍ତ ଡିଜିଟାଲ ପ୍ଲାଟ୍‌ଫର୍ମ ଯେପରି  ଆର୍‌ଆର୍‌ଟିଏସ୍‌ କନେକ୍ଟ ଆପ୍‌, ଏନ୍‌ସିଆର୍‌ଟିସି ଡଟ୍‌ ଇନ୍‌, ଆର୍‌ଆର୍‌ଟିଏସ୍‌ ଡଟ୍‌ କୋ ଡଟ୍‌ ଇନ୍‌ ଆଦିରେ ମାଗଣାରେ ଡାଉନ୍‌ଲୋଡ୍‌ ହୋଇପାରିବ । ଏଥିରେ ନମୋ ଭାରତ ଯାତ୍ରୀମାନଙ୍କୁ  ଏନ୍‌ସିଆର୍‌ଟିସି ପକ୍ଷରୁ ଲଞ୍ଚ କରାଯାଇଥିବା ନୂଆ  ସ୍କିମ୍‌ ଏବଂ ଖବର ଉପରେ ସୂଚନା ମିଳିବ ।  

ତେବେ ଲୟାଲ୍‌ଟି ପ୍ରୋଗ୍ରାମର ଫାଇଦା  ଆର୍‌ଆର୍‌ଟିଏସ୍‌ କନେକ୍ଟ ମୋବାଇଲ  ଆପ୍ଲିକେଶନ୍‌ ମାଧ୍ୟମରେ ଉଠାଯାଇପାରିବ ।  ଯାତ୍ରୀଙ୍କୁ ନମୋ ଭାରତ ଟ୍ରେନ୍‌ ଟିକଟରେ  ଖର୍ଚ୍ଚ କରାଯାଇଥିବା ପ୍ରତ୍ୟକ ଟଙ୍କା ବଦଳରେ  ଗୋଟିଏ ଅଙ୍କ ପ୍ରାପ୍ତ ହେବ । ପ୍ରତ୍ୟେକ ଲୟାଲ୍‌ଟି  ପଏଣ୍ଟ୍‌ର ମୂଲ୍ୟ ୧୦ ପଇସା । ଏହି ପଏଣ୍ଟ୍‌କୁ  ଯାତ୍ରୀମାନଙ୍କ ‘ଆର୍‌ଆର୍‌ଟିଏସ୍‌ କନେକ୍ଟ’  ଆପ୍‌ରେ ଜମା କରାଯିବ ।