ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ନନ୍ଦନକାନନ ପାଇଁ ବିଶ୍ୱସ୍ତରୀୟ ମାଷ୍ଟରପ୍ଲାନ: ଆକର୍ଷଣ ସାଜିବ ଟନେଲ୍‌ ଆକ୍ୱାରିୟମ, ଟଏ ଟ୍ରେନ୍‌ର ହେବ ନବକଳେବର

Published By : Prameya | March 8, 2025 8:45 AM

ଭୁବନେଶ୍ୱର,୦୮/୦୩: ନନ୍ଦନକାନନ ପାଇଁ ଆସୁଛି ବିଶ୍ୱସ୍ତରୀୟ ମାଷ୍ଟରପ୍ଲାନ। ବ୍ୟବସ୍ଥା, ଭିତ୍ତିଭୂମି ଓ  ସୁବିଧାର ହେବ ନବକଳେବର । ଏମିତି  ବ୍ୟବସ୍ଥା ଖଞ୍ଜାଯିବ, ଦେଶବିଦେଶରୁ  ପର୍ଯ୍ୟଟକ ଭିଡ଼ି ହୋଇ ଆସିବେ । ଏଭଳି  ଯୋଜନା ଚଳାଇଛନ୍ତି ରାଜ୍ୟ ସରକାର । 

ନୂଆ ସରକାର ଆସିବା ପରେ  ନନ୍ଦନକାନନ ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଛି । ଜଙ୍ଗଲ ଓ  ପରିବେଶ ବିଭାଗ ଏଥିପାଇଁ ଆନ୍ତର୍ଜାତିକ  ସ୍ତରର ବ୍ୟବସ୍ଥା ନିର୍ମାଣ କରିବାକୁ  ଅଣ୍ଟା ଭିଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଆର୍ଥିକ ବର୍ଷରେ ୨୦୨୫- ୨୬ରେ ନନ୍ଦନକାନନରେ ଆକର୍ଷଣୀୟ ଆକ୍ୱାରିୟମ ନିର୍ମାଣ ପ୍ରସ୍ତାବ ରହିଛି ।  ମାଟି ତଳେ ଏହି ଆକ୍ୱାରିୟମ ହେବ  ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର । ଏହା ଭିତରେ ବିଭିନ୍ନ କିମସର ମାଛ  ଦେଖିବାକୁ ମିଳିବ । ଖାଲି ସେତିକି  ନୁହେଁ, ଜଳରେ ବସବାସ କରୁଥିବା  ବିଭିନ୍ନ ପ୍ରଜାତିର ପକ୍ଷୀ ରହିବେ । 

ନନ୍ଦନକାନନରେ ଅଚଳ ହୋଇ  ପଡ଼ିଥିବା ଟଏ ଟ୍ରେନର ପୁନରୁଦ୍ଧାର  ହେବ । ଏହାକୁ ନୂଆ ରୂପ ଦେବାକୁ  ଯୋଜନା ହୋଇଛି । ଦୀର୍ଘ ବର୍ଷ ଅଚଳ  ରହିବା ପରେ ଏହି ଟଏ ଟ୍ରେନ  କାର୍ଯ୍ୟକ୍ଷମ ହୋଇଥିଲା । ମାତ୍ର ଗତ  ଦେଢ଼ମାସ ହେବ ଏହି ଟ୍ରେନଟି ପୁଣି  ଅଚଳ ହୋଇପଡ଼ିଛି । ବାରମ୍ବାର ଟ୍ରାକ୍‌  ଚ୍ୟୁତ ହେବାରୁ କର୍ତ୍ତୃପକ୍ଷ ଏହାକୁ  ବନ୍ଦ କରି ଦେଇଛନ୍ତି । ଏବେ ଯୋଜନା  ହେଉଛି, ଏହାକୁ ନୂଆ ରୂପ ଦେବା ସହ ପୂର୍ବଠାରୁ ଆହୁରି ଆକର୍ଷଣୀୟ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.