ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼

Published By : Prameya | May 11, 2025 8:53 AM

ପୁରୀ,୧୧/୦୫: ଆଜି ନୃସିଂହ ଚତୁର୍ଦ୍ଦଶୀ । ରଥ ନିର୍ମାଣ ପରମ୍ପରା ଅନୁସାରେ ଖଳାରେ ଗୁଜ ଅନୁକୂଳ ହେବ । ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବେ ରୂପକାର ସେବକ ।  ମୁଖ୍ୟ ରୂପକାର ସେବକ ଗୁଜ ଅନୁକୂଳ କରିବେ । ଗୁଜ ରଥର ସୁରକ୍ଷା କବଚ ସ୍ୱରୂପ  ରଥର କୋଣମାନଙ୍କରେ  ସ୍ଥାପନ ହୋଇଥାଏ । ଏଥିସହ  ନୃସିଂହ ଜନ୍ମ ଅବସରରେ  ଭୋଇସେବକମାନେ ଯନ୍ତା ଗାଡ଼ ଖୋଳିବେ । ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ  ଖୋଳାହେବ ଯନ୍ତାଗାଡ଼ । ଯନ୍ତା ଗାଡ଼ରେ ପଡ଼ି  ଚକ ପ୍ରସ୍ତୁତ ହେବ । ତିନି ରଥର ଚକ ପାଇଁ ପହି (ଚିରଟ କାଠ) ପହଞ୍ଚି ସାରିଛି । ତୁମ୍ବର ବିନ୍ଧ  କାର୍ଯ୍ୟ ସରି ଘେର କଟା ଶେଷ ପର୍ଯ୍ୟାୟରେ ।  

ଶନିବାର ରଥ ଖଳାରେ ତୁମ୍ବ କାର୍ଯ୍ୟ  ଜାରି ରହିଥିବା ସ୍ଥଳେ ନୃସିଂହ ଜନ୍ମ ପାଇଁ ସମସ୍ତ  ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇ କୁହନ୍ତି ଗୁଜ ଅନୁକୂଳ ପାଇଁ ୧୨ଫୁଟିଆ  ଧଉରା କାଠ ଯୋଗାଯାଇଛି। ୧୦ ଟି କରି ତିନି  ରଥ ପାଇଁ କାଠ ରଥଖଳାରେ ମହଜୁଦ୍‌ ରହିଛି । ବିଶ୍ୱକର୍ମାମାନେ ଏହାକୁ ଚଉପଟ କରି ରୂପକାର  ସେବକଙ୍କୁ ଯୋଗାଇବେ । ପାରମ୍ପରିକ ବିଧି  ମତେ ପୂଜାର୍ଚ୍ଚନା କରି ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରିବେ ରୂପକାର । ଯନ୍ତା ଗାଡ଼ ଖୋଳିବା  ପାଇଁ ୪୦ ଫୁଟିଆ କାଠ ଆବଶ୍ୟକ । ଯନ୍ତା  ଗାଡ଼ରେ ପଡ଼ି ତୁମ୍ବ ସହିତ ଅର ଭୁଞ୍ଜାଯାଇ ସିଙ୍ଗଡ଼ା ପ୍ରସ୍ତୁତ ହେବ । ରଥ ଖଳାରେ ବିଲେଇ  ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ାରେ ପହି ସଂଯୁକ୍ତ  ହୋଇ ଚକ ପ୍ରସ୍ତୁତ ହେବ ।

ଚଳିତ ୧୯  ତାରିଖରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଭଉଁରୀ  ଉତ୍ସବ । ସେହିଦିନ ରଥର ପ୍ରଥମ ଚକ ଓ  ଅଖ ସଂଯୁକ୍ତ ହେବ । ସେପଟେ ଦୋଳବେଦି ଶାଳରେ ଓଝା ସେବକ ରଥ ପାଇଁ ଅର କଣ୍ଟା ନିର୍ମାଣ ସାରି ବଳା ତିଆରିରେ ଲାଗିଛନ୍ତି । ଶନିବାର ରଥ ନିର୍ମାଣରେ ବିଶ୍ୱକର୍ମା, କରତି, ଓଝା, ଭୋଇ  ସେବକ ତଥା ରଥ ଖଳା ସହାୟକଙ୍କୁ ମିଶାଇ  ମୋଟ ୧୪୬ ଜଣ ନିୟୋଜିତ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.