ମୁମ୍ବାଇ,୨୨/୦୨: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ଼ ଅଭିନେତ୍ରୀ ନର୍ଗିସ୍ ଫାଖରୀ । ସେ ତାଙ୍କ ପ୍ରେମିକ ଟୋନୀ ବେଗ୍‌ଙ୍କୁ  ଲୁଚି ଲୁଚି  ବିବାହ କରିଥିବା ଖବର ସାମ୍ନାକୁ ଆସିଛି ।   

ରିପୋର୍ଟ ଅନୁଯାୟୀ, ଦୁହେଁ ନିକଟରେ ଲସ୍‌ ଏଞ୍ଜେଲସରେ ଏକ ବ୍ୟକ୍ତିଗତ ସମାରୋହରେ ଗୁପ୍ତରେ ବିବାହ କରିଛନ୍ତି। ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ତେବେ ଉଭୟ ନର୍ଗିସ୍ ଏବଂ ଟୋନି ନିଶ୍ଚିତ କରିଛନ୍ତି ଯେ “ବିବାହର କୌଣସି ଫଟୋଗ୍ରାଫ୍ ଉଠାଯାଇ ନାହିଁ। ଏହା ଏକ ଅତ୍ୟନ୍ତ ବ୍ୟକ୍ତିଗତ ସମାରୋହ ଥିଲା ଯେଉଁଥିରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ।” ଦୁହେଁ ଗତ କିଛି ବର୍ଷ ଧରି ପରସ୍ପରଙ୍କୁ ଡେଟିଂ କରୁଥିଲେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ ନର୍ଗିସ୍ ଫାଖରୀଙ୍କ ବିବାହକୁ ନେଇ ଆଲୋଚନା କରୁଛନ୍ତି।  

ପ୍ରକାଶ ଥାଉକି, ନର୍ଗିସ୍ ଏବଂ ଟୋନୀ ତିନିବର୍ଷ ଧରି ଡେଟ୍ କରୁଥିଲେ। ଟୋନୀ ଲସ୍ ଏଞ୍ଜେଲ୍ସରେ ରହୁଥିବା କାଶ୍ମୀରର ଜଣେ ବ୍ୟବସାୟୀ ବୋଲି କୁହାଯାଉଛି। ତେବେ ନର୍ଗିସ୍ ଫାଖରୀଙ୍କ କଥା କହିବାକୁ ଗଲେ ସେ ଆମେରିକାରୁ ଆସିଛନ୍ତି। ସେ 'ରକ୍‌ଷ୍ଟାର' ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିବା ବେଳେ  ଅନେକ ଫିଲ୍ମର ଅଂଶ ହୋଇଥିଲେ। ସେ 'ମାଡ୍ରାସ୍‌ କାଫେ', 'ଫଟା ପୋଷ୍ଟର ନିକ୍‌ଲା ହିରୋ', 'ମେ ତେରା ହିରୋ', 'ସାଗସମ୍', 'ଅଜହର' ଏବଂ 'ଢିଶୁମ୍'  ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।