ଭୁବନେଶ୍ୱର,୦୨/୦୮:  ବଲିଉଡ୍‌ର ଅନ୍ୟତମ ଶ୍ରେଷ୍ଠ  ଜାତୀୟ ପୁରସ୍କାରପ୍ରାପ୍ତ ଚର୍ଚ୍ଚିତ  ସାଉଣ୍ଡ୍‌ ଡିଜାଇନର୍‌ ଓଡ଼ିଆ  ପୁଅ ସୁବାସ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ପ୍ରାମାଣିକ ଚିତ୍ର ‘ମୋ  ବୋଉ, ମୋ ଗାଁ’ ପାଇବ ଜାତୀୟ  ପୁରସ୍କାର । 

୭୧ତମ ଜାତୀୟ  ଚଳଚ୍ଚିତ୍ର ପୁରସ୍କାର-୨୦୨୩  ଘୋଷଣା ଅବସରରେ ଅଣ ଫିଚର୍‌  ଫିଲ୍ମର ଶ୍ରେଷ୍ଠ ବାୟୋଗ୍ରାଫିକାଲ୍‌/  ହିଷ୍ଟୋରିକାଲ୍‌ ରିକନ୍‌ଷ୍ଟ୍ରକ୍ସନ୍‌ /  କମ୍ପାଇଲେସନ୍‌ ଫିଲ୍ମ ବର୍ଗରେ  ଅନ୍ୟ ଏକ ଇଂରାଜୀ ସିନେମା  ସହ ଯୁଗ୍ମ ଭାବରେ ଓଡ଼ିଆ  ପ୍ରାମାଣିକ ଚଳଚ୍ଚିତ୍ର ‘ମୋ ବୋଉ, ମୋ ଗାଁ’  ରଜତ କମଳ ପୁରସ୍କାର ପାଇଁ ମନୋନୀତ  ହୋଇଛି । ଏହାର ପ୍ରଯୋଜନା କିକ୍‌ସେ ୱିକ୍‌ସେ  ଫିଲ୍ମସ୍‌ ଆର୍‌ଏନ୍‌ଭି ୧୮୨୦ ଫିଲ୍ମସ୍‌ କରିଥିବା  ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ସାହୁ ।  ସିନେମାଟି ପୂର୍ବରୁ ୫୫ତମ ଇଣ୍ଟରନ୍ୟାସନାଲ୍‌  ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ ଇଣ୍ଡିଆନ୍‌  ପାନୋରମା ୨୦୨୪ରେ ସାମିଲ ହୋଇ ପ୍ରଶଂସିତ  ହୋଇଥିଲା । ଏଥିସହିତ ବିଭିନ୍ନ ଉତ୍ସବରେ ବି  ସାମିଲ ହୋଇ ପ୍ରଦର୍ଶିତ ସହ ପ୍ରଶଂସା ସାଉଁଟିଛି ।