ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

‘ସମସ୍ତଙ୍କୁ ନମସ୍କାର, ମୁଁ ଏକ ଶିଶୁ ଭଳି...’, ମହାକାଶରୁ ଶୁଭାଂଶୁ ଶୁକ୍ଲାଙ୍କ ପ୍ରଥମ ମେସେଜ୍

Published By : Harapriya Biswal | June 26, 2025 3:40 PM

ନୂଆଦିଲ୍ଲୀ,୨୬।୬: ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ମହାକାଶରୁ ପୃଥିବୀକୁ ଦେଇଛନ୍ତି ପ୍ରଥମ ବାର୍ତ୍ତ। ସେ କହିଛନ୍ତି ‘ଆପଣ ସମସ୍ତଙ୍କୁ ମହାକାଶରୁ ନମସ୍କାର। ମୁଁ ଏଠାରେ ଏକ ଶିଶୁ ଭଳି ସବୁ ଜିନିଷ ଶିଖୁଛି।’ ଏହି ବାର୍ତ୍ତା ସେ ସ୍ପେସ୍‌ Space x ର ଡ୍ରାଗନ୍ ଡ୍ରୋନ୍‌ରୁ ପଠାଇଛନ୍ତି। ଅକ୍ସିଆମ ମିଶନ୍ ୪ ସହ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଆଡକୁ ଅଗ୍ରସର ହେଉଛନ୍ତି।

ଗ୍ରୁପ୍ କ୍ୟାପଟେନ୍ ଶୁକ୍ଲା ସ୍ପେସ୍‌ଏକ୍ସ ଲାଇଭ ଷ୍ଟ୍ରୀମ୍ ବେଳେ କହିଛନ୍ତି, ସମସ୍ତଙ୍କୁ ମୋର ମହାକାଶରୁ ନମସ୍କାର। ଅନ୍ୟ କ୍ରୁ ମେମ୍ବରଙ୍କ ସହ ମହାକାଶ ଯାତ୍ରା ମୋ ପାଇଁ ଖୁବ୍ ରୋମାଞ୍ଚକର। ମହାକାଶକୁ ଯିବାର ଯାତ୍ରା ଖୁବ୍ ‘ଅଦ୍ଭୁତ’। ଏହା ଏକ ଛୋଟ ପଦକ୍ଷେପ, କିନ୍ତୁ ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଦିଗରେ ଏକ ସ୍ଥିର ଓ ବଡ଼ ପଦକ୍ଷେପ।  ମୁଁ ଏବେ ଜିରୋ ଗ୍ରାଭିଟି ବା ଶୂନ୍ୟ ଗୁରୁତ୍ୱାକର୍ଷଣର ଅଭ୍ୟାସ କରୁଛି। ଯେପରି ଜଣେ ଶିଶୁ ଚାଲିବା ଶିଖିଥାଏ କିମ୍ବା ସେ କିପରି ଚାଲିବ ତାହା ଶିଖିବାକୁ ଚେଷ୍ଟା କରିଥାଏ ମୁଁ ଏବେ ସେପରି କରିବାକୁ ଚେଷ୍ଟା କରୁଛି।


ଉଲ୍ଳେଖନୀୟ ଯେ, ଶୁଭାଂଶୁ ଶୁକ୍ଲା ଓ ଅନ୍ୟ ତିନି ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଡକିଂ କରିବେ। ଏହି ଡକିଂ ପକ୍ରିୟା ପରେ ସେମାନେ ମହାକାଶ କେନ୍ଦ୍ରରେ ପ୍ରବେଶ କରିବେ, ଯେଉଁଠାରେ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୈଜ୍ଞାନିକ ପ୍ରୟୋଗ ଓ ଟେକ୍ନୋଲୋଜିର ପରୀକ୍ଷଣ କରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.