ପ୍ରମୂଖ ଖବର
  • ରାଜ୍ୟରେ ଡାଇରିଆ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାମିଲ ରହିବେ ବରିଷ୍ଠ ଅଧିକାରୀ
  • ||
  • କଟକ : ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ବାଲେଶ୍ୱର : ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ
  • ||
  • 'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ
  • ||
  • ବାଲେଶ୍ୱରରେ ବନ୍ୟା ସ୍ଥିତି ଆଣିଲା ସୁବର୍ଣ୍ଣରେଖା, ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଛତ୍ରପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ; ଯୋଗ ଦେଲେ ମନ୍ତ୍ରୀ,ବିଧାୟକ
  • ||
  • କଳାହାଣ୍ଡି : ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ
  • ||
  • ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ
  • ||
  • ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କହିଲେ- 'ଏକାଗ୍ରତା ଓ ସ୍ଥିରତା ଆଣେ ଯୋଗ'
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ
  • ||
  • ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ , ଆସନ୍ତା ୩ ଦିନ କାଁ ଭାଁ ବର୍ଷା
  • ||

ଜାତୀୟ ସାଇବର୍‌ ହେଲ୍‌ପ୍‌ ଲାଇନ୍‌ ବ୍ୟବସ୍ଥା ୧୯୩୦ ବେହାଲ୍‌, ୧୦ ଥର କଲ୍‌ ପରେ ଲାଗୁଛି

Published By : Harapriya Sethi | June 21, 2025 1:55 PM

କଟକ, ୨୧/୦୬: କେହି କୌଣସି ପ୍ରକାର ସାଇବର୍‌ ଠକେଇର ଶିକାର ହେଲେ ସମୟ ନଷ୍ଟ ନକରି ତୁରନ୍ତ ଜାତୀୟ ସାଇବର୍‌ ହେଲ୍‌ପ୍‌ ଲାଇନ୍‌ରେ ଅଭିଯୋଗ କରିବା ପାଇଁ କୁହାଯାଉଛି । ହେଲେ ପ୍ରକୃତରେ ଏହି ହେଲ୍‌ପ୍‌ ଲାଇନ୍‌ ନମ୍ବର ୧୯୩୦ ସହଜରେ ସଂଯୋଗ ହେଉନି । ଲଗାତାର ଭାବେ ୧୦ରୁ ଅଧିକ ଥର ଡାଏଲ୍‌ କଲେ କଲ୍‌ ସଂଯୋଗ ହେଉଛି । ଖାଲି ସେତିକି ନୁହେଁ, ଥରେ ସଂଯୋଗ ହେଲେ ୫ ମିନିଟ୍‌ରୁ ଅଧିକ ସମୟ ହୋଲ୍ଡରେ ରହିବା ପରେ ଯାଇ ହେଲ୍‌ପ୍‌ ଲାଇନ୍‌ କର୍ମଚାରୀଙ୍କ ସହିତ କଥା ହେବାକୁ ସୁଯୋଗ ମିଳୁଛି ।

ଏବେ ରାଜ୍ୟରେ ସାଇବର୍‌ ଅପରାଧର ମୁକାବିଲା ଏଭଳି ଢଙ୍ଗରେ ହେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀର୍ଘ ଦିନ ହେବ ମାତ୍ର ୧୦ଟି ଫୋନ୍‌ ଲାଇନ୍‌ରେ ରାଜ୍ୟର ସାଇବର୍‌ ହେଲ୍‌ପ୍‌ ଡେସ୍କ କାମ କରୁଛି, ଯାହା ପର୍ଯ୍ୟାପ୍ତ ହେଉନାହିଁ ।  ରାଜ୍ୟ ଗୃହ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୨୪ ମସିହାରେ ମୋଟ୍‌ ୪୩ ହଜାର ୭୪୦ଟି ସାଇବର୍‌ ଠକେଇ ଅଭିଯୋଗ ରୁଜୁ ହୋଇଛି । ଏସବୁ ମାମଲା କେବଳ ଅର୍ଥ ଦେଣନେଣ ସମ୍ପର୍କିତ । ଏହା ବାଦ୍‌ ଭିନ୍ନ ପ୍ରକାର ସାଇବର୍‌ ଅପରାଧ ନେଇ ମଧ୍ୟ ଅଭିଯୋଗ ହୋଇଛି । ତେବେ ଆର୍ଥିକ ଠକେଇକୁ ହିସାବକୁ ନେଲେ ପ୍ରତିଦିନ ୧୨୦ଟି ସାଇବର୍‌ ଠକେଇ ଘଟଣା ଓଡ଼ିଶାରେ ଘଟିଛି । ଆଉ ସାଇବର୍‌ ଠକେଇର ପିକ୍‌ ସମୟ କୁହାଯାଉଥିବା ସକାଳ ୮ରୁ ରାତି ୮ ଅର୍ଥାତ୍‌ ୧୨ ଘଣ୍ଟାର ସମୟ (ଚିଟିଂ ଆୱାର୍‌)ଦେଖିଲେ ଘଣ୍ଟାକୁ ୧୦ଟି ସାଇବର୍‌ ଠକେଇ ବିଷୟ ପୁଲିସ ପର୍ଯ୍ୟନ୍ତ ଆସୁଛି । ଏହି ତଥ୍ୟ ଗଲା ୬ ମାସ ପୂର୍ବର । ଏବେ ତ ଠକେଇର ହାର ଆହୁରି ଅଧିକ ହେଲାଣି । 

ଏକ୍ସପର୍ଟଙ୍କ କହିବାନୁସାରେ ପ୍ରତି ଘଣ୍ଟାରେ ଓଡ଼ିଶାରେ ୧୨ରୁ ୧୪ଟି ସାଇବର୍‌ ଠକେଇ ଘଟଣା ହେଉଛି । ପ୍ରାୟ ୧୦ରୁ ୧୨ଟି ବିଷୟ ପୁଲିସ ସାମ୍ନାକୁ ଆସୁଥିବା ବେଳେ ବହୁ ଛୋଟ ଛୋଟ ଅଭିଯୋଗ ପୁଲିସ ପାଖକୁ ଆସୁନି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏବେ ସ୍ଥାନୀୟ ଥାନା, ସ୍ୱତନ୍ତ୍ର ସାଇବର୍‌ ଥାନା କିମ୍ବା କ୍ରାଇମ୍‌ବ୍ରାଞ୍ଚ୍‌ ସାଇବର୍‌ ସେଲ୍‌କୁ ଅଭିଯୋଗ ନେଇ ଯିବା ପୂର୍ବରୁ ଜାତୀୟ ସାଇବର୍‌ ହେଲ୍‌ପ୍‌ ଲାଇନ୍‌ ନମ୍ବର ୧୯୩୦ରେ ଅଭିଯୋଗ କରିବା ଓ ସେଠାରୁ ପଞ୍ଜୀକରଣ ନମ୍ବର ନେବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି କି, ଠକେଇର ଶିକାର ହେଉଥିବା ଜାଣିବା ମାତ୍ରେ ତୁରନ୍ତ ୧୯୩୦ରେ ଅଭିଯୋଗ କରିବା ଦରକାର । ଫଳରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇହେବ । ଅର୍ଥାତ୍‌ ଗୋଟିଏ ମିନିଟ୍‌ ବିଳମ୍ବ ନକରି ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ହେଲେ ଯେଉଁ ହେଲ୍ପଲାଇନ୍‌ ନମ୍ବର ଉପରେ ପୂରା ସାଇବର୍‌ ଅପରାଧ ତଦନ୍ତର ବୋଝ ରହିଛି ତାହାକୁ ନେଇ ଏବେ ସମସ୍ୟାର ଲମ୍ବା ତାଲିକା ସାମ୍ନାକୁ ଆସିଛି । ଫୋନ୍‌ କରିବା ମାତ୍ରେ ଫୋନ୍‌ ଲାଗୁନି । ସର୍ବନିମ୍ନ ୧୦ରୁ ୧୨ ଥର ଲଗାତାର ଡାଏଲ୍‌ କଲେ ତାହା ସଂଯୋଗ ହେଉଛି । ବେଳେ ବେଳେ ସଂଯୋଗ ହୋଇ ‘ୱେଲ୍‌କମ୍‌ ଟୁ ସାଇବର୍‌ ହେଲ୍‌ପ୍‌ ଲାଇନ୍‌’ କହି ଫୋନ୍‌ କଟିଯାଉଛି । ଆଉ ବାରମ୍ବାର କଲ୍‌ କରିବା ପରେ ଥରେ ସଂଯୋଗ ହେଲେ ପ୍ରାୟ ୫ ମିନିଟ୍‌ ପର୍ଯ୍ୟନ୍ତ ହୋଲ୍ଡ ହୋଇ ରହୁଛି । ଅର୍ଥାତ୍‌ ହେଲ୍ପଲାଇନ୍‌ କର୍ମଚାରୀଙ୍କ ସହିତ କଥା ହେବାକୁ ଅପେକ୍ଷା କରିବାକୁ ପଡ଼ୁଛି । ଏହା ମଧ୍ୟରେ ‘ଗୋଲ୍‌ଡେନ୍‌ ଟାଇମ୍‌’ କୁହାଯାଉଥିବା ସମୟ ନଷ୍ଟ ହେଉଛି । ଏଭଳି ସମସ୍ୟା ଗଲା କିଛି ମାସ ହେବ ଉତ୍କଟ ହେବାକୁ ଲାଗିଛି । ୨୦୨୩ ସେପ୍ଟେମ୍ବର ମାସରେ ସାଇବର୍‌ କମ୍ପେ୍ଲକ୍ସରେ ୧୦ଟି ଲାଇନ୍‌ ଥିବା ହେଲ୍‌ପ୍‌ ଡେସ୍କ ଆରମ୍ଭ ହୋଇଥିଲା । ଏହି ବର୍ଷ ରାଜ୍ୟରେ ୧୮ ହଜାର ୮୧ଟି ସାଇବର୍‌ ମାମଲା ସାମ୍ନାକୁ ଆସିଥିଲା । ୨୦୨୪ରେ ଏହି ଅଭିଯୋଗର ହାର ଅଢ଼େଇ ଗୁଣା ଥିବା ବେଳେ ସେହି ୧୦ଟି ଲାଇନ୍‌ ରହିଥିଲା । ଆଉ ଏବେ ୨୦୨୫ ଅଧା ହେଲା ବେଳକୁ ସେହି ପୁରୁଣା ୧୦ଟି ଲାଇନ୍‌ରେ କାମ ହେଉଛି । ଅର୍ଥାତ୍‌ ୧୦ଟି ଅଭିଯୋଗ ଏକ ସଙ୍ଗେ ନେଇ ହେଉଛି । ଥରେ ଗୋଟିଏ ଅଭିଯୋଗ ଦାଖଲ କଲା ବେଳେ ୧୦ରୁ ୧୫ ମିନିଟ୍‌ ସମୟ ନିଆଯାଉଛି । ସଂପୂର୍ଣ୍ଣ ତଥ୍ୟ ଅଭିଯୋଗକାରୀଙ୍କଠାରୁ ନେବା ବେଳେ ଏଭଳି ସମୟ ଲାଗୁଛି । ତେଣୁ ତୁରନ୍ତ ଏହି ଲାଇନ୍‌ ସଂଖ୍ୟା ବଢ଼ାଇବାକୁ ସାଧାରଣରେ ଦାବି ହେଉଛି । ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ର ଅତିରିକ୍ତ ଏସ୍‌ପି ତଥା ଭୁବନେଶ୍ୱର ସାଇବର୍‌ କମ୍ପେ୍ଲକ୍ସରେ କାର୍ଯ୍ୟରତ ଶିଶିର କୁମାର ମିଶ୍ରଙ୍କ କହିବାନୁସାରେ, ଏବେ ୧୦ଟି ଲାଇନ୍‌ରେ କାମ କରାଯାଉଛି । ବହୁ ଲୋକ ତାଙ୍କର ପୁରୁଣା କେସ୍‌ ବିଷୟରେ ଫୋନ୍‌ କରୁଥିବାରୁ ଲାଇନ୍‌ ବ୍ୟସ୍ତ ରହୁଛି । ଲାଇନ୍‌ ବ୍ୟସ୍ତ ରହିବା ବିଷୟ ରାଜ୍ୟ ପୁଲିସର ଉଚ୍ଚପଦସ୍ଥ ଅଧିକାରୀ ଓ ସରକାର ଅବଗତ ଅଛନ୍ତି । ଏହି ବ୍ୟବସ୍ଥାକୁ ବଢ଼ାଗଲେ ଲାଇନ୍‌ ବୃଦ୍ଧି ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.