ନୂଆଦିଲ୍ଲୀ,୨୨/୦୫; ନାବାଳିକା ତୀରନ୍ଦାଜଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଜାତୀୟସ୍ତରୀୟ କୋଚ୍‌ କୁଲଦୀପ ବେଦୱାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ସୋନିପତର ଏକ ଫାଷ୍ଟ ଟ୍ରାକ୍‌ ସ୍ପେଶିଆଲ୍‌ କୋର୍ଟ ଗୁରୁବାର ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ କୁଲଦୀପଙ୍କ ବିରୋଧରେ ପୋକ୍ସୋ ଆକ୍ଟ (ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ୍‌) ଲାଗିଥିଲା । ଏହାବ୍ୟତୀତ ତାଙ୍କୁ ୧୫,୦୦୦ ଟଙ୍କା ଜରିମାନା କରାଯାଇଥିବାବେଳେ ଧାରା ୧୨ ଅନୁଯାୟୀ ଅତିରିକ୍ତ ୩ ବର୍ଷ ଜେଲଦଣ୍ଡ ଦେଇଛନ୍ତି । ଉଭୟ ଦଣ୍ଡାଦେଶ ଏକକାଳୀନ ଚାଲିବ । ୨୦୨୩ ଏପ୍ରିଲ୍‌ ମାସ ସୋନିପତ ଠାରେ ଆୟୋଜିତ ୟୁଥ୍‌ ଚାମ୍ପିଅନସିପ୍‌ ଟ୍ରାଏଲ୍‌ ସମୟରେ କୋଚ୍‌ କୁଲଦୀପ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା କରିଥିବା ଘଟଣା ସାମ୍ନାକୁ ଆସିଥିଲା ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଏପ୍ରିଲ ୭ ତାରିଖରେ ଏକ ହୋଟେଲ ରୁମ୍‌ରେ ଜମ୍ମୁ-କାଶ୍ମୀରରୁ ଆସି ଶ୍ରୀ ମାତା ବୈଷ୍ଣୋ ଦେବୀ ଶିରିନ ବୋର୍ଡରେ ପ୍ରଶିକ୍ଷଣ ନେଉଥିବା ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପରଦିନ ସେ ଏନେଇ ନିଜ ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ପରିବାର ସଦସ୍ୟମାନେ ପ୍ରଥମେ ବୋର୍ଡକୁ ଅଭିଯୋଗ କରିବା ସହ ସୋନିପତ ଥାନାରେ ମାମଲା ରୁଜୁ କରିଥିଲେ । ସୋନିପତର ଏକ ଫାଷ୍ଟ ଟ୍ରାକ୍‌ ସ୍ପେସିଆଲ କୋର୍ଟ କୁଲଦୀପ ବେଦୱାନଙ୍କୁ ନାବାଳିକା ତୀରନ୍ଦାଜଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋକ୍ସୋ ଆକ୍ଟର ଧାରା ୧୦ ଏବଂ ୧୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉତ୍ତରପ୍ରଦେଶର ବାଗପତ ବାସିନ୍ଦା କୁଳଦୀପ ଏପ୍ରିଲ ୨୦୨୩ରେ ସୋନିପତରେ ଅନୁଷ୍ଠିତ ଏକ ଯୁବ ତୀରନ୍ଦାଜ ଚାମ୍ପିଅନସିପ୍ ପାଇଁ ଟ୍ରାଏଲ ସମୟରେ ଜୁନିୟର ଆଥଲେଟଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ । ତୀରନ୍ଦାଜ କହିଛନ୍ତି ଯେ ସେ ଭାରତୀୟ କ୍ରୀଡା ପ୍ରାଧିକରଣ (SAI) କେନ୍ଦ୍ରରେ ଅନୁଷ୍ଠିତ ଯୁବ ଚାମ୍ପିଅନସିପ୍‌ ପାଇଁ ଟ୍ରାଏଲରେ ଅଂଶଗ୍ରହଣ କରିବାକୁ ସୋନିପତ ଯାଇଥଲେ । ଅଭିଯୁକ୍ତ କୋଚ୍ ଫାଉଣ୍ଡେସନ୍ କୋଚିଂ କାର୍ଯ୍ୟରେ ଜଡ଼ିତ ଥିଲେ । ଅଭିଯୋଗ ପରେ କୁଳଦୀପ କ୍ଷମା ମାଗିଥିଲେ  । ଘଟଣା ବିଷୟରେ କାହାକୁ ନକହିବାକୁ କହିଥିଲେ । ଏହା ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବ ବୋଲି କହିଥିଲେ ।

ଏହା ବି ପଢନ୍ତୁ...​​​​​​​PM Modi: ମନ୍ତ୍ରୀମାନଙ୍କୁ ମୋଦୀଙ୍କ କଡ଼ା ଚେତାବନୀ, ପଶ୍ଚିମ ଏସିଆ ସଙ୍କଟ ଓ 'ବିକଶିତ ଭାରତ' ରୋଡମ୍ୟାପ୍ ଉପରେ ହେଲା ବଡ଼ ମାନସମନ୍ଥନ !   

​​​​​​​ 

କୁଳଦୀପ ଜଣେ ପୂର୍ବତନ ଜାତୀୟସ୍ତରୀୟ ତୀରନ୍ଦାଜ । ସେ ଭାରତୀ ସେନା ଛାଡିବା ପରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ବର୍ଷ ବର୍ଷ ଧରି କୁଳଦୀର ଉତ୍ତରପ୍ରଦେଶ, ପୁଡୁଚେରୀ, ଏବଂ ଜମ୍ମୁ କାଶ୍ମୀରରେ ଅନେକ ତୀରନ୍ଦାଜ ଏକାଡେମୀ ଖୋଲିଛନ୍ତି । ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ ସ୍ପୋର୍ଟସ କମ୍ପ୍ଲେକ୍ସରେ ପାରା-ତୀରନ୍ଦାଜ ଖେଳାଳିଙ୍କୁ ତାଲିମ ଦେବାରେ ମଧ୍ୟ ସାମିଲ ଅଛନ୍ତି ।  ନମ୍ବର ୱାନ ତୀରନ୍ଦାଜ ଶିତଲ ଦେବୀ ଏବଂ ଓଡ଼ିଆ ତୀରନ୍ଦାଜ ପାୟଲ ନାଗ ମଧ୍ୟ ତାଙ୍କଠୁ ତାଲିମ ଗ୍ରହଣ କରିଛନ୍ତି ।