ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ନାରୀଶକ୍ତି; ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ

Published By : Ankita S | July 5, 2025 9:22 AM

ନୂଆଦିଲ୍ଲୀ,୦୫/୦୭: ଶତ୍ରୁର ନିଦ ହଜିବ । ନାରୀଶକ୍ତିର ପ୍ରହାରରେ ଥରିବ ଶତ୍ରୁଦେଶ । ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ୍ ହେଲେ ସବ୍‌ ଲେପ୍ଟନାଣ୍ଟ ଆସ୍ଥା ପୁନିଆ । ଲଢୁଆ ବିମାନର ସଫଳ ପ୍ରଶିକ୍ଷଣ ପରେ ତାଙ୍କୁ ୱିଙ୍ଗ୍ ଅଫ୍‌ ଗୋଲ୍ଡ ପ୍ରଦାନ କରାଯାଇଛି । ଏବେ ନୌସେନାର ହବ୍ ପରି ଯୁଦ୍ଧ ବିମାନ ଉଡାଇବେ ଆସ୍ଥା । ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ।

ଆସ୍ଥା ପୁନିଆଙ୍କୁ ୱିଙ୍ଗ୍ ଅଫ୍‌ ଗୋଲ୍ଡ- ଲଢୁଆ ବିମାନର ସଫଳ ପ୍ରଶିକ୍ଷଣ ପରେ ଆସ୍ଥା ପୁନିଆଙ୍କୁ  'ୱିଙ୍ଗ୍ ଅଫ୍‌ ଗୋଲ୍ଡ' ସମ୍ମାନ ପ୍ରଦାନ କରାଯାଇଛି ଯାହା ନୌସେନାର ଫଇଟର ପାଇଲଟ ହେବାର ପ୍ରତୀକ । ଏହି ସମ୍ମାନ ତାଙ୍କୁ ରିୟର ଆଡମିରଲ ଜନକ ବେବଲି, ସହାୟକ ନୌସେନା ଷ୍ଟାଫଙ୍କ ପକ୍ଷରୁ ଆଇଏନଏସ ଡେଗା, ବିଶାଖାପଟନମରେ ପ୍ରଦାନ କରାଯାଇଛି । ଏବେ ଆସ୍ଥା ଭାରତର ଲଢୁଆ ବିମାନ  MiG-29K କିମ୍ବା ରାଫେଲ ପରି ଫାଇଟର ଜେଟ୍ ଉଡ଼ାଇପାରନ୍ତି । ଆସ୍ଥାଙ୍କ ସହିତ ଅତୁଲ କୁମାର ଧୁଲଙ୍କୁ ମଧ୍ୟ ୱିଙ୍ଗ୍ ଅଫ୍ ଗୋଲ୍ଡ ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ...ଏୟାର ଇଣ୍ଡିଆ ନାଁରେ ସାଂଘାତିକ ଅଭିଯୋଗ; କ୍ଷତିପୂରଣ ଆଳରେ ମୃତକଙ୍କ ପରିବାର ସହ ଖେଳୁଛି ଏୟାରଲାଇନ୍ସ

ସେନା ପାଇଁ ନୂଆ ମିସାଇଲ ପ୍ରଣାଳୀ- ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତ୍ରି-ସେନା ଅନେକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ।  ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଡିଆରଡିଓ ପକ୍ଷରୁ ବିକଶିତ  କ୍ବିକ୍ ରିଆକ୍ସନ ମିସାଇଲ ପ୍ରଣାଳୀରେ ପ୍ରାୟ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ୩୦ କିମି ଯାଏ ଲକ୍ଷ୍ୟ ଭେଦ କରିପାରିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.