ନୟାଗଡ଼,୨୫/୧୧: ନୟାଗଡ଼ ଜିଲ୍ଲା  ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ  ମହୋତ୍ସବ ଆୟୋଜନ ପାଇଁ ପ୍ରଥମ କୋର୍‌ କମିଟି  ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ  ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ  ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର, ବାଚସ୍ପତି  ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର  ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,  ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା  ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଆରକ୍ଷୀ  ଅଧୀକ୍ଷକ ଏସ୍‌. ସୁଶ୍ରୀ ପ୍ରମୁଖ ଯୋଗ ଦେଇଥିଲ  ।  

ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କହିଥିଲେ, ପ୍ରତ୍ୟେକ  ବର୍ଷ ପରି ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଆସନ୍ତା  ଡିସେମ୍ବର ୨୪ରୁ ୨୮ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ  ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ  ହୁଏ  । ଏହି ମହାତ୍ସବରେ ସ୍ଥାନୀୟ ଲାକକଳା,  ଲୋକସଂସ୍କୃତି, ଉତ୍ପାଦର ବିକ୍ରିବଟା ଦ୍ୱାରା ଅଞ୍ଚଳର  ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧି  ଘଟିଥାଏ  । ରାଜ୍ୟର ବିଭିନ୍ନ କୋଣ ଅନୁକୋଣ  ତଥା ରାଜ୍ୟ ବାହାରୁ କଳାକାରମାନେ ଆସି  ସେମାନଙ୍କର କଳା ନୈପୂଣ୍ୟ ପ୍ରଦର୍ଶନରେ  ଜନସାଧାରଣ ଆନନ୍ଦ ଅନୁଭବ କରିଥାନ୍ତି  । ସ୍ଥାନୀୟ  କଳାକାରମାନଙ୍କର ସୁପ୍ତ ଓ ଅନ୍ତର୍ନିହିତ ପ୍ରତିଭାର  ପରିପ୍ରକାଶ ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ  । ତେଣୁ  ଆମ ସମସ୍ତଙ୍କ ମିଳିତ ସହଯାଗ ଓ ସମନ୍‌ବୟରେ  ଆପଣମାନଙ୍କର ପୂର୍ବ ବର୍ଷର ଅନୁଭୂତିକୁ ନେଇ  ଦିଗ୍‌ଦର୍ଶନ ଓ ସାହାଯ୍ୟ ସହଯାଗ ଆଶା କରୁଅଛି  ।  

ପୁରୀ ସଂସଦ ଡ. ପାତ୍ର କହିଲେ ଯେ,  ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟସହ ସହବନ୍ଧନ କରି  ଆମ ଜିଲ୍ଲା ମହାତ୍ସବକୁ ଆଗେଇ ନେଲେ ଏବଂ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ  ଅତିଥି ଭାବେ ଆମନ୍ତ୍ରଣ କରି ନୟାଗଡ଼ ଜିଲ୍ଲାର କଳା  ସଂସ୍କୃତିକୁ ଅନ୍ୟ ରାଜ୍ୟ ସହ ପରିଚୟ କରାଇବା ।  ବାଚସ୍ପତି ଶ୍ରୀମତୀ ପାଢୀ ନୟାଗଡ଼ ଜିଲ୍ଲାର ସମସ୍ତ  ପୂର୍ବତନ ଜନପ୍ରତିନିଧିମାନଙ୍କୁ ମହାତ୍ସବ ମଞ୍ଚକୁ  ଆମନ୍ତ୍ରଣ କରି ସମ୍ମାନିତ କରିବା ପାଇଁ ପ୍ରସ୍ତାବ  ରଖିଥିଲେ  । ନୟାଗଡ ବିଧାୟକ ଡ. ସାହୁ ପିଟିଏସ  ରାସ୍ତା ତୁରନ୍ତ ମରାମତି ଓ ଆଲୋକୀକରଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ  । ସେ ପୁଣି କହିଥିଲେ  ନୟାଗଡ଼ ମହୋତ୍ସବ ଲୋକମାନଙ୍କର  । ତେଣୁ  କଳାକାର, ସାମ୍ବାଦିକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ,  ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ଆଉ ଏକ  ବୈଠକ ଡାକିବା ପାଇଁ ପରାମର୍ଶ ଦେଇଥିଲେ । ଅତିଥିମାନଙ୍କ ସହିତ ଯୋଗାଯୋଗ କରି ନିମନ୍ତ୍ରିତ  ଅତିଥି ଚୂଡ଼ାନ୍ତ କରିବା ପାଇଁ ସଂସଦ ଓ ବାଚସ୍ପତିଙ୍କୁ  ଅନୁରୋଧ କରିଥିଲେ  ।  

ଦଶପଲ୍ଲା ବିଧାୟକ ଶ୍ରୀ ବେହେରା  କହିଥିଲେ, ନୟାଗଡ଼ ଜିଲ୍ଲାର ଲୁକ୍କାୟିତ ପ୍ରତିଭାର  ପରିପ୍ରକାଶ ନିମନ୍ତେ ଏହା ଏକ ପ୍ରକୃଷ୍ଟ ମଞ୍ଚ   । ଜିଲ୍ଲା ମହୋତ୍ସବକୁ ରଙ୍ଗାରଙ୍ଗ କରି ସରସ  ସୁନ୍ଦର କରିବା ପାଇଁ ପ୍ରସ୍ତାବ ରଖିଥିଲେ  । ଜିଲ୍ଲା  ପରିଷଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରତ୍ୟେକ ବ୍ଲକରୁ ଜଣେ ଜଣେ ମଞ୍ଚ ପରିଚାଳକ ବାଛି ମଞ୍ଚରେ  ସୁଯୋଗ ଦେବା ପାଇଁ ପ୍ରସ୍ତାବ ରଖିଥିଲେ  ।  ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମହାରାଷ୍ଟ୍ରରୁ ସାଂସ୍କୃତିକ ଦଳ ସହ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ  ଓ ମହାବିଦ୍ୟାଳୟର ସର୍ବଶ୍ରେଷ୍ଠ ସାଂସ୍କୃତିକ  ଦଳମାନଙ୍କୁ ଏହି ମହୋତ୍ସବରେ ସାମିଲ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ  ।  ଆରକ୍ଷୀ ଅଧୀକ୍ଷକ ଏସ୍‌. ସୁଶ୍ରୀ ପିଟିଏସ୍‌ ରାସ୍ତାର  ଆଲୋକୀକରଣ ଏବଂ ପୋଲ ନିର୍ମାଣ କାମ ଶୀଘ୍ର  ସାରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାପାଳ  ଶ୍ରୀ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।