ଭୁବନେଶ୍ୱର,୦୯/୦୧: ପ୍ରେମ ବେପାର ପାଇଁ ନୂଆପଲ୍ଳୀ ନୂଆସାହିର ଜିତେନ୍ଦ୍ର ଦାସ ଓରଫ ବବୁଲୁ(୩୦)ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ ମାଷ୍ଟର ମାଇଣ୍ଡ ନଣ୍ଡା ଓ ତାର ସହଯୋଗୀମାନେ । ଏହି ଘଟଣାରେ ପୁଲିସ୍କୁ ସଫଳତା ମିଳିଛି ମୁଖ୍ୟ ଅଭିଯୁକ୍ତ ନଣ୍ଡା ଓ ତାର ସହଯୋଗୀକୁ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।
ଗତ ଡିସେମ୍ବର ୨୭ ତାରିଖ ରାତିରେ ନୂଆସାହିର ବବୁଲ ତାଙ୍କ ଘର ନିକଟରେ ଛିଡ଼ା ହୋଇଥିଲେ । ଏହି ସମୟରେ ୪/୫ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । ବବୁଲ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଖଣ୍ଡାରେ ହାଣି ପକାଇଥିଲେ । ଜୀବନ ବିକଳରେ ବବୁଲ ଦୌଡ଼ୁ୍ଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ । ବବୁଲ ତଳେ ପଡ଼ିଯିବା ପରେ ଆଖପାଖ ଲୋକେ ଉଠି ଆସିଥିଲେ । ଆକ୍ରମଣକାରୀ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ସହ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ସେମାନେ ଏକ ଅଟୋରେ ବସି ପଳାଇଥିଲେ । ଗୁରୁତର ଅବସ୍ଥାରେ ବବୁଲଙ୍କୁ ଉଦ୍ଧାର କରି ପୁଲିସ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରେମ ବିବାଦ ପାଇଁ ମୁଣ୍ଡ ଗଡ଼ିଥିଲା । ପୁଲିସ୍ ନାବାଳିକା ସହ ୨ ଜଣଙ୍କୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ନଣ୍ଡା ଓ ତାର ସହଯୋଗୀ ଫେରାର ହୋଇଯାଇଥିଲା । ପୁଲିସ୍ ନଣ୍ଡାକୁ ଗିରଫ ଓ ତାର ସହଯୋଗୀଙ୍କୁ ଧରିଛି ।