ଭୁବନେଶ୍ୱର,୧୩/୦୭:  ଆଜି ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ  ଓ ପ୍ରଶିକ୍ଷଣ ପରିଷଦ  (ଏନ୍‌ସିଇଆର୍‌ଟି) ପକ୍ଷରୁ  ବିଏଡ୍‌ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିଇଇ)  ଅନୁଷ୍ଠିତ ହେବ ।  ବିଏବିଏଡ୍‌, ବିଏସ୍‌ସି ବିଏଡ୍‌,  ଏମ୍‌ଏସ୍‌ସିଏଡ୍‌, ଏମ୍‌ଏଡ୍‌,  ବିଏଡ୍‌-ଏମ୍‌ଏଡ୍‌, ଏମ୍‌ ଇନ୍‌ ଏଜୁକେସନ ଟେକ୍ନୋଲୋଜି ରେ  ନାମେଲଖା ପାଇଁ ପ୍ରବେଶିକା  ପରୀକ୍ଷା ହେବ । କମ୍ପ୍ୟୁଟର  ବେସ୍‌ଡ୍‌ ଟେଷ୍ଟ (ସିବିଟି)  ମୋଡ୍‌ରେ ପରୀକ୍ଷା ହେବ ।  

ଦେଶର ୮୦ଟି ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ହେବ । ଏଥିରୁ  ଓଡ଼ିଶାରେ ୪୪ଟି ପରୀକ୍ଷା  କେନ୍ଦ୍ର କରାଯାଇଛି । ମୋଟ୍‌ ୨୨ ହଜାର ପରୀକ୍ଷାର୍ଥୀ ପରୀକ୍ଷା  ପାଇଁ ପଞ୍ଜୀକରଣ କରିଛନ୍ତି ।  ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀ  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖାଇବେ । ଭୁବନେଶ୍ୱର,  ଭୋପାଳ, ମୟୀଶୂର, ଆଜମେର,  ସିଲିଂ, ନେଲ୍ଲୋର ଆଦି ଆଞ୍ଚଳିକ  ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ହେବ । ଭୁବନେଶ୍ୱର ଆଞ୍ଚଳିକ  ଶିକ୍ଷା ପ୍ରତିଷ୍ଠାନକୁ ନୋଡାଲ କେନ୍ଦ୍ର  ଭାବେ ଚୟନ କରାଯାଇଛି ।