ନୂଆଦିଲ୍ଲୀ,୨୬।୨: NCERTର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ 'ନ୍ୟାୟପାଳିକାରେ ଦୁର୍ନୀତି' ସମ୍ପର୍କିତ ପ୍ରକାଶନ ଉପରେ ପ୍ରଧାନ ବିଚାରପତି(ସିଜେଆଇ)ଙ୍କ କଡା ଆଭିମୁଖ୍ୟ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ସ୍କୁଲ ଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଏବଂ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। କୋର୍ଟ ପଚାରିଛନ୍ତି ଯେ କୋର୍ଟ ଅବମାନନା ଏବଂ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଯଦି ଏହି ପ୍ରକାଶନ ନ୍ୟାୟପାଳିକାକୁ କଳୁଷିତ କରିବା ଉଦ୍ଦେଶ୍ୟରେ ଜାଣିଶୁଣି କରାଯାଇଥିବା କାର୍ଯ୍ୟ ବୋଲି ଯଦି ପ୍ରମାଣିତ ହୁଏ, ତେବେ ଏହା ଏକ ଗୁରୁତର ଭୁଲ ଏବଂ ଏହା ଅପରାଧିକ ଅବମାନନା ପରିସରକୁ ଆସିପାରେ।
ବହିର ସମସ୍ତ କପି ଜବତ କରିବାକୁ ନିର୍ଦ୍ଦେଶ
ଗୁରୁବାର ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, NCERT ଦ୍ୱାରା ପ୍ରକାଶିତ ସାର୍ବଜନୀନ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ସ୍ବୀକାର କରିବୁ ନାହିଁ। ଏହାର ଯାଞ୍ଚ ହେବ,କିଭଳି ବହି ଛପିଲା ? ଏହା ସହ ସୁପ୍ରିମକୋର୍ଟ NCERT ବହିର ସେହି ବିଷୟ ଉପରେ ମଧ୍ୟ ନିଷେଧାଦେଶ ଲଗାଇଛନ୍ତି। କୋର୍ଟ ବହିର କପି ପ୍ରକାଶନ ଓ ଡିଜିଟାଲ ରୂପରେ ସେୟାର କରିବା ଉପରେ ରୋକ ଲଗାଇଛନ୍ତି। ଏହା ସହ ସୁପ୍ରିମକୋର୍ଟ ଫିଜିକାଲ କପିକୁ ଜବତ କରିବାର ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କପି ସେୟାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ NCERT ଡାଇରେକ୍ଟର କେନ୍ଦ୍ର ଏବଂ ରାଜ୍ୟ ଶିକ୍ଷା ବିଭାଗ ସହିତ ସମନ୍ୱୟ ରଖି, ଖୁଚୁରା ବିକ୍ରେତା, ସ୍କୁଲରେ ଥିବା ସମସ୍ତ ପୁସ୍ତକର କପି ଏବଂ ଡିଜିଟାଲ୍ ରୂପରେ ଉପଲବ୍ଧ ସମସ୍ତ ବହିକୁ ସାଧାରଣ ଲୋକଙ୍କ ନିକଟରୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ଆଗାମୀ ଶୁଣାଣୀ ଆସନ୍ତା ୧୧ ମାର୍ଚ୍ଚରେ ହେବ।
ନ୍ୟାୟପାଳିକାର ଛବି ଖରାପ କରିବାକୁ ଚେଷ୍ଟା
ଉଲ୍ଲେଖନୀୟ ଯେ, ଏନ୍ସିଇଆରଟିର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା ସିଷ୍ଟମ ଓ ପେଣ୍ଡିଙ୍ଗ କେସ୍ ବିଷୟରେ ଉଲ୍ଲେଖ କରାଯାଇଥିଲା। ଆଜିର ଶୁଣାଣିରେ ସିଜେଆଇ କହିଛନ୍ତି,ଏହା ଏକ ଷଡଯନ୍ତ୍ର ହୋଇପାରେ। ଆମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ ଗ୍ରହଣ କରିବୁନି। ନଚେତ ଭବିଷ୍ୟତରେ କେହି ବି ଏଭଳି କରିବ। ଆମେ ସଂସ୍ଥାର ଗାରିମାକୁ କ୍ଷତି ପହଁଞ୍ଚାଇବାକୁ ଦେବୁନି।
ନ୍ୟାୟପାଳିକା ଆଜି ରକ୍ତରେ ଜୁଡୁବୁଡୁ
ସିଜେଆଇ କହିଛନ୍ତି, ଏହାର ପରିଣାମ ସାମାନ୍ୟ ନଥିଲା। ସେମାନେ ଗୁଳି ଚଳାଇଥିଲେ, ଏବଂ ନ୍ୟାୟପାଳିକା ଆଜି ରକ୍ତରେ ଲହୁ ଲୁହାଣ। ଜଷ୍ଟିସ୍ ବାଗଚି କହିଥିଲେ, ଏହି ଲେଖା ଏବଂ ଅଂଶଗୁଡ଼ିକ ସାର୍ବଜନୀନ ଡୋମେନରେ ଅଛି। ସରକାର ଏହାକୁ ହଟାଇବା ପାଇଁ ଏକ ନିର୍ଦ୍ଦେଶ ଜାରି କରିବା ଉଚିତ। ନ୍ୟାୟପାଳିକା ହେଉଛି ସମ୍ବିଧାନର ରକ୍ଷକ। ଏପରି କିଛି ପ୍ରକାଶ କରାଯାଇ ନାହିଁ। ଏସଜି କହିଛନ୍ତି ଯେ ଏହାକୁ ହଟାଇବା ଉଚିତ, ଏବଂ ମୁଁ ନତମସ୍ତକ। ସିଜେଆଇ କହିଛନ୍ତି ଏହାକୁ ହଟାଇବାର ଏକ ନିର୍ଦ୍ଦେଶ ଜାରି କରାଯାଇପାରିବ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଲାଗୁ କରାଯିବ। ସିଜେଆଇ କହିଛନ୍ତି ଯେ ସେମାନେ ଏକ ସମ୍ପୂର୍ଣ୍ଣ ତଦନ୍ତ ଚାହାଁନ୍ତି। ନ୍ୟାୟପାଳିକାର ମୁଖ୍ୟ ଭାବରେ, ଦାୟୀ ବ୍ୟକ୍ତିଙ୍କୁ ଖୋଜିବା ମୋର କର୍ତ୍ତବ୍ୟ। ମୁଁ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ ତଦନ୍ତ ବନ୍ଦ ହେବ ନାହିଁ। ଏସଜି କହିଛନ୍ତି, ଆମେ ପ୍ରତିକୂଳ ମନୋଭାବ ଗ୍ରହଣ କରୁନାହୁଁ। ଯିଏ ଦାୟୀ, ତାଙ୍କୁ ଆପଣଙ୍କ ସନ୍ତୁଷ୍ଟି ଅନୁସାରେ ପରିଣାମ ଭୋଗିବାକୁ ହେବ।
ସରକାର ରୋକ ଲଗାଇବାର ଦେଇଥିଲେ ନିର୍ଦ୍ଦେଶ
NCERT ୨୪ ଫେବୃଆରୀ ୨୦୨୬ ରେ ଅଷ୍ଟମ ଶ୍ରେଣୀ ପାଇଁ ସାମାଜିକ ବିଜ୍ଞାନ ବହିରେ ଅସାବଧାନତାବଶତଃ କିଛି ଅନୁପଯୁକ୍ତ ପାଠ୍ୟ ଏବଂ ବିଚାରଗତ ତ୍ରୁଟି ଅନ୍ତର୍ଭୁକ୍ତ ହୋଇଛି। ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଏହାର ପ୍ରତିବାଦ କରିଥିଲା ଏବଂ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପୁସ୍ତକ ବଣ୍ଟନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲା। NCERT, ଏହି ନିର୍ଦ୍ଦେଶ ପାଳନ କରି, ପୁସ୍ତକର ବିକ୍ରୟ ରୋକିଥିଲା। ଏନସିଇଆରଟି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଏନସିଇଆରଟି ନ୍ୟାୟପାଳିକା ପ୍ରତି ବହୁତ ସମ୍ମାନ ରଖେ ଏବଂ ଏହାକୁ ଭାରତୀୟ ସମ୍ବିଧାନ ଏବଂ ମୌଳିକ ଅଧିକାରର ରକ୍ଷକ ବୋଲି ବିବେଚନା କରେ। ଏହି ଭୁଲ ସମ୍ପୂର୍ଣ୍ଣ ଅନିଚ୍ଛାକୃତ ଥିଲା ବୋଲି ଅନୁଷ୍ଠାନ କହିଛି ଏବଂ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ତେବେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ ନକରି ତଦନ୍ତ ନିର୍ଦେଶ ଦେଇଛନ୍ତି।
ଆହୁରି ପଢନ୍ତୁ :ଇଡି ଅଫିସରେ ହାଜର ହେଲେ ଅନିଲ ଅମ୍ବାନି, ମନି ଲଣ୍ଡ୍ରିଂ ମାମଲାରେ ହେବ ଜେରା