ନୂଆଦିଲ୍ଲୀ,୧୨/୦୮: ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । କିଏ ହେବ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ? ଭାରତୀୟ ଜନତା ପାର୍ଟିରେ ପ୍ରାର୍ଥୀ ଚୟନ ନେଇ ମାନସ ମନ୍ଥନ ଚାଲିଛି । ତେବେ ମଙ୍ଗଳବାର ଏନ୍ଡିଏ ପ୍ରାର୍ଥୀ ଘୋଷଣା ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହ, ନେତାମନ୍ତ୍ରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହେବାର ଅଛି । କିଏ ପ୍ରାର୍ଥୀ ହେବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଅଗଷ୍ଟ ୨୧ ଯାଏ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି । ବୈଠକ ପରେ ଉପରାଷ୍ଟ୍ରପତି ପ୍ରାର୍ଥୀ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେବେ ।
ଭଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କ ଦ୍ୱାରା ଇଲେକ୍ଟୋରାଲ କଲେଜ ଦ୍ୱାରା ନିର୍ବାଚିତ ହେବେ ଉପରାଷ୍ଟ୍ରପତି । ସଂସଦରେ ସ୍ପଷ୍ଟ ସଂଖ୍ୟାଗତ ଲାଭ ସହିତ, ଏନ୍ଡିଏ ପାଖରେ ତାଙ୍କ ମନୋନୀତ ପ୍ରାର୍ଥୀର ବିଜୟ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ଅଛି । ଦେଶର ଉପରାଷ୍ଟ୍ରପତି ରାଜ୍ୟସଭାର ପଦାଧିକାରୀ ଅଧ୍ୟକ୍ଷ ମଧ୍ୟ ରୁହନ୍ତି ଯାହା ଏହି ପଦବୀକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କରିଥାଏ ।
ଜୁଲାଇ ୨୧ ତାରିଖରେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଉପରାଷ୍ଟ୍ରପତି ରେସ୍ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗରେ ରହିଛନ୍ତି । ଏହା ଛଡା ପଛୁଆ ବର୍ଗର ରାମନାଥ ଠାକୁର, ଡେଜିୟୁର ହରୀବଂଶ ସିଂହ, ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ମିଡ଼ିଆ ରିପୋର୍ଟ ଅନୁସାରେ,ଭାରତୀୟ ଜନତା ପାର୍ଟି ଜାଟ ସମୂଦାୟର ଜଗଦୀପ ଧନଖଡ଼ଙ୍କ ସ୍ଥାନରେ ଆଉ ଜଣେ ଜାଟ ନେତାଙ୍କୁ ପ୍ରାର୍ଥୀ କରିପାରେ । ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ସୁଯୋଗ ମିଳିପାରେ । ଜଗଦୀପ ଧନଖଡ଼ ରାଜସ୍ଥାନର ଜାଟ ସମୂଦାୟ ହୋଇଥିବା ବେଳେ ଆଚାର୍ଯ୍ୟ ଦେବବ୍ରତ ମଧ୍ୟ ହରିୟାଣା ଜାଟ ସମୂଦାୟର ।