ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପାକିସ୍ତାନୀ ବ୍ୟକ୍ତିଙ୍କୁ ଭାରତୀୟ ନୌସେନାର ସାହାଯ୍ୟ, ମଝି ସମୁଦ୍ରରେ ଚିକିତ୍ସା କରି ବଞ୍ଚାଇଲେ ଜୀବନ

Published By : Harapriya Biswal | April 6, 2025 8:01 PM

ନୂଆଦିଲ୍ଲୀ,୬।୪: କେନ୍ଦ୍ରୀୟ ଆରବ ସାଗରରେ ନିୟୋଜିତ ଭାରତୀୟ ନୌସେନାର ଏକ ଯୁଦ୍ଧଜାହାଜ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ସାହାଯ୍ୟ କରିଛି। ଓମାନ ଉପକୂଳରେ ଏକ ମାଛ ଧରିବା ଜାହାଜରେ ଥିବା ପାକିସ୍ତାନୀ ଚାଳକ ଦଳର ସଦସ୍ୟଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲା। ନୌସେନା ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଭାରତୀୟ ନୌସେନାର ମିଶନରେ ନିଯୁକ୍ତ ‘ଷ୍ଟିଲଥ୍ ଫ୍ରିଗେଟ୍ INS ତ୍ରିକଣ୍ଡ ଶୁକ୍ରବାର ଓମାନ ଉପକୂଳର ପ୍ରାୟ ୩୫୦ ନଟିକାଲ୍ ମାଇଲ୍ ପୂର୍ବରେ ଥିବା ଇରାନୀ ଜାହାଜ ଅଲ୍ ଓମିଦିରୁ  ବିପଦ ନେଇ ସୂଚନା ପାଇଥିଲା, ଯାହା ପରେ ସେ ତୁରନ୍ତ ସହାୟତା କରିଥିଲା।

ନୌସେନା ଏକ ବିଜ୍ଞପ୍ତିରେ କହିଛି, ଯାଞ୍ଚରୁ ଜଣାପଡିଛି ଯେ ଡଙ୍ଗାର ଜଣେ କ୍ରୁ ସଦସ୍ୟ ଇଞ୍ଜିନରେ କାମ କରୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିଲା ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ଇରାନ ଯାଉଥିବା ଅନ୍ୟ ଏକ ଡଙ୍ଗା, ଏଫଭି ଅବଦୁଲ ରହମାନ ହାଞ୍ଜିଆକୁ ସ୍ଥାନାନ୍ତରିତ କରାଯାଇଥିଲା।

‘ତ୍ରିକନ୍ଦ’ ଆହତ କ୍ରୁ ସଦସ୍ୟଙ୍କୁ ଚିକିତ୍ସା ସହାୟତା ଯୋଗାଇବା ପାଇଁ ତୁରନ୍ତ ତାର ଗତିପଥ ପରିବର୍ତ୍ତନ କରିଥିଲା। ଏଫ୍.ଭି. ଅବଦୁଲ ରେହମାନ ହାଞ୍ଜିଆର ଚାଳକ ଦଳରେ ୧୧ ଜଣ ପାକିସ୍ତାନୀ ଥିଲେ, ଯେଉଁଥିରେ ୯ ଜଣ ବେଲୁଚିସ୍ତାନ ଏବଂ ୨ ଜଣ ସିନ୍ଧ ପ୍ରଦେଶର ଥିଲେ। ଏହା ବ୍ୟତୀତ ଇରାନର ପାଞ୍ଚ ଜଣ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ବେଲୁଚିସ୍ତାନର ଜଣେ ସଦସ୍ୟ ଆହତ ହୋଇଥିଲେ। ତାଙ୍କର ହାଡ଼ ଭାଙ୍ଗି ଯାଇଥିଲା ଏବଂ ହାତରେ ଗଭୀର ଆଘାତ ଲାଗିଥିଲା, ଯାହା ଫଳରେ ଅତ୍ୟଧିକ ରକ୍ତସ୍ରାବ ମଧ୍ୟ ହୋଇଥିଲା INS ‘ତ୍ରିକନ୍ଦ’ ର ଚିକିତ୍ସା ଅଧିକାରୀ, MARCOS (ସାମୁଦ୍ରିକ କମାଣ୍ଡୋ) ଏବଂ ଜାହାଜର ବୋର୍ଡିଂ ଦଳ ଆହତଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.