ନୂଆଦିଲ୍ଲୀ,୩।୫:  ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍ ଓ ତୁର୍କୀ। ଏହାର କେନ୍ଦ୍ରସ୍ଥଳ ଥିଲା ଗ୍ରୀସର ‌ଡୋଡୋକାନିସ୍‌ ଦ୍ବୀପପୁଞ୍ଜ। ସୋମବାର ବିଳମ୍ବିତ ରାତିରେ ଆସିଥିବା ଏହି ଭୂକମ୍ପର ତୀବ୍ରତା ଥିଲା ୬.୨ । ଏହାର ଝଟକାରେ ଗ୍ରୀସ୍ ଏବଂ ଆଖପାଖ ଅଞ୍ଚଳକୁ ପ୍ରଭାବିତ ହୋଇଛି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଘର ଦ୍ବାରା ଥରି ଉଠିଥିଲା। ଭୟରେ ଲୋକେ ନିଜ ନିଜର ବାଲକୋନୀ ଓ ଝରକାରୁ ତଳକୁ ଡେଇଁ ପଡିଥିଲେ। ଏଥିରେ ୭୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛି ୧୪ ବର୍ଷର ଜଣେ ବାଳକ। ମାରମାରିସ୍ ରାଜ୍ୟପାଳ ଇଦ୍ରିସ୍ ଆକବିୟିକ୍ କହିଛନ୍ତି, ଲୋକେ କୋଠା ଭୁଶୁଡ଼ି ପଡ଼ିବାରୁ ନୁହେଁ, ଆତଙ୍କ ଯୋଗୁ ଆହତ ହୋଇଛନ୍ତି। 

ଦକ୍ଷିଣ-ପଶ୍ଚିମ ତୁର୍କୀର ଉପକୂଳବର୍ତ୍ତୀ ସହର ମାରମାରିସ ନିକଟରେ ୫.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଏଥିରେ ସାତ ଜଣ ଆହତ ହୋଇଛନ୍ତି।ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (ଏଏଫଏଡି) କହିଛି ଯେ, ଭୂକମ୍ପ ଭୋର ୨ଟା ୧୭ରେ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭୂମଧ୍ୟସାଗର ଥିଲା। ତୁର୍କୀର ଏନଟିଭି ନ୍ୟୁଜ୍ ଅନୁଯାୟୀ, ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖ ଅଞ୍ଚଳ ଥରିବା ଆରମ୍ଭ କରିଦେଇଥିଲା। ଏହାର ଝଟକା ନିକଟସ୍ଥ ଗ୍ରୀକ୍ ଦ୍ୱୀପ ରୋଡସ୍ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

 ତୁର୍କୀରେ ଏଭଳି ଭୟଙ୍କର ଭୂକମ୍ପ ଆସିବା କିଛି ନୂଆ ନୁହେଁ। କାରଣ ତୁର୍କୀ ଅନେକ ସକ୍ରିୟ ଫଲ୍ଟ ରେଖା ଉପରେ ଅବସ୍ଥିତ। ତେଣୁ ସେଠାରେ ପ୍ରତିଦିନ ଭୂକମ୍ପ ଆସିଥାଏ। ଏଠାରେ ଛୋଟ ଭୂମିକମ୍ପ ଯେକୌଣସି ସମୟରେ ବଡ଼ ରୂପ ନେଇପାରେ। ୨୦୨୩ ରେ, ୭.୮ ତୀବ୍ରତାର ଏକ ଭୟଙ୍କର ଭୂକମ୍ପରେ ଆସିଥିଲା। ଏଥିରେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ପ୍ରଦେଶରେ ୫୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାଛଡା ଲକ୍ଷାଧିକ କୋଠା ନଷ୍ଟ ହେବା ସହ ବହୁ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ଏହି ସମାନ ଭୂକମ୍ପରେ ଉତ୍ତର ସିରିଆରେ ମଧ୍ୟ ପ୍ରାୟ ୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।