ନୂଆଦିଲ୍ଲୀ,୧୦।୧୨: ବଲିଉଡ ଅଭିନେତ୍ରୀ ନୀଲମ୍ କୋଠାରୀ ନିକଟରେ ଟରୋଣ୍ଟୋରୁ ମୁମ୍ବାଇ ଆସିଥିଲେ। ବିମାନରେ ନିଜ ସହ ଘଟିଥିବା ସମସ୍ୟା ବିଷୟରେ ସେ କହିଛନ୍ତି। ନୀଲମ କହିଛନ୍ତି, ବିମାନରେ ତାଙ୍କର ମୁଣ୍ଡ ବୁଲାଇ ହେବା ସହ ବେହୋସ ହେବା ଭଳି ଅନୁଭବ ହୋଇଥିଲା, କିନ୍ତୁ ଏୟାରଲାଇନ୍ସର କୌଣସି ଷ୍ଟାଫ୍ ଧ୍ୟାନ ଦେଇନଥିଲେ। ଏହାକୁ ନେଇ ନୀଲମ କ୍ଷୁବ୍ଧ ହୋଇଥିବା ବେଳେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏୟାରଲାଇନ୍ସର ଅବହେଳା ଉପରେ କଥା ହୋଇଛନ୍ତି। ଅଭିନେତ୍ରୀ ଜଣକ କହିଛନ୍ତି, ତାଙ୍କୁ ୯ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା।

ନୀଲମ ‘ଏକ୍ସ’ରେ ଲେଖିଛନ୍ତି, ଏତିହାଦ ଏୟାରଲାଇନ୍ସକୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଡିଅର ଏତିହାଦ, ଟରୋଣ୍ଟୋରୁ ମୁମ୍ବାଇରୁ ଆସୁଥିବା ବେଳେ ବିମାନରେ ଷ୍ଟାଫଙ୍କ ବ୍ୟବହାର ଖୁବ୍ ନିରାଶଜନକ ଥିଲା। ବିମାନ ୯ ଘଣ୍ଟା ଅଧିକ ଲେଟ୍ ଥିଲା। ତା ଉପରେ ବିମାନରେ ଖାଦ୍ୟ ଖାଇବା ପରେ ମୋର ଦେହ ବହୁତ ଖରାପ ହୋଇଥିଲା। ଏତେ ଖରାପ ଯେ, ମୁଁ ବେହୋସ ହୋଇଯାଇଥିଲା। ଜଣେ କୋ-ପାସେଞ୍ଜର ମୋତେ ମୋର ସିଟ୍ ପର୍ଯ୍ୟନ୍ତ ପହଁଞ୍ଚାଇଥିଲେ, କିନ୍ତୁ ଆପଣଙ୍କ କ୍ରୁ ଟିମ୍ ନା କୌଣସି ଫଲୋ ଅପ୍ କରିଥିଲେ କିମ୍ବା ଥରେ ମୋ ବିଷୟରେ କଥା ହୋଇଥିଳେ। ମୁଁ କଷ୍ଟମର ସର୍ଭିସ ସହ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି, କିନ୍ତୁ କୌଣସି ଜବାବ୍ ମିଳିନଥିଲା। ଏଭଳି ଭାବରେ ଅବହେଳା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ଦୟାକରି ଏହି ମାମଲା ଉପରେ ତୁରନ୍ତ ଧ୍ୟାନ ଦିଅନ୍ତୁ।

ନୀଲମଙ୍କ ଅସନ୍ତୋଷ ଭରା ପୋଷ୍ଟ ପଢିବା ପରେ ‘ଏତିହାଦ ଏୟାରଓ୍ବେଜ୍’ ମଧ୍ୟ ଜବାବ୍ ଦେଇଛି ଓ ଡିଏମ୍‌ରେ କଥା ହେବାକୁ କହିଛି। ନୀଲଙ୍କ ଏହି ପୋଷ୍ଟ ଉପରେ ୟୁଜର ମଧ୍ୟ ନିଜର ରିଆକ୍ସନ ଦେଇଛନ୍ତି। କିଛି ତାଙ୍କୁ ସପୋର୍ଟ କରିଥିବା ବେଳେ ଆଉ କିଛି ତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଜଣେ ୟୁଜରଙ୍କୁ ରିପ୍ଲାଇ ଦେଇ ନୀଲମ କହିଛନ୍ତି, ଯଦି ଆପଣଙ୍କ ସହ କିମ୍ବା ଆପଣଙ୍କ ନିଜ ଲୋକ କାହା ସହ ଏଭଳି ହୋଇଥାନ୍ତା ତେବେ ଏତେ ହାଲକାରେ କମେଣ୍ଟ କରିନଥାନ୍ତେ।’ ଉଲ୍ଲେଖନୀୟ ଯେ, ବର୍ତ୍ତମାନ ଦେଶରେ ଏୟାରଲାଇନ୍ସ ସର୍ଭିସକୁ ନେଇ ଖୁବ୍ ବିବାଦ ବଢିଛି। ନିକଟରେ ଇଣ୍ଡିଗୋର ବହୁ ବିମାନ କ୍ୟାନସେଲ୍ ହୋଇଥିଲା। ଯାହାଫଳରେ ଯାତ୍ରୀଙ୍କୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପହିଥିଲା। ତେବେ ଏହାପରେ କମ୍ପାନୀ ସବୁ କଷ୍ଟମରଙ୍କ ଟିକେଟ ଟଙ୍କା ରିଫଣ୍ଡ କରିବା କଥା କହିଛି।

ଆହୁରି ପଢନ୍ତୁ: ହାତକୁ ଦୁଇହାତ ହେଲେ ଟିଭି ଷ୍ଟାର ଅଭିନେତ୍ରୀ ରୂପଲ ତ୍ୟାଗୀ, ନୋମିସ୍‌ଙ୍କୁ କଲେ ଜୀବନସାଥୀ