ମୁମ୍ବାଇ,୧୦/୧୨; ବିବାହ ଋତୁ ଚାଲିଛି । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ସେଲିବ୍ରିଟି । ଟେଲିଭିଜନ ଷ୍ଟାର ଅଭିନେତ୍ରୀ ତଥା 'ସପନେ ସୁହାନେ ଲଡକପନକେ'ର ଗୁଞ୍ଜନ ଓରଫ ରୂପଲ ତ୍ୟାଗୀ ହାତକୁ ଦୁଇହାତ ହୋଇଛନ୍ତି । ମୁମ୍ବାଇରେ ଧୁମଧାମରେ ରୂପଲଙ୍କ ବାହାଘର ସରିଛି । ନୋମିସ୍ ଭରଦ୍ୱାଜଙ୍କୁ ଜୀବନସାଥୀ କରିଛନ୍ତି ରୁପଲ । ସୋସିଆଲ ମିଡିଆରେ ବାହାଘରର ଫଟୋ ଆସିଛି । ନାଲି ଲେହେଙ୍ଗାରେ ଖୁବ ସୁନ୍ଦର ଲାଗୁଛନ୍ତି ରୁପଲ । ଲାଲ ଟୁକୁ ଟୁକୁ ସାଧବ ବୋହୂ ପରି ଦେଖାଛନ୍ତି ଯାହାକୁ ପସନ୍ଦ କରିଛନ୍ତି ୟୁଜର୍ସ ।

ରୂପଲ ତ୍ୟାଗୀ ଦୀର୍ଘକାଳୀନ ପ୍ରେମିକଙ୍କୁ ବିବାହ କଲେ- ବିଗ୍‌ବସ ୯ର ଚେହେରା ଥିବା ରୂପଲ ୩୬ ବର୍ଷ ବୟସରେ ତାଙ୍କର ପ୍ରେମିକ ନୋମିସ୍ ଭାରଦ୍ୱାଜଙ୍କୁ ବିବାହ କରିଛନ୍ତି । ସେମାନଙ୍କ ବିବାହର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ରୂପଲ ସୁନ୍ଦର ଦେଖାଯାଉଛି । ଡିସେମ୍ବର ୫ରେ ତାଙ୍କର ବାହାଘର ହୋଇଛି । କେବଳ ନିକଟତର ବନ୍ଧୁ ଏବଂ ପରିବାରବର୍ଗ ବିବାହରେ ଉପସ୍ଥିତ ଥିଲେ । ସୋସିଆଲ ମିଡିଆରେ, ରୂପଲ୍ ବିବାହର ସୁନ୍ଦର ମୁହୂର୍ତ୍ତଗୁଡ଼ିକର ଫଟୋ ସେୟାର କରିଛନ୍ତି । ସୁନେଲି କାରୁକାର୍ଯ୍ୟରେ ସଜ୍ଜିତ ଏକ ସୁନ୍ଦର ଲାଲ ଲେହେଙ୍ଗା ପିନ୍ଧିଛନ୍ତି । ସେ ତାଙ୍କ ପୋଷାକରେ ସେମାନଙ୍କ ବିବାହ ହ୍ୟାସଟ୍ୟାଗ୍ #RooNom ଲେଖିଛନ୍ତି ।

ରୂପଲ୍ ଏବଂ ନୋମିସ୍‌ଙ୍କ ସମ୍ପର୍କ- ରୂପଲ୍ ଏବଂ ନୋମିସ୍, ଏକ ପୂର୍ବ ସାକ୍ଷାତକାରରେ କହିଥିଲେ ଯେ ସେମାନେ ଏକ ବ୍ୟକ୍ତିଗତ, ପ୍ରେମପୂର୍ଣ୍ଣ ଉତ୍ସବ ଚାହୁଁଛନ୍ତି । ଦୁଇ ବର୍ଷ ପୂର୍ବରୁ ପାରସ୍ପରିକ ବନ୍ଧୁଙ୍କ ମାଧ୍ୟମରେ ମୁମ୍ବାଇରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ନୋମିସ୍‌ ବର୍ତ୍ତମାନ ଲସ୍ ଆଞ୍ଜେଲସ୍‌ରେ ଆନିମେସନ୍‌ ଏବଂ କ୍ୟାମେରା ପଛରେ କାମ କରୁଛନ୍ତି । ରୂପଲ୍ କ୍ୟାମେରା ସାମ୍ନାରେ ଅଭିନୟ ଜାରି ରଖିଛନ୍ତି ।

ରୂପଲଙ୍କ ବିଷୟରେ...'ହମାରୀ ବେଟିୟୋନ୍ କା ବିବାହ'ରେ ଅଭିନୟ ଆରମ୍ଭ କରିଥିଲେ ରୂପାଲ । ଏହା ପରେ 'ଏକ ନଇ ଛୋଟି ସି ଜିନ୍ଦେଗୀ', 'ରଞ୍ଜୁ କି ବେଟିୟାନ୍' ଏବଂ ବହୁଚର୍ଚ୍ଚିତ 'ସପନେ ସୁହାନେ ଲଡକପନ୍ କେ' ଭଳି ଅନେକ ଲୋକପ୍ରିୟ ସୋ’ରେ ଅଭିନୟ କରିଛନ୍ତି । ସେ ବିଗ୍ ବସ୍ ୯ (୨୦୧୫–୨୦୧୬)ରେ ପ୍ରବେଶ କରିବା ପୂର୍ବରୁ 'ଝଲକ ଦିଖଲାଜା' ସିଜିନ୍ ୮ରେ ଅଂଶଗ୍ରହଣ କରିଥିଲେ, ଯାହାକୁ ଜିତିଥିଲେ ପ୍ରିନ୍ସ ନାରୁଲା ।