ନୂଆଦିଲ୍ଲୀ,୧୬।୫: ନିଟ୍ ପେପର ଲିକ୍ ମାମଲାରେ ଆସିଛି ବଡ଼ ଅପଡେଟ୍। ରାଜସ୍ଥାନରେ ରହୁଥିବା ବିଭାଲ ପରିବାର ଉପରେ ହୋଇଛି ବଡ଼ ଖୁଲାସା। ଅଭିଯୁକ୍ତ ମାଙ୍ଗିଲାଲଙ୍କ ପୁଅ ଅମନ ବିଭାଲ ଦ୍ବାଦଶ ଶ୍ରେଣୀ ପାସ୍ କରିବା ପରେ ଆଗକୁ ପାଠପଢା ଛାଢି ଦେଇଥିଲେ ଓ ପ୍ରପଟି କାରବାରରେ ଲାଗିଥିଲା। ଏହାପରେ ବି ପରିବାର ଲୋକ ନିଟ୍ ପରୀକ୍ଷାରେ ଦେବାକୁ ବସାଇଥିଲେ। ଏଜେନ୍ସିକୁ ସନ୍ଦେହ ରହିଛି ପେପର ଲିକ୍ ନେଟଓ୍ବର୍କ ଜରିଆରେ ତାକୁ ପରୀକ୍ଷା ଦିଆଯାଇଥିଲା।
ଯାଞ୍ଚ ପରେ ଏହା ମଧ୍ୟ ସାମନାକୁ ଆସିଛି ଯେ, ବିକାଶ ସଭାଇ ମାଧେପୁର ମେଡିକାଲ କଲେଜ୍ MBBS ପ୍ରଥମ ବର୍ଷର ଛାତ୍ର। କଲେଜ ପ୍ରଶାସନ ଅନୁସାରେ, ବିକାଶ ପାଠପଢାରେ ଖୁବ୍ ଦୁର୍ବଳ । ତାଙ୍କ ଆଟେଣ୍ଡାଣ୍ଟ ମଧ୍ୟ ଖୁବ୍ କମ୍ ଥିଲା। ଜାନୁଆରୀରୁ ଅପ୍ରେଲ ପର୍ଯ୍ୟନ୍ତ ସେ ଅତିବେଶୀରେ ୧୦ ଦିନ କଲେଜ ଆସିଛନ୍ତି। କେବଳ ସେତିକି ନୁହେଁ, ପ୍ରଥମ ସେମିଷ୍ଟର ପରୀକ୍ଷାରେ ତାକୁ କେବଳ ମାତ୍ର ୩୦ ପ୍ରତିଶତ ମାର୍କ ମିଳିଥିଲା।
କଲେଜରୁ ମିଳିଥିବା ସୂଚନା ଅନୁଯାୟୀ, ବିକାଶଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଦୃଷ୍ଟିରେ ରଖି ତାଙ୍କର ମେଡିକାଲ କଲେଜରେ ପ୍ରବେଶ ନେଇ ପୂର୍ବରୁ ପ୍ରଶ୍ନ ଉଠାଯାଉଥିଲା। ଏବେ ତଦନ୍ତ ସମୟରେ ସେ ସ୍ୱୀକାର କରିଛନ୍ତି ଯେ ସେ ପରୀକ୍ଷା ପୂର୍ବରୁ NEET ୨୦୨୫ ପ୍ରଶ୍ନପତ୍ର ପାଇଥିଲେ। ଏହି ଖୁଲାସା ପରେ, ତଦନ୍ତକାରୀ ଏଜେନ୍ସି ଗୁଡ଼ିକ ସମଗ୍ର ନେଟୱାର୍କର ପର୍ଦ୍ଦାଫାସ କରିବାକୁ କାମ କରୁଛନ୍ତି। ତଦନ୍ତକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ଦିନେଶ ବିଭାଲ ତାଙ୍କ ପୁଅ ରିଷି ବିଭାଲଙ୍କ ପାଇଁ ଲିକ୍ ହୋଇଥିବା ପ୍ରଶ୍ନପତ୍ର ପାଇବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। କିନ୍ତୁ, ପୂର୍ବରୁ ପ୍ରଶ୍ନପତ୍ର ଉପଲବ୍ଧ ଥିବା ସତ୍ତ୍ୱେ, ରିଷି ପରୀକ୍ଷାରେ କେବଳ ମାତ୍ର ୧୦୭ ନମ୍ବର ପ୍ରଶ୍ନର ଉତ୍ତର ଦେଇପାରିଥିବା ଜଣାପଡ଼ିଛି। ରିଷି ବିଭାଲଙ୍କ ଶିକ୍ଷାଗତ ମାର୍କସିଟ୍ ଅନଲାଇନରେ ପ୍ରକାଶ ପାଇବା ପରେ ମାମଲାଟି ଆହୁରି ଗମ୍ଭୀର ହୋଇଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ ସେ ଗ୍ରେସ୍ ମାର୍କ ସାହାଯ୍ୟରେ ପରୀକ୍ଷାରେ ପାସ୍ କରିଛନ୍ତି। ତଦନ୍ତକାରୀଙ୍କ ମତରେ ରାଜସ୍ଥାନର କୋଚିଂ ହବ୍ ସିକର, ଏହି କଥିତ ପେପର ଲିକ୍ ରାକେଟ୍ର ସଞ୍ଚାଳନକୁ ମେନ୍ ସେଣ୍ଟର ଥିଲା।
ଆହୁରି ପଢନ୍ତୁ : ନିଟ୍ ୟୁଜି ପେପର ଲିକ୍ ମାଷ୍ଟରମାଇଣ୍ଡ ପ୍ରଫେସରଙ୍କୁ ଗିରଫ କଲା ସିବିଆଇ, ଘରେ କରୁଥିଲେ ‘ସିକ୍ରେଟ୍ କ୍ଲାସ’