ନୂଆଦିଲ୍ଲୀ,୦୬/୦୩; ନେପାଳ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି । ବାଲେନ ଶାହଙ୍କ ସପକ୍ଷରେ ଲହର ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଧାରାରେ ତାଙ୍କ ଦଳ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି (ବିପିଏସ) ଆଗୁଆ ରହିଛି । ଦେଶରେ ପୁରୁଣା ଦଳର ସ୍ଥିତି ଗୁରୁତର ରହିଛି । ବାଲେନ ଶାହଙ୍କ ଝଡରେ ପୁରୁଣା ଦଳ ଏକପ୍ରକାର ଉଭାନ ରହିଛି । ନେପାଳ ସାଧାରଣ ନିର୍ବାଚନରେ ପ୍ରାରମ୍ଭିକ ଧାରା ପରିବର୍ତ୍ତନଶୀଳ ରାଜନୈତିକ ଦୃଶ୍ୟପଟର ସଙ୍କେତ ଦେଇଛି । ବାଲେନ ଶାହଙ୍କ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ପ୍ରାରମ୍ଭିକ ଅଗ୍ରଣୀ ସହିତ ପାରମ୍ପରିକ ଦଳକୁ ଚ୍ୟାଲେଞ୍ଜ କରିଥିବା ପରି ମନେ ହେଉଛି । ପ୍ରାୟ ୬୦ ପ୍ରତିଶତ ଭୋଟରଙ୍କ ସହିତ କେପି ଶର୍ମା ଓଲି ଏବଂ ଗଗନ ଥାପାଙ୍କ ଭଳି ହେବିୱେଟ୍ ନେତାମାନେ ନିର୍ବାଚନ ମୈଦାନରେ ଅଛନ୍ତି । ନିର୍ବାଚନ ଦୁର୍ନୀତି ଏବଂ ବ୍ୟବସ୍ଥାଗତ ପରିବର୍ତ୍ତନ ପ୍ରମୁଖ ପ୍ରସଙ୍ଗ ଥିଲା । ଜେନ-ଜେଡଙ୍କ ଦ୍ୱାରା ଉଠାଯାଇଥିବା ପ୍ରମୁଖ ପ୍ରସଙ୍ଗଗୁଡିକ ହେଉଛି ଦୁର୍ନୀତି ବିରୋଧୀ ଅଭିଯାନ, ସୁଶାସନ, ପରିବାରବାଦର ଅନ୍ତ, ରାଜନୈତିକ ନେତୃତ୍ୱର ପିଢିଗତ ପରିବର୍ତ୍ତନ ଇତ୍ୟାଦି ।

ଗୁରୁବାର ନେପାଳରେ ଭୋଟ୍ ଗ୍ରହଣ ହୋଇଥିଲା । କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରଙ୍କୁ ଭାଙ୍ଗି ଦେଇଥିବା ହିଂସାତ୍ମକ ଜେନ୍-ଜେଡ ବିରୋଧ ପ୍ରଦର୍ଶନ ପରେ ଏହା ଦେଶର ପ୍ରଥମ ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ଦୁର୍ନୀତି ଏକ ପ୍ରମୁଖ ପ୍ରସଙ୍ଗ ଥିଲା । ରାଜନୈତିକ ଭାବରେ ଅସ୍ଥିତ ହିମାଳୟ ରାଷ୍ଟରେ ଏକ ସ୍ଥିର ସରକାର ସୁନିଶ୍ଚିତ କରିବା ପାଇଁ ଭାରତ ନିର୍ବାଚନକୁ ନିକଟରୁ ଅନୁସରଣ କରୁଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି, ''ଗତବର୍ଷ ଅସାଧାରଣ ପରିସ୍ଥିତି ସତ୍ତୱେ ଏହି ନିର୍ବାଚନର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି, ସରକାର ଏବଂ ନେପାଳ ଜନସାଧାରଣ ଏବଂ ବିଭିନ୍ନ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଉଛୁ ।''

​​​​​​​ରାପର ବାଲେନଙ୍କ ଝଡ- କାଠମାଣ୍ଡୁର ମେୟର ଭାବେ କାର୍ଯ୍ୟ କରିଥିବା ପୂର୍ବତନ ରାପର୍ ବାଲେନ୍ ଶାହଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ଭଲ ଆରମ୍ଭ କରିଛି । ୨ଟି ବୃହତ ରାଜନୈତିକ ଦଳ ନେପାଳୀ କଂଗ୍ରେସ ପାର୍ଟି ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୨୦୨୨ ମସିହାରେ ଗଠିତ ଆରଏସପି ନିର୍ବାଚନ ପ୍ରଚାର ସମୟରେ ଯଥେଷ୍ଟ ସମର୍ଥନ ପାଇଛି । ଶାହଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୃଢ ଦାବିଦାର ଭାବେ ବିବେଚନା କରାଯାଉଛି । ନେପାଳରେ ମୋଟ୍ ୧୮.୯ କୋଟି ଭୋଟର ଅଛନ୍ତି . ୨୭୫ ଆସନେର ଭୋଟ ଗ୍ରହଣ ହୋଇଛି ।

ଏହା ବି ପଢନ୍ତୁ...ଏଡିଆର୍ ରିପୋର୍ଟ: ୨୦୨୪-୨୦୨୫ରେ ବିଜେପି ଆୟ ୬,୭୬୯ କୋଟି, କଂଗ୍ରେସଠାରୁ ପ୍ରାୟ ୭ ଗୁଣା ଅଧିକ  

  ​​​​​​​

ଖବର ସରବରାଦ ସଂସ୍ଥା ପିଟିଆଇ ଅନୁଯାୟୀ, ନେପାଳରେ ଭୋଟରଙ୍କ ମତଦାନ ପ୍ରାୟ ୬୦ ପ୍ରତିଶତ ଥିଲା । କାର୍ଯ୍ୟକାରୀ ମୁଖ୍ୟ ନିର୍ବାଚନ କମିଶନର ରାମ ପ୍ରସାଦ ଭଣ୍ଡାରୀ କହିଛନ୍ତି ଯେ, ପ୍ରତିନିଧି ସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ଏବଂ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୧ ଆସନରେ ଗଣନା ଚାଲିଛି । ବାଲେନଙ୍କ ଦଳ ଏହି ଆସନରୁ ୫୨ଟି ସିଟରେ ଆଗୁଆ ରହିଛି । ନେପାଳୀ କଂଗ୍ରେସ ୫ଟି ଆସନ ଏବଂ ୟୁଏମଏଲ ୪ଟିରେ ଆଗରେ ଅଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଓଲି ମଧ୍ୟ ପଛରେ ପଡି ସାରିଛନ୍ତି । ଏହାଛଡା ଅନେକ ବଡ଼ ବଡ ମହାରଥୀ ପଛରେ ପଡିଛନ୍ତି ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ମୋଟ ୧୦, ୯୬୭ ମତଦାନ କେନ୍ଦ୍ର ଏବଂ ୨୩,୧୧୨ ମତଦାନ କେନ୍ଦ୍ର ଥିଲା । ୬୫ ରାଜନୈତିକ ଦଳ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ଗତ ୧୮ ବର୍ଷ ମଧ୍ୟରେ ନେପାଳରେ ୧୪ ଥର ସରକାର ପରିବର୍ତ୍ତନ ହୋଇଛି । ଯାହା ହିମାଳୟ ଦେଶର ରାଜନୈତିକ ବ୍ୟବସ୍ଥାର ଦୁର୍ବଳତାକୁ ପ୍ରତିଫଳିତ କରୁଛି ।