ନୂଆଦିଲ୍ଲୀ, ୨୮/୦୩; ଆକ୍ସନ ମୋଡ୍‌ରେ ବାଲେନ ସରକାର । ପ୍ରଧାନମନ୍ତ୍ରୀ ହେଉ ହେଉ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଲେନ ଶାହ । ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ କେ.ପି ଶର୍ମା ଓଲି ଗିରଫ । ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖାକ୍ ମଧ୍ୟ ଗିରଫ । ଉଭୟଙ୍କୁ ଭକ୍ତପୁର ଘରୁ ଭୋର୍ ସମୟରେ ଉଠାଇ ଆଣିଛି ପୁଲିସ । ଜେନ୍ ଜି ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଗୃହ ମନ୍ତ୍ରାଳୟର ଅଭିଯୋଗ ପରେ ଉଭୟଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଥିଲା । ଉଚ୍ଚ ପଦବୀରେ ରହିବା ସତ୍ତ୍ୱେ ଏମାନେ ଜେନ୍‌ ଜେଡ ପ୍ରତିବାଦ ସମୟରେ ଅବହେଳା କରିଥିବା ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ଗତକାଲି (ଶୁକ୍ରବାର) ଏହା ଉପରେ ବିଚାର କରାଯାଇଥିଲା । ଏହା ପରେ, ସରକାରଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୈଠକ ସମୟରେ, ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିବା ଜେନେରେସନ ଜେଡ ଆନ୍ଦୋଳନର ଉଚ୍ଚସ୍ତରୀୟ ତଦନ୍ତ କମିଶନଙ୍କ ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବାଲେନ୍ ଶାହା ସରକାର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସସ୍ମିତ ପୋଖରେଲଙ୍କୁ ଏହାର ମୁଖପାତ୍ର ଭାବରେ ନିଯୁକ୍ତ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

ଏହା ବି ପଢନ୍ତୁ...'ଇରାନ ୭ ଦିନ ମାଗିଥିଲା ମୁଁ ୧୦ ଦିନ ଦେଇଛି'; ତେହେରାନର ଏନର୍ଜି ପ୍ଲାଣ୍ଟ ଉପରେ ଆକ୍ରମଣ ବନ୍ଦର ନୂଆ ଡେଡ୍‌ଲାଇନ୍‌ ଦେଲେ ଟ୍ରମ୍ପ  

ସୁରକ୍ଷା ବାହିନୀର ଭୂମିକା ଉପରେ ପ୍ରଶ୍ନ- ନେପାଳରେ ତଦନ୍ତ କମିଶନଙ୍କ ରିପୋର୍ଟ ମଧ୍ୟ ସୁରକ୍ଷା ବାହିନୀର ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ରିପୋର୍ଟରେ ନେପାଳ ପୁଲିସ, ସଶସ୍ତ୍ର ପୁଲିସ ବାହିନୀ ଏବଂ ନେପାଳ ସେନାର କିଛି ଅଧିକାରୀଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ସୁରକ୍ଷା ବାହିନୀ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ, ସରକାର ପ୍ରଥମେ ସମଗ୍ର ମାମଲାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ରଜନୈତିକ ଉତଥାନ ଦେଖା ଦେଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ନେପାଳ ପୁଲିସ ତାଙ୍କ ଗୁଣ୍ଡୁସ୍ଥିତ ବାସଭବନରୁ ଅଟକ ରଖିଛି । କାଠମାଣ୍ଡୁ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଏକ ଗମ୍ଭୀର ଅପରାଧିକ ମାମଲାରେ ନିଆଯାଇଛି । ନେପାଳ ପୁଲିସ କହିଛି ଯେ ଏହି ମାମଲା ହତ୍ୟା ଭଳି ଏକ ଗମ୍ଭୀର ଅପରାଧ ସହିତ ଜଡିତ । ଦେଶରେ ସେପ୍ଟେମ୍ବରରେ ହୋଇଥିବା ଜେନ୍‌ ଜେଡ ପ୍ରତିବାଦ ସହିତ ଜଡିତ । ଅଭିଯୋଗ ହେଉଛି ଯେ ସେହି ସମୟରେ ପ୍ରତିବାଦ ଦମନ ସମୟରେ କିଛି ଘଟଣା ଘଟିଥିଲା । ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି ଏବଂ ଓଲିଙ୍କୁ ଅଟକ ରଖିଛି । 

ଗତକାଲି ନେଇଥିଲେ ଶପଥ- ନେପାଳର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନରେ ଦମଦାର ବିଜୟ ପରେ ବାଲେନ୍ ଶାହ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ୩୫ ବର୍ଷୀୟ ଶାହ ନେପାଳର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାରେ ସବୁଠୁ ଯୁବ ନେତା । ମାର୍ଚ୍ଚ ୫ ତାରିଖରେ ନେପାଳରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି(ଆରଏସ୍‌ପି)   ମୋଟ ୨୭୫ଟି ଆସନରୁ ୧୮୨ ଆସନ ପାଇ ବିଜୟୀ ହୋଇଥିଲା । ବାଲେନ୍ ଶାହ ଝାପା-୫ ନିର୍ବାଚନମଣ୍ଡଳୀରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇଥିଲେ । ଗୁରୁବାର ଅନୁଷ୍ଠିତ ଆରଏସ୍‌ପିର ବୈଠକରେ ତାଙ୍କୁ ସର୍ବସହମତିରେ ସଂସଦୀୟ ଦଳ ନେତା ଭାବେ ବଛାଯାଇଥିଲା । ବାଲେନ୍‌ ଶାହଙ୍କ ଶପଥ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭାରତ-ନେପାଳର ସମ୍ବନ୍ଧକୁ ନୂଆ ଶିଖରକୁ ନେଇ ଯିବା ଲାଗି ତାଙ୍କ ସହ ମିଶି କାମ କରିବାକୁ ଇଚ୍ଛୁକ ଥିବା ପ୍ରକାଶ କରିଥିଲେ ।