ନୂଆଦିଲ୍ଲୀ,୧୧।୯: ନେପାଳରେ କେପି ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଏବେ ନୂଆ ସରକାର ଗଠନ ନେଇ ପ୍ରସ୍ତୁତି ଚାଲିଛି। ରେସ୍ରେ ବିଜୁଳି ବୋର୍ଡର ପୂବର୍ତନ ମୁଖ୍ୟ କୁଲମାନ ଘିସିଂଙ୍ଗ, ପୂର୍ବତନ ସିଜେଆଇ ସୁଶିଲା କାର୍କିଙ୍କ ନାଁ ରହିଛି। ସେଭଳି କାଠମାଣ୍ଡୁରର ମେୟର ବାଲେନ ଶାହଙ୍କ ମଧ୍ୟ ବହୁ ସଂଖ୍ୟାରେ ସମର୍ଥକ ରହିଛନ୍ତି। ଏଭଳି ସ୍ଥିତିରେ କାହାକୁ ଦେଶର ଦାୟିତ୍ବ ଦେବେ ତାକୁ ନେଇ ହାତିହାତି ହୋଇଛନ୍ତି ‘ଜେନ୍-ଜି’ ବା ନେପାଳର ଯୁବଗୋଷ୍ଠୀ। ଭଦ୍ରକାଳୀ ସ୍ଥିତ ନେପାଳି ସେନା ମୁଖ୍ୟାଳୟ ବାହାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା।
ଦେଶର ନେତୃତ୍ବ କିଏ ନେବ ତାହା ସେମାନେ ନିଷ୍ପତ୍ତି ନେଇ ପାରୁନାହାଁନ୍ତି। ଏହି କାରଣରୁ ପୁରା ଅଞ୍ଚଳରେ ଅଶାନ୍ତି ବଢିଯାଇଥିଲା। ଓଲି ଇସ୍ତଫା ଦେବାପରେ ବି ‘ଜେନ୍ ଜି’ ଦେଶର ଆଗାମୀ ପିଏମ୍ଙ୍କୁ ଚୟନ କରିପାରୁ ନାହାନ୍ତି। ମିଟିଂ ପରେ ସବୁଥର ନୂଆ ନୂଆ ନାଁ ସାମନାକୁ ସୁଛି। ନେପାଳରେ ରକ୍ତାକ୍ତ ସଂଘର୍ଷ କରିବା ପରେ ଏବେ ନିଜ ନିଜର ଭିତରେ ଲଢେଇ ଆରମ୍ଭ କରିଛନ୍ତି ‘ଜେନ- ଜି’।
ଗୁରୁବାର ବାଲେନ ଓ ସୁଶୀଲାଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ଲଢେଇ ସହ ନାରାବାଜି ଦେଖିବାକୁ ମିଳିଥିଲା। ‘ଜେନ୍-ଜି’ ଗୋଷ୍ଠୀଙ୍କ ପ୍ରତିନିଧି ଗୁରୁବାର ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ସେନା ମୁଖ୍ୟ ଅଶୋକ ରାଜ ସିଗେଡେଲଙ୍କୁ ଭଦ୍ରକାଳୀ ସ୍ଥିତ ସେନା ମୁଖ୍ୟାଳୟରେ ଅନ୍ତରୀଣ ସରକାରର ନେତା ସ୍ଥିର କରିବାକୁ ଆଲୋଚନା କରୁଥିଲେ। ଏହି ସମୟରେ ବାଲେନ ଓ ସୁଶୀଲାଙ୍କ ସମର୍ଥକ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । କଥା ଏତେ ଦୂର ବଢିଯାଇଥିଲା ଯେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଯାଇଥିଲା ସଂଘର୍ଷ।