ନୂଆଦିଲ୍ଲୀ – ଇରାନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଆର୍ଥିକ ସଙ୍କଟ ବିରୋଧରେ ବ୍ୟାପକ ପ୍ରତିବାଦ ଜାରି ରହି ଥିବାରୁ, ଇରାନରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ସୁରକ୍ଷା ବାହିନୀର ଜୋରଦାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଶହ ଶହ ନାଗରିକଙ୍କ ମୃତ୍ୟୁର ଖବର ମଧ୍ୟ ସାମ୍ନାକୁ ଆସୁଛି। ଏହି ଅସ୍ଥିରତା ଓ ଆନ୍ଦୋଳନକୁ ନଜରରେ ରଖି ନେପାଳର ବୈଦେଶିକ ମନ୍ତ୍ରଣାଳୟ ନିଜର ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରି ହେଲ୍ପଲାଇନ୍ ନମ୍ୱର ଜାରି କରିଛି।

ନେପାଳର ବୈଦେଶିକ ମନ୍ତ୍ରଣାଳୟ ଇରାନରେ ରହୁଥିବା ନିଜର ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ସେଠାରେ ରହୁଥିବା ନିଜର ନାଗରିକଙ୍କୁ ପରାମର୍ଶ ଦେଇଛି ଯେ , ସେମାନେ ସତର୍କ ରୁହନ୍ତୁ , ଘର ଭିତରେ ହିଁ ରୁହନ୍ତୁ ଏବଂ ସ୍ଥାନୀୟ ଅଧିକାରୀଙ୍କ ସୁରକ୍ଷା ନିର୍ଦ୍ଦେଶ ଗୁଡ଼ିକର ଦୃଢ ଭାବେ ପାଳନ କରନ୍ତୁ।

ହେଲଫ୍ ଲାଇନ ନମ୍ୱର ଜାରି –

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ,ଯେବେ ସୁଦ୍ଧା ଇରାନରେ ଶାନ୍ତି ସ୍ଥାପନ ହୋଇନାହିଁ , ସେପର୍ଯ୍ୟନ୍ତ ସେଠାକୁ ଯାତ୍ରା କରିବା ବିପଦପୂର୍ଣ୍ଣ ହୋଇପାରେ। ସଙ୍କଟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନେପାଳ ସରକାର ନିଜର ନାଗରିକଙ୍କ ସହାୟତା ପାଇଁ ଜରୁରୀକାଳିନ ସଂପର୍କ ନମ୍ୱର ଓ ଇମେଲ ଆଇଡି ମଧ୍ୟ ଜାରି କରିଛି। କାଠମାଣ୍ଡୁ ସ୍ଥିତ ମନ୍ତ୍ରଣାଳୟ ସହ +977-014200182-85 କିମ୍ୱା + 977-9862678437ରେ ସଂପର୍କ କରାଯାଇ ପାରେ।

ଏହା ବ୍ୟତୀତ ଲୋକେ ନିଜର ସମସ୍ୟା ପାଇଁ[email protected]ରେଇମେଲ ପଠାଇ ପାରିବେ। ଦୋହା ସ୍ଥିତ ନେପାଳୀ ଦୂତାବାସକୁ ମଧ୍ୟ ସକ୍ରିୟ କରାଯାଇଛି,ଯାହାର ସଂପର୍କ ନମ୍ୱର +974-6621 4419 , ସୂଚନା ଅଧିକାରୀଙ୍କ ଠାରୁ ମଧ୍ୟ +977-9851354565ରେ ସୂଚନା ନିଆଯାଇ ପାରେ।