ନୂଆଦିଲ୍ଲୀ,୨୫।୧୨: ଜାପାନର ରେଙ୍କୋଜିରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ତି ଫେରାଇବା ପାଇଁ ଦାବି ପୁଣି ଜୋର ଧରିଛି। ନେତାଜୀଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଏକ ଭିଡିଓ ବାର୍ତ୍ତାରେ ଏହି ଦାବି ଉଠାଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ୨୩ ଜାନୁଆରୀ ୨୦୨୬ ରେ ନେତାଜୀଙ୍କ ୧୨୯ ତମ ଜନ୍ମବାର୍ଷିକୀ ପୂର୍ବରୁ ଚିତାଭସ୍ମ ଭାରତକୁ ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କୁ ବିନମ୍ରତାର ସହ ନିବେଦନ କରିଛନ୍ତି। ଚନ୍ଦ୍ର କୁମାର ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଆଜି, ଆମେ ଜାପାନର ରେଙ୍କୋଜିରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତାଭସ୍ମ ଭାରତକୁ ଫେରାଇବା ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ପ୍ରଦାନ କରିଛୁ।’

୧୨୯ତମ ଜନ୍ମବାର୍ଷିକୀ ପୂର୍ବରୁ ଚିତାଭସ୍ମ ଫେରାଇ ଆଣିବା ପାଇଁ ଦାବି

ଚନ୍ଦ୍ର କୁମାର ବୋଷ ଆହୁରି କହିଛନ୍ତି ଯେ, ୨୩ ଜାନୁଆରୀ, ୨୦୨୬ରେ ଯେତେବେଳେ ଆମେ ନେତାଜୀଙ୍କ ୧୨୯ତମ ଜନ୍ମବାର୍ଷିକୀ ପାଳନ କରିବୁ ତା ପୂର୍ବରୁ ଭାରତକୁ ଆସୁ। ଏହା ଦୁର୍ଭାଗ୍ୟଜନକ ଯେ ତାଙ୍କ ଚିତାଭସ୍ମ ଏବେ ବି ଅନ୍ୟ ଦେଶରେ ପଡ଼ି ରହିଛି। ଆମେ ଭାରତର ରାଷ୍ଟ୍ରପତିଙ୍କୁ ବିନମ୍ରତାର ସହ ଅନୁରୋଧ କରୁଛୁ ସେ ତାଙ୍କ ଚିତାଭସ୍ମ ଭାରତକୁ ଫେରାଇ ଆଣନ୍ତୁ। ଉଲ୍ଲେଖନୀୟ ଯେ, ତାଙ୍କ ପରିବାର ପୂର୍ବ ବହୁବାର ଏଭଳି ଦାବି କରିଆସୁଛନ୍ତି।

ଏହା ଉଲ୍ଲେଖନୀୟ ଯେ ନେତାଜୀଙ୍କ ଅସ୍ଥି ବର୍ତ୍ତମାନ ଜାପାନର ରେଙ୍କୋଜି ମନ୍ଦିରରେ ରଖାଯାଇଛି। ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରସଙ୍ଗ ତାଙ୍କ କଥିତ ବିମାନ ଦୁର୍ଘଟଣା ଘଟଣା ପରି ପୁରୁଣା। ଚଳିତ ବର୍ଷ ଅଗଷ୍ଟ ମାସରେ, ନେତାଜୀଙ୍କ ଝିଅ ଅନିତା ବୋଷ ପୁଣି ଥରେ ଏକ ଟିଭି ଚ୍ୟାନେଲରେ ସମାନ ଦାବି କରିଥିଲେ। ଅନିତା ଜର୍ମାନୀରେ ରୁହନ୍ତି ଏବଂ ତାଙ୍କ ପିତାଙ୍କ ଅସ୍ଥିକୁ ତାଙ୍କ ଜନ୍ମଭୂମିକୁ ଫେରାଇ ଆଣିବା ପାଇଁ ନିରନ୍ତର ଆବେଦନ କରିଆସୁଛନ୍ତି।

ଆହୁରି ପଢନ୍ତୁ :ଚା’ର ବଦଳିଲା ପରିଭାଷା: ଏବେ ଗ୍ରୀନ୍‌ ଏବଂ ହର୍ବାଲ ଟି’କୁ ଚା’ କହିହେବନି, ବେଆଇନ ଘୋଷଣା FSSAI

ନେତାଜୀଙ୍କ ଚିତାଭସ୍ମ କେବେଠାରୁ ଜାପାନରେ ଅଛି?

୧୮ ଅଗଷ୍ଟ ୧୯୪୫ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ବର୍ତ୍ତମାନର ତାଇୱାନରେ ଏକ ଜାପାନୀ ସାମରିକ ବିମାନ ଦୁର୍ଘଟଣାରେ ହୋଇଥିବା କୁହାଯାଏ। ସେପ୍ଟେମ୍ବର ୧୯୪୫ ଠାରୁ, ତାଙ୍କ ଚିତାଭସ୍ମ ରେଙ୍କୋଜିର ବୌଦ୍ଧ ମନ୍ଦିରରେ ଏକ କଳସରେ ସଂରକ୍ଷିତ ରଖାଯାଇଛି। ନେତାଜୀଙ୍କ ମୃତ୍ୟୁର ତଦନ୍ତରୁ ଜଣାପଡିଛି ଯେ ବିମାନ ଦୁର୍ଘଟଣାରେ ଗୁରୁତର ପୋଡ଼ି ଯାଇଥିଲେ ଏବଂ ଏକ ଜାପାନୀ ସାମରିକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।