ନୂଆଦିଲ୍ଲୀ,୨୫।୧୧: ନିକଟରେ ଦିଲ୍ଲୀରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ସୁରକ୍ଷା ଦୃଷ୍ଟିରୁ ସେ ପୁଣି ଥରେ ତାଙ୍କର ବହୁ ପ୍ରତୀକ୍ଷିତ ଭାରତ ଗସ୍ତକୁ ବାତିଲ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଚ୍ଚସ୍ତରୀୟ ବୈଠକ ପାଇଁ ଏହି ଗସ୍ତ ସ୍ଥିର କରାଯାଇଥିଲା। ଚଳିତ ବର୍ଷ ଏହା ତୃତୀୟ ଥର ଯେତେବେଳେ ନେତାନ୍ୟାହୁଙ୍କ ଭାରତ ଗସ୍ତ ଯୋଜନା ବାତିଲ ହୋଇଛି। ସୁରକ୍ଷା ଚିନ୍ତା ଯୋଗୁଁ ନେତାନ୍ୟାହୁଙ୍କ ଗସ୍ତ ସ୍ଥଗିତ ରଖିଛନ୍ତି।

ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଚଳିତ ବର୍ଷ ଶେଷ ଭାଗରେ ତାଙ୍କର ଭାରତ ଗସ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପଛରେ ମୁଖ୍ୟ କାରଣ ହେଉଛି ଦୁଇ ସପ୍ତାହ ପୂର୍ବେ ନୂଆଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରୁ ଉପୁଜିଥିବା ସୁରକ୍ଷା ଚିନ୍ତା। ଗତ ଦଶନ୍ଧିରେ ଦିଲ୍ଲୀରେ ଏହି ଆକ୍ରମଣ ସବୁଠାରୁ ଗମ୍ଭୀର ଥିଲା, ଯେଉଁଥିରେ ପ୍ରାୟ ୧୫ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦ ରୁ ଅଧିକ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ନେତନ୍ୟାହୁ ତାଙ୍କ ଗସ୍ତ ବାତିଲ କରିଥିବା ବେଳେ ଆସନ୍ତା ବର୍ଷ ପାଇଁ ନୂତନ ତାରିଖ ରଖି ପାରନ୍ତି। ନେତାନ୍ୟାହୁ ଶେଷ ଥର ପାଇଁ ୨୦୧୮ରେ ଭାରତ ଗସ୍ତ କରିଥିଲେ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ତୃତୀୟ ଥର ପାଇଁ ଜଣେ ଇସ୍ରାଏଲୀ ନେତା ଭାରତ ଗସ୍ତ ବାତିଲ କିମ୍ବା ସ୍ଥଗିତ କରିଛନ୍ତି। ପୂର୍ବରୁ, ଇସ୍ରାଏଲରେ ଆଗାମୀ ନିର୍ବାଚନ ଯୋଗୁଁ ନେତାନ୍ୟାହୁ ଦୁଇଥର ତାଙ୍କର ଭାରତ ଯାତ୍ରା ବାତିଲ କରିଥିଲେ। ପ୍ରଥମ ଥର ପାଇଁ, ସେ ଏପ୍ରିଲରେ ନିର୍ବାଚନ ପୂର୍ବରୁ ଏପରି କରିଥିଲେ। ଦ୍ୱିତୀୟ ଥର ପାଇଁ, ସେ ସେପ୍ଟେମ୍ବର ୧୭ ରେ ଇସ୍ରାଏଲରେ ହେବାକୁ ଥିବା ପୁନଃନିର୍ବାଚନ ସହିତ ଜଡିତ ସମୟ ସୀମାକୁ ଦର୍ଶାଇ ସେପ୍ଟେମ୍ବର ୯ ରେ ତାଙ୍କର ଏକ ଦିବସୀୟ ଭାରତ ଗସ୍ତ ବାତିଲ କରିଥିଲେ।

ଜୁଲାଇ ମାସରେ, ତାଙ୍କ ଦଳ ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ତାଙ୍କୁ ଏକ ‘ଭିନ୍ନ ଲିଗ୍’ର ନେତା ଭାବରେ ଚିତ୍ରଣ କରିବା ପାଇଁ ବ୍ୟାନର ବ୍ୟବହାର କରିଥିଲା, ଯାହା ଦେଶର ସୁରକ୍ଷା ପ୍ରତି ତାଙ୍କର ଗୁରୁତ୍ୱକୁ ଉଜାଗର କରିଥିଲା। ତା ଛଡା ଭାରତ ଓ ଇସ୍ରାଏଲ ଭିତରେ ଘନିଷ୍ଠ ସମ୍ପର୍କ ରହିଛି। ନେତନ୍ୟାହୁ ଜାନୁଆରୀ ୨୦୧୮ ରେ ଭାରତ ଗସ୍ତ କରିଥିଲା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ରେ ତେଲ ଅଭିଭ୍ ଯାତ୍ରା କରିଥିଲେ ଓ ସେ ଯିହୁଦୀ ରାଷ୍ଟ୍ର ଗସ୍ତ କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଥିଲେ। ଦୁଇ ନେତାଙ୍କ ଭିତରେ ମଜବୁତ ବ୍ୟକ୍ତିଗତ ସମ୍ପର୍କର ଚର୍ଚ୍ଚା ସବୁବେଳେ ଭାରତୀୟ ଓ ଇସ୍ରାଏଲୀ ମିଡିଆରେ ହୋଇଥାଏ।